ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଅଭିଯୁକ୍ତ ଫେରାର , ପୁଲିସ କର୍ମଚାରୀ ଚାକିରିରୁ ବହିସ୍କୃତ

ଚଣ୍ଡିଗଡ଼: ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୁଲିସ ହେପାଜତରୁ ଖସିଯିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ  ଦୀପକ ଟିନୁ ଅନ୍ୟତମ ଥିଲେ।  କିନ୍ତୁ ମାନସା ଜିଲ୍ଲାର ପୁଲିସ ହେପାଜତରୁ  ଦୀପକ ଖସିଯାଇଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ଦାୟିତ୍ୱରେ ଥିବା ପୁଲିସ ଅଧିକାରୀଙ୍କୁ ଚାକିରିରୁ ବହିସ୍କାର କରାଯିବା ସହ ତାଙ୍କୁ ଗିରଫ କରାଯାଇଛି।  ଗତ ଶନିବାର ଅଭିଯୁକ୍ତ ଦୀପକ  ପୁଲିସ ହାତରୁ […]

Sidhu

Sidhu

Tapas Behera
  • Published: Sunday, 02 October 2022
  • Updated: 02 October 2022, 08:47 PM IST

Sports

Latest News

ଚଣ୍ଡିଗଡ଼: ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୁଲିସ ହେପାଜତରୁ ଖସିଯିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ  ଦୀପକ ଟିନୁ ଅନ୍ୟତମ ଥିଲେ।  କିନ୍ତୁ ମାନସା ଜିଲ୍ଲାର ପୁଲିସ ହେପାଜତରୁ  ଦୀପକ ଖସିଯାଇଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ଦାୟିତ୍ୱରେ ଥିବା ପୁଲିସ ଅଧିକାରୀଙ୍କୁ ଚାକିରିରୁ ବହିସ୍କାର କରାଯିବା ସହ ତାଙ୍କୁ ଗିରଫ କରାଯାଇଛି।  ଗତ ଶନିବାର ଅଭିଯୁକ୍ତ ଦୀପକ  ପୁଲିସ ହାତରୁ ଖ ସିଯାଈଥିଲା।  ଗୋଣ୍ଡିଆ ସାହିବ ଜେଲରୁ ଏକ ୱାରେଣ୍ଟ ମାମଲାରେ ଅଣାଯାଉଥିବା ବେଳେ ସେ ପୁଲିସ ଆଖିରେ ଧୂଳି ଦେଇ ଖସିଯାଇଥିଲେ। ତେବେ ସମ୍ବିଧାନର ଧାରା ୩୧୧ ଅନୁଯାଈ ଦାୟିତ୍ୱରେ ଥିବା ପୁଲିସ ଅଧିକାରୀଙ୍କୁ  ଚାକିରିରୁ ବରଖାସ୍ତ କରାଯାଇଛି।

ଶନିବାର ରାତିରେ ପଞ୍ଜାବର ମାନସାସ୍ଥିତ କ୍ରାଇମ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି ହାଜତରୁ ଖସି ପଳାଇଥିବା ପୁଲିସ ଅଧିକାରୀମାନେ କହିଛନ୍ତି। ପୁଲିସ ରିମାଣ୍ଡ୍‌ରେ ଗୋଟାଏ ଘରୋଇ ଗାଡ଼ିରେ କପୁରତାଲା ଜେଲ୍‌ରୁ ମନସାସ୍ଥିତ ‘ସିଆଇଏ’ ଅଫିସ୍‌ ଆଣାଯିବା ବାଟରେ ଦୀପକ ଟିନୁ ଖସି ପଳାଇଛନ୍ତି। ପୁଲିସ ଅଧିକାରୀମାନେ କହିଛନ୍ତି, ଟିନୁ ଓ ଗ୍ୟାଙ୍ଗ୍‌ଷ୍ଟର୍‌ ସାମ୍ପଲ୍ ନେହେରା ବିଷ୍ଣୋଇଙ୍କର ଘନିଷ୍ଠ ସହଯୋଗୀ ଅଟନ୍ତି। ଟିନୁଙ୍କୁ ଧରିବା ପାଇଁ ବ୍ୟାପକ ତଲାସ ଅଭିଯାନ ଆରମ୍ଭ ହୋଇଛି।ମୁସେୱାଲାଙ୍କ ହତ୍ୟା ଅଭିଯୋଗରେ ଦୀପକଙ୍କୁ ଜେରା କରାଯାଇଥାଆନ୍ତା।

ଏହି ହତ୍ୟାକାଣ୍ଡର ସୁଟର୍‌ ଏବଂ ପ୍ଲାନର୍‌ ଥିବା ୧୪ଜଣଙ୍କ ମଧ୍ୟରେ ଦୀପକ  ଅନ୍ୟତମ।ମୁସେୱାଲାଙ୍କ ହତ୍ୟା ଘଟଣାରେ ପଚରାଉଚରା ଲାଗି ଜୁଲାଇ ୪ ତାରିଖରେ ପଞ୍ଜାବ ପୁଲିସ ଟିନୁଙ୍କୁ ଦିଲ୍ଲୀ ତିହାର ଜେଲ୍‌ରୁ ‘ଟ୍ରାଞ୍ଜିଟ୍‌ ରିମାଣ୍ଡ୍‌’ରେ ଆଣିଥିଲା। ସୂଚନାଯୋଗ୍ୟ, ପଞ୍ଜାବ ‘ଆପ୍‌’ ସରକାର ମୁସେୱାଲାଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ କରିବା ପରେ ପରେ ସମସ୍ତଙ୍କ ସମ୍ମୁଖରେ ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos