ସ୍କୁଲ ପିଲାଙ୍କ ସହ ମିଶି ଦୌଡିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଦେଖିବାକୁ ମିଳିଛୁ ଭିନ୍ନ ଭିନ୍ନ ରୂପ। କେତେବେଳେ ସେ ନାଚୁଛନ୍ତି ତ ଆଉ କେତେବେଳେ ପିଲାଙ୍କ ସହ ମିଶି ଲଗାଉଛନ୍ତି ଦୌଡ। ରବିବାର ପଦଯାତ୍ରା ବେଳେ ରାହୁଲ ଅଚାନକ ସ୍କୁଲ ପିଲାଙ୍କ ସହ ମିଶି ରେସ୍ ଲଗାଇଛନ୍ତି। ରାହୁଲଙ୍କ ହଠାତ ଦୌଡିବା କାରଣରୁ ତାଙ୍କ ସୁରକ୍ଷାକର୍ମୀ ଓ ତେଲେଙ୍ଗାନା ପ୍ରଦେଶ ସମିତି ଅଧ୍ୟକ୍ଷ ରେବନ୍ତ ରେଡ୍ଡୀ ଓ ଅନ୍ୟ ଲୋକମାନେ ମଧ୍ୟ ତାଙ୍କ ସହ ମିଶି […]

rahul-ran-with-school-students

Madhupriya Mistry
  • Published: Sunday, 30 October 2022
  • , Updated: 30 October 2022, 11:12 AM IST

ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଦେଖିବାକୁ ମିଳିଛୁ ଭିନ୍ନ ଭିନ୍ନ ରୂପ। କେତେବେଳେ ସେ ନାଚୁଛନ୍ତି ତ ଆଉ କେତେବେଳେ ପିଲାଙ୍କ ସହ ମିଶି ଲଗାଉଛନ୍ତି ଦୌଡ। ରବିବାର ପଦଯାତ୍ରା ବେଳେ ରାହୁଲ ଅଚାନକ ସ୍କୁଲ ପିଲାଙ୍କ ସହ ମିଶି ରେସ୍ ଲଗାଇଛନ୍ତି।

ରାହୁଲଙ୍କ ହଠାତ ଦୌଡିବା କାରଣରୁ ତାଙ୍କ ସୁରକ୍ଷାକର୍ମୀ ଓ ତେଲେଙ୍ଗାନା ପ୍ରଦେଶ ସମିତି ଅଧ୍ୟକ୍ଷ ରେବନ୍ତ ରେଡ୍ଡୀ ଓ ଅନ୍ୟ ଲୋକମାନେ ମଧ୍ୟ ତାଙ୍କ ସହ ମିଶି ଦୌଡିଛନ୍ତି। ରାହୁଲ ଗାନ୍ଧିଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୫୨ ବର୍ଷ ପାର୍ କରିସାରିଥିବା ରାହୁଲଙ୍କ ଫିଟ୍‌ନେସ୍‌କୁ ଦେଖି ଅନେକ ପ୍ରଶଂସା ମଧ୍ୟ କରିଛନ୍ତି।

https://twitter.com/INCIndia/status/1586553472131817472?s=20&t=34OdOTVUm8yc5sHT1Htiaw

ଋବିବାର ରାହୁଲ ଗାନ୍ଧି ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ତେଲେଙ୍ଗାନାର ଜଡଚର୍ଲାରୁ ପଦଯାତ୍ରା ଆରମ୍ଭ କରିଥିଲେ। ଆଜି ସେ ୨୨ କିଲୋମିଟର ପଦଯାତ୍ରା କରିବା ନେଇ ଦଳୀୟ ସୂତ୍ରରୁ ଜଣାପଡିଛି। ତେଲେଙ୍ଗାନାରେ କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରାର ଏହା ପଞ୍ଚମ ଦିନ।

ନିକଟରେ ରାହୁଲ ଗାନ୍ଧି ଓ ଜୟରାମ ରମେଶ ଏବଂ କିଛି ଲୋକଙ୍କ ସହ ମିଶି ସାମୂହିକ ନୃତ୍ୟ ପ୍ରଦର୍ଶନ କରିଥିଲେ। ଆଦିବାସୀ ନୃତ୍ୟ ପ୍ରଦର୍ଶନର ଦିନକ ପରେ ରାହୁଲଙ୍କ ଏହି ଭିଡିଓ ସାମ୍ନାକୁ ଆସିଥିଲା।

ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ, କେରଳ ଓ ତାମିଲନାଡୁ ପରେ ଏବେ ତେଲେଙ୍ଗାନାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଚାଲିଛି । ଆସନ୍ତା ୭ ନଭେମ୍ବରରେ ଏହି ଯାତ୍ରା ମହାରାଷ୍ଟ୍ରରେ ପ୍ରବେଶ କରିବ। ସେଠାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏନ୍‌ସିବି ନେତା ଶରଦ ପୱାରା ଏହି ଯାତ୍ରାର ଆୟୋଜନ କରିବେ।

Related story