ରେଲୱେ କନଷ୍ଟେବଲକୁ ଗୁଳି କଲେ ଆତଙ୍କୀ

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁଲଗାମରେ ଆଜି ଆତଙ୍କବାଦୀମାନେ ଜଣେ ଅଫ ଡ୍ୟୁଟି ରେଲୱେ କନଷ୍ଟେବଲଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କିଛି ଦିନ ତଳେ ଆତଙ୍କବାଦୀମାନେ ଶ୍ରୀନଗରରେ ୨୫ ବର୍ଷୀୟ ସବ ଇନସପେକ୍ଟର ଅର୍ଶଦ ଅହମଦ ମୀରଙ୍କୁ ସମାନ ଢଙ୍ଗରେ ହତ୍ୟା କରିଥିଲେ। ଆଜି କନଷ୍ଟେବଲ ବାଣ୍ଟୁ ଶର୍ମା ୱାନଫୋ ଗାଁରେ ଥିବା ତାଙ୍କ ଘର ପାଖରେ ଛିଡ଼ା ହୋଇଥିଲେ। ଏହି ସମୟରେ କିଛି ଆତଙ୍କବାଦୀମାନେ ତାଙ୍କୁ ଗୁଳି କରିଥିଲେ। ଗୁଳିମାଡ଼ ପରେ ତାଙ୍କୁ ସୁରକ୍ଷାକର୍ମୀମାନେ ସ୍ଥାନୀୟ ହସ୍ପିଟାଲରେ […]

Terrorist

Hemant Lenka
  • Published: Friday, 17 September 2021
  • , Updated: 17 September 2021, 08:03 PM IST

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁଲଗାମରେ ଆଜି ଆତଙ୍କବାଦୀମାନେ ଜଣେ ଅଫ ଡ୍ୟୁଟି ରେଲୱେ କନଷ୍ଟେବଲଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କିଛି ଦିନ ତଳେ ଆତଙ୍କବାଦୀମାନେ ଶ୍ରୀନଗରରେ ୨୫ ବର୍ଷୀୟ ସବ ଇନସପେକ୍ଟର ଅର୍ଶଦ ଅହମଦ ମୀରଙ୍କୁ ସମାନ ଢଙ୍ଗରେ ହତ୍ୟା କରିଥିଲେ।

ଆଜି କନଷ୍ଟେବଲ ବାଣ୍ଟୁ ଶର୍ମା ୱାନଫୋ ଗାଁରେ ଥିବା ତାଙ୍କ ଘର ପାଖରେ ଛିଡ଼ା ହୋଇଥିଲେ। ଏହି ସମୟରେ କିଛି ଆତଙ୍କବାଦୀମାନେ ତାଙ୍କୁ ଗୁଳି କରିଥିଲେ। ଗୁଳିମାଡ଼ ପରେ ତାଙ୍କୁ ସୁରକ୍ଷାକର୍ମୀମାନେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ତେବେ କେଉଁ ଆତଙ୍କୀ ସଂଗଠନ ଓ କାହିଁକି ଶ୍ରୀ ଶର୍ମାଙ୍କୁ ହତ୍ୟା କଲା, ସେକଥା ଜଣାପଡ଼ିନି।

ଅନ୍ୟପକ୍ଷରେ ଏପରି ଆତଙ୍କୀ ହମଲାକୁ ସାଜଦ ଲୋନ, ଓମାର ଅବଦୁଲ୍ଲା ଓ ନ୍ୟାଶନାଲ କନଫରେନ୍ସ ପକ୍ଷରୁ କଡ଼ା ଭାଷାରେ ନିନ୍ଦା କରାଯାଇଛି।

Related story