ଚାଇନାର ବେଆଇନ ଦଖଲକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ବିବାଦୀୟ ଅଞ୍ଚଳରେ ଚାଇନା ବେଆଇନ ଭାବେ ଗାଁ ତିଆରି କରିବା ଘଟଣାକୁ ନେଇ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଚାଇନାର ମୁକାବିଲା କରିବା ପାଇଁ ଭାରତ ସରକାର କୌଣସି ରଣନୀତି ପ୍ରସ୍ତୁତ କରିନାହାନ୍ତି। ଦେଶର ଜାତୀୟ ସୁରକ୍ଷା ସହ ଅକ୍ଷମଣୀୟ ବୁଝାମଣା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଚାଇନା ସହ ସୀମା ବିବାଦ ପ୍ରସଙ୍ଗରେ ୩ ସେନାର ମୁଖ୍ୟ ଜେନାରାଲ ବିପନ ରାୱତ […]

Rahul-Gandhi

Hemant Lenka
  • Published: Friday, 12 November 2021
  • , Updated: 12 November 2021, 04:12 PM IST

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ବିବାଦୀୟ ଅଞ୍ଚଳରେ ଚାଇନା ବେଆଇନ ଭାବେ ଗାଁ ତିଆରି କରିବା ଘଟଣାକୁ ନେଇ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଚାଇନାର ମୁକାବିଲା କରିବା ପାଇଁ ଭାରତ ସରକାର କୌଣସି ରଣନୀତି ପ୍ରସ୍ତୁତ କରିନାହାନ୍ତି। ଦେଶର ଜାତୀୟ ସୁରକ୍ଷା ସହ ଅକ୍ଷମଣୀୟ ବୁଝାମଣା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ଚାଇନା ସହ ସୀମା ବିବାଦ ପ୍ରସଙ୍ଗରେ ୩ ସେନାର ମୁଖ୍ୟ ଜେନାରାଲ ବିପନ ରାୱତ ଓ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଭିନ୍ନଭିନ୍ନ ବୟାନ ଦେଇଛନ୍ତି। ଏ ସଂକ୍ରାନ୍ତରେ ପ୍ରକାଶିତ ରିପୋର୍ଟର ଗୋଟିଏ ଫଟୋ କପିକୁ ରାହୁଲ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ଟାର୍ଗେଟ କରିଛନ୍ତି।

ଗୁରୁବାର ବିପନ ରାୱତ କହିଥିଲେ ଯେ ଚାଇନିଜମାନେ ଭାରତୀୟ ସୀମାରେ ପଶିଛନ୍ତି ଓ ସେଠାରେ ଗାଁ ତିଆରି କରିଛନ୍ତି ବୋଲି ଯେଉଁ ରିପୋର୍ଟ ପ୍ରକାଶ କରି ବିବାଦ ସୃଷ୍ଟି କରାଯାଉଛି, ସେଥିରେ କୌଣସି ସତ୍ୟତା ନାହିଁ। ଏଲଏସିରେ ଥିବା ଚାଇନା ସୀମାରେ ବେଜିଂ ଗାଁ ତିଆରି କରିଛି। ଚାଇନା କେବେ ହେଲେ ଭାରତୀୟ ସୀମାରେ ଅନୁପ୍ରବେଶ କରିନି ବୋଲି ସେ କହିଥିଲେ।

ତେବେ ଗୁରୁବାର ସନ୍ଧ୍ୟାରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଥିଲେ ଯେ ଚାଇନା ଦୀର୍ଘ ଦଶନ୍ଧିରୁ କବାଜ କରିଥିବା ଅଞ୍ଚଳ ସମେତ ସୀମାନ୍ତବର୍ତ୍ତୀ ଇଲାକାରେ ନିର୍ମାଣ କାର୍ଯ୍ୟ କରିଆସୁଛି। ଭାରତ କେବେ ହେଲେ ଚାଇନାର ବେଆଇନ ଜମି ଦଖଲକୁ ଗ୍ରହଣ କରିନି କିମ୍ବା ଚାଇନାର ଅଯୌକ୍ତିକ ଦାବିକୁ ପ୍ରସୟ ଦେଇନି। ଭାରତ ସରକାର ସବୁବେଳେ ଏ ସମ୍ପର୍କରେ ଚାଇନାକୁ ଅବଗତ କରାଇଛନ୍ତି। ଆଗକୁ ମଧ୍ୟ ବେଜିଂକୁ ଏ ବିଷୟରେ ଅବଗତ କରାଇବେ ବୋଲି ସେ କହିଥିଲେ।

ଉଭୟ ବୟାନରେ ତାଳମେଳ ନଥିବାରୁ ରାହୁଲ ଗାନ୍ଧି ଆଜି ଟ୍ୱିଟ କରି ପ୍ରଧାନମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି, “ଆମର ଜାତୀୟ ସୁରକ୍ଷା ସହ ଅକ୍ଷମଣୀୟ ବୁଝାମଣା କରାଯାଇଛି। କାରଣ ଭାରତ ସରକାର ଚାଇନାକୁ ନେଇ କୌଣସି ରଣନୀତି କରିନାହାନ୍ତି ଓ ମିଷ୍ଟର ୫୬ ଇଞ୍ଚ ଭୟଭୀତ। ସୀମାରେ ଭାରତୀୟ ଯବାନମାନେ ନିଜ ଜୀବନକୁ ବାଜି ଲଗାଇ ସୁରକ୍ଷା ଯୋଗାଇ ଦେଉଛନ୍ତି। କିନ୍ତୁ ସରକାର କେବଳ ମିଛ ପରେ ମିଛ କହି ଚାଲିଛନ୍ତି।”


ସୂଚନାଯୋଗ୍ୟ, ଚାଇନା ବେଆଇନ ଭାବେ ଭାରତୀୟ ଅଞ୍ଚଳରେ ଗାଁ ନିର୍ମାଣ କରୁଥିବା ବିଷୟରେ ପ୍ରଥମେ ଗୋଟିଏ ଜାତୀୟ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଥିଲା। ଏହାପରେ ଆମେରିକାର ପ୍ରତିରକ୍ଷା ବିଭାଗର ବାର୍ଷିକ ରିପୋର୍ଟରେ ମଧ୍ୟ ଏକଥା କୁହାଯାଇଥିଲା।

ଏହି ରିପୋର୍ଟରେ ଆମେରିକା କହିଛି ଯେ ଏଲଏସିରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଛି। ଏସବୁ ଭିତରେ ଭାରତର ଅରୁଣାଚଳ ସୀମାନ୍ତ ଅଞ୍ଚଳରେ ଚାଇନା ୧୦୦ ଘର ବିଶିଷ୍ଟ ଗାଁ ତିଆରି କରିଛି। ୨୦୨୦ ମସିହାରେ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା ତିବ୍ଦତର ସ୍ୱୟଂଶାସିତ ଅଞ୍ଚଳରେ ଓ ଅରୁଣାଚଳର ବିବାଦୀୟ ଅଞ୍ଚଳରେ ଏପରି ଘର ନିର୍ମାଣ କରିଛି।

Related story