ମୋଦିଙ୍କ କଥା ରଖିଲେ ରାହୁଲ ଗାନ୍ଧି !

ନୂଆଦିଲ୍ଲୀ: ତ୍ରିରଙ୍ଗା ପତାକାକୁ ‘ଡିସ୍‌ପ୍ଲେ ପିକ୍‌ଚର୍‌’ ବା ଡିପି ରଖିବାକୁ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ  ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ କଥା ମାନି ଅନେକ ଦେଶବାସୀ ନିଜର ଡିପି ବଦଳାଇଥିବା ଦେଖିବାକୁ ମିଳୁଛି। ଏମିତି କି ପ୍ରତି କଥାରେ ମୋଦିଙ୍କ ବିରୋଧ କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କଥା ରଖିଛନ୍ତି। ରାହୁଲ ଗାନ୍ଧି ନିଜ ଟ୍ୱିଟର ଓ ଫେସବୁକ ଆକାଉଣ୍ଟର ଡିପି ବଦଳାଇଛନ୍ତି। ପ୍ରୋଫାଇଲ ଫଟୋରେ ଭାରତର ପ୍ରଥମ […]

modirahul

modirahul

Tapas Behera
  • Published: Thursday, 04 August 2022
  • Updated: 04 August 2022, 09:18 AM IST

Sports

Latest News

ନୂଆଦିଲ୍ଲୀ: ତ୍ରିରଙ୍ଗା ପତାକାକୁ ‘ଡିସ୍‌ପ୍ଲେ ପିକ୍‌ଚର୍‌’ ବା ଡିପି ରଖିବାକୁ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ  ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ କଥା ମାନି ଅନେକ ଦେଶବାସୀ ନିଜର ଡିପି ବଦଳାଇଥିବା ଦେଖିବାକୁ ମିଳୁଛି। ଏମିତି କି ପ୍ରତି କଥାରେ ମୋଦିଙ୍କ ବିରୋଧ କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କଥା ରଖିଛନ୍ତି। ରାହୁଲ ଗାନ୍ଧି ନିଜ ଟ୍ୱିଟର ଓ ଫେସବୁକ ଆକାଉଣ୍ଟର ଡିପି ବଦଳାଇଛନ୍ତି। ପ୍ରୋଫାଇଲ ଫଟୋରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଜାତୀୟ ପତାକା ଧରିଥିବା ଫଟୋ ରହିଛି।

https://twitter.com/RahulGandhi/status/1554701781531123712?s=20&t=SOEwlcAw_lKBW-u58UkpoA

ଏହି ଫଟୋକୁ ଟ୍ୱିଟ୍‌ କରି ରାହୁଲ ଗାନ୍ଧି ଲେଖିଛନ୍ତି ଯେ, ତ୍ରିରଙ୍ଗା ହେଉଛି ଦେଶର ଗର୍ବ। ଏହା ପ୍ରତ୍ୟେକ ନାଗରିକଙ୍କ ହୃଦୟରେ ଅଛି। ରାହୁଲ ଗାନ୍ଧିଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ନିଜର ଡିପି ବଦଳାଇ ଜବାହରଲାଲ ନେହେରୁ ଜାତୀୟ ପତାକା ଧରିଥିବା ଫଟୋ ରଖିଥିବା ଦେଖିବାକୁ ମିଳିଛି। ଅଗଷ୍ଟ ୨ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ତ୍ରିରଙ୍ଗା ପତାକାକୁ ସାମାଜିକ ଗଣମାଧ୍ୟମ ‘ଡିସ୍‌ପ୍ଲେ ପିକ୍‌ଚର୍‌’ କରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ। ‘ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଅଗଷ୍ଟ ୧୩ରୁ ଅଗଷ୍ଟ ୧୫, ତିନି ଦିନ ଯାଏଁ ‘ହର୍‌ ଘର୍‌ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos