ସୋନିଆଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କଲେ ସିଦ୍ଧୁ ! ଚିଠିରେ କଂଗ୍ରେସ ପାଇଁ ଶେଷ ସୁଯୋଗ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶକୁ ବାଏଁ ବାଏଁ ଉଡ଼ାଇ ଦେଲେ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ। ଦଳର ହାଇ କମାଣ୍ଡ ଚେତାବନୀ ଦେଇ ଯେଉଁ କଥା ନକରିବା ପାଇଁ କହିଥିଲେ ତାହା କରି ଏକ ପ୍ରକାର ଚ୍ୟାଲେଞ୍ଜ ଦେଇଛନ୍ତି ସିଦ୍ଧୁ । ସୋନିଆ ଗାନ୍ଧି କହିଥିଲେ ଯେ, ଦ୍ୱନ୍ଦ୍ୱର କୌଣସି କାରଣ ନାହିଁ। ମୁଁ ହିଁ ପୂର୍ଣ୍ଣକାଳୀନ ସଭାପତି ଏବଂ ମୋ ସହିତ ଆଲୋଚନା ପାଇଁ ଗଣମାଧ୍ୟମର ସାହାରା ଦରକାର ନାହିଁ।  […]

Sidhu1

Tapas Behera
  • Published: Sunday, 17 October 2021
  • , Updated: 17 October 2021, 09:02 PM IST

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶକୁ ବାଏଁ ବାଏଁ ଉଡ଼ାଇ ଦେଲେ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ। ଦଳର ହାଇ କମାଣ୍ଡ ଚେତାବନୀ ଦେଇ ଯେଉଁ କଥା ନକରିବା ପାଇଁ କହିଥିଲେ ତାହା କରି ଏକ ପ୍ରକାର ଚ୍ୟାଲେଞ୍ଜ ଦେଇଛନ୍ତି ସିଦ୍ଧୁ । ସୋନିଆ ଗାନ୍ଧି କହିଥିଲେ ଯେ, ଦ୍ୱନ୍ଦ୍ୱର କୌଣସି କାରଣ ନାହିଁ। ମୁଁ ହିଁ ପୂର୍ଣ୍ଣକାଳୀନ ସଭାପତି ଏବଂ ମୋ ସହିତ ଆଲୋଚନା ପାଇଁ ଗଣମାଧ୍ୟମର ସାହାରା ଦରକାର ନାହିଁ।  ସିଧାସଳଖ କରିପାରିବେ। ହେଲେ ଏକଥା କହିବାର ଗୋଟିଏ ଦିନ ପରେ ସିଦ୍ଧୁ ସୋଶାଲ ମିଡିଆରେ ଏକ ଚିଠି ପୋଷ୍ଟ କରି ତାଙ୍କୁ ଭେଟିବାକୁ ସମୟ ମାଗିଛନ୍ତି। ପଞ୍ଜାବ କଂଗ୍ରେସର ପୁନରୁଦ୍ଧାର ଏବଂ ୨୦୨୨ ନିର୍ବାଚନ ରଣନୀତି ଉପରେ ମତ ରଖିବାକୁ ସିଦ୍ଧୁ ସୋନିଆଙ୍କୁ ସମୟ ମାଗିଛନ୍ତି ।

ମୁଖ୍ୟତଃ ଚିଠିରେ ୨୦୨୨ ବିଧାନସଭା ନିର୍ବାଚନ ପ୍ରସ୍ତୁତିକୁ ନେଇ ରଣନୀତି ବାବଦରେ ଉଲ୍ଲେଖ କରିଛନ୍ତି ସିଦ୍ଧୁ। ଏଥିପାଇଁ ୧୩ସୂତ୍ରୀର ଏଜେଣ୍ଡା ଉପରେ ପ୍ରସ୍ତାବ ଦେବା  ଏବଂ ପଞ୍ଜାବ ମଡେଲ ଉପସ୍ଥାପନ କରିବାକୁ ସୋନିଆ ଗାନ୍ଧିଙ୍କୁ ସମୟ ମାଗିଛନ୍ତି ସିଦ୍ଧୁ। ଏହାସହ କଂଗ୍ରେସର ପୁନରୁଦ୍ଧାର ପାଇଁ ଏହା ହେଉଛି ଶେଷ ସୁଯୋଗ ବୋଲି ସିଦ୍ଧୁ କହିଛନ୍ତି।

https://twitter.com/sherryontopp/status/1449623838380097536?s=20

ସିଦ୍ଧୁ ତାଙ୍କ ପତ୍ରରେ ପଞ୍ଜାବର ଡ୍ରଗ୍ସ ବିପଦ, କୃଷି, ବିଦ୍ୟୁତ୍, ଅନୁସୂଚିତ ଜାତି ଏବଂ ପଛୁଆ ଜାତିର କଲ୍ୟାଣ, ନିଯୁକ୍ତି, ବେଆଇନ ବାଲି ଖନନ ଉପରେ ରୋକ୍‌ ନେଇ ଉଲ୍ଲେଖ କରିଛନ୍ତି। ଡ୍ରଗ୍ସ ପ୍ରସଙ୍ଗରେ ପଞ୍ଜାବ କଂଗ୍ରେସ ମୁଖ୍ୟ କହିଛନ୍ତି ଯେ, ଏସଟିଏଫ ରିପୋର୍ଟରେ ନାମ ଥିବା ବଡ ମାଛକୁ ତୁରନ୍ତ ଗିରଫ କରାଯାଇ ସେମାନଙ୍କୁ ଦଣ୍ଡ ଦିଆଯିବା ଆବଶ୍ୟକ।

ସେହିପରି  ରାଜ୍ୟ ସରକାର କେନ୍ଦ୍ରର ତିନୋଟି କଳା ଚାଷ ଆଇନକୁ ପ୍ରତ୍ୟାଖ୍ୟାନ କରିବା ଆବଶ୍ୟକ ବୋଲି କହିଛନ୍ତି। କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧି ଦଳର  ଅସନ୍ତୁଷ୍ଟ ଗୋଷ୍ଠୀ ଜି-୨୩କୁ କଡ଼ା ବାର୍ତ୍ତା ଦେବାର ଗୋଟିଏ ଦିନ ପରେ ସିଦ୍ଧୁ ଏମିତି ଚିଠି ଲେଖିତଛନ୍ତି।

ଗତକାଲି ଏଆଇସିସି ମୁଖ୍ୟାଳୟରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି) ବୈଠକରେ ଅଧ୍ୟକ୍ଷତା କରି ସୋନିଆ କହିଥିଲେ , କଂଗ୍ରେସର ପୂର୍ଣ୍ଣକାଳୀନ ସଭାପତି ପ୍ରସଙ୍ଗକୁ ନେଇ କିଛି ଦ୍ୱନ୍ଦ୍ୱ ସୃଷ୍ଟି କରାଯାଇଛି। ସେ କହିଥିଲେ ଯେ, ମୁ ହିଁ କଂଗ୍ରେସର ପୂର୍ଣ୍ଣକାଳୀନ ସଭାପତି। ଏହି ପ୍ରସଙ୍ଗରେ ଆପଣମାନେ ମିଡିଆ ମାଧ୍ୟମରେ ମୋ ସହିତ ଆଲୋଚନା କରିବା ଅନାବଶ୍ୟକ। ଯାହା କହିବାର ଅଛି ସିଧାସଳଖ ସ୍ପଷ୍ଟ ଭାବେ କହିପାରିବେ ବୋଲି ରୋକ୍‌ଠୋକ ଶୁଣାଇ ଥିଲେ।  ଏହି ବୟାନ ଉପରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଥିଲେ ଯେ ଆମେ ସୋନିଆଜୀଙ୍କ ଉପରେ ପୂର୍ଣ୍ଣ ଭରସା ରଖିଛୁ ଏବଂ କେହି ବି ତାଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଉ ନହାନ୍ତି।

Related story