ନୀରଜଙ୍କ ଉପରେ ଧନ ବର୍ଷା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ନୀରଜ ଚୋପ୍ରା। ଦେଶ ପାଇଁ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ନୀରଜଙ୍କ ଏହି ସଫଳତା ପରେ ତାଙ୍କ ନିକଟକୁ ଛୁଟୁଛି ଅଜସ୍ର ଶୁଭେଚ୍ଛା। ଏଥିସହ ତାଙ୍କ ଉପରେ ହୋଇଛି ଧନ ବର୍ଷା।  ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ନୀରଜ ଚୋପ୍ରାଙ୍କୁ ୬ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ପଂଚକୁଲାରେ ନିର୍ମିତ ହେଉଥିବା ଆଥଲେଟିକ୍ସ ଫର୍ ଏକ୍ସିଲେନ୍ସ କେନ୍ଦ୍ରର ମୁଖ୍ୟ ଭାବେ ନିଯୁକ୍ତ କରିବାକୁ ସେ ଘୋଷଣା କରିଛନ୍ତି। […]

Neeraj Chopra

Madhupriya Mistry
  • Published: Sunday, 08 August 2021
  • , Updated: 08 August 2021, 10:16 AM IST

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ନୀରଜ ଚୋପ୍ରା। ଦେଶ ପାଇଁ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ନୀରଜଙ୍କ ଏହି ସଫଳତା ପରେ ତାଙ୍କ ନିକଟକୁ ଛୁଟୁଛି ଅଜସ୍ର ଶୁଭେଚ୍ଛା। ଏଥିସହ ତାଙ୍କ ଉପରେ ହୋଇଛି ଧନ ବର୍ଷା।  ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ନୀରଜ ଚୋପ୍ରାଙ୍କୁ ୬ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ପଂଚକୁଲାରେ ନିର୍ମିତ ହେଉଥିବା ଆଥଲେଟିକ୍ସ ଫର୍ ଏକ୍ସିଲେନ୍ସ କେନ୍ଦ୍ରର ମୁଖ୍ୟ ଭାବେ ନିଯୁକ୍ତ କରିବାକୁ ସେ ଘୋଷଣା କରିଛନ୍ତି। ନୀରଜ ଚୋପ୍ରାଙ୍କୁ ହରିୟାଣାରେ କ୍ଲାସ୍ ଓ୍ୱାନ୍ ସରକାରୀ ଚାକିରୀ ସହ ଶସ୍ତାରେ ଫ୍ଲାଟ ଯୋଗାଇ ଦେବାକୁ ବି ଘୋଷଣା ହୋଇଛି।

ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଧ୍ୟ ନୀରଜ ଚୋପ୍ରାଙ୍କୁ ୨ କୋଟି ଟଙ୍କା ନଗଦ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ଅନ୍ୟପଟେ ମଣିପୁର ସରକାର ମଧ୍ୟ ନୀରଜଙ୍କୁ ୧ କୋଟି ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛି। କ୍ରିକେଟ୍ ମହାକୁମ୍ଭ ଆଇପିଏଲର ଟିମ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ବିସିସିଆଇ ନୀରଜଙ୍କୁ ୧ କୋଟି ଲେଖାଏଁ ପୁରସ୍କାର ଦେବାକୁ ଘୋଷଣା କରିଛି। ନୀରଜଙ୍କ ନାଁରେ ୮ ହଜାର ୭୫୮ ନମ୍ବର ଥିବା ସ୍ୱତନ୍ତ୍ର ଜର୍ସି ସମ୍ମାନ ସୂଚକ ଭାବେ ଜାରି କରିବ ଚେନ୍ନାଇ ସୁପର କିଙ୍ଗସ।

ଗୁରୁଗ୍ରାମର ରିୟଲ ଇଷ୍ଟେଟ୍ କମ୍ପାନୀ ଏଲାନ ଗ୍ରୁପ୍ ଅଧ୍ୟକ୍ଷ ରାକେଶ କପୁର ନୀରଜ ଚୋପ୍ରାଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି।  ସେହିପରି ଇଣ୍ଡିଗୋ ଏୟାରଲାଇନ୍ସ ନୀରଜ ଚୋପ୍ରାଙ୍କୁ ବର୍ଷକ ଲାଗି ବିମାନରେ ମାଗଣା ଯାତ୍ରା ସୁବିଧା ଯୋଗାଇ ଦେବାକୁ କହିଛି। ଅନ୍ୟପଟେ ବିଶିଷ୍ଟ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ନୀରଜଙ୍କୁ ମହିନ୍ଦ୍ରା XUV700 କାର୍‌ ଉପହାର ସ୍ୱରୂପ ଦେବାକୁ ଘୋଷଣା କରିଛନ୍ତି।

ଟୋକିଓ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଇତିହାସ ରଚିଛନ୍ତି। ନୀରଜ ବ୍ୟକ୍ତିଗତ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ଦ୍ୱିତୀୟ ଭାରତୀୟ ହୋଇଥିବା ବେଳେ ଆଥଲେଟ୍‌ ଭାବେ ପ୍ରଥମ ଭାରତୀୟ।  ନୀରଜ ଚୋପ୍ରାଙ୍କ ପୂର୍ବରୁ ସୁଟିଂରେ ୨୦୦୮ ଅଲିମ୍ପିକ୍ସରେ ସୁଟର ଅଭିନବ ବିନ୍ଦ୍ରା ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।  ନୀରଜ ନିଜର ପ୍ରଥମ ଥ୍ରୋରେ ୮୭. ୦୩ ମିଟର, ଦ୍ୱିତୀୟ ଥ୍ରେ୍ାରେ ୮୭. ୫୮ ଯଏବଂ ତୃତୀୟ ଥର ସେ ୭୬. ୭୯ ମିଟର ଜାଭଲିନ ଫିଙ୍ଗି ବିଜୟ ହାସଲ କରିଥିଲେ।

ତେବେ ସବୁଠାରୁ ରୋମାଞ୍ଚକର ବିଷୟ ହେଉଛି ନୀରଜ ପ୍ରତି ଥ୍ରୋରେ ସମସ୍ତ ଖେଳାଳିଙ୍କୁ ପଛରେ ପକାଇ ପୂରା ଆଗରେ ରହିଥିଲେ।  ପ୍ରତି ଥର ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ନୀରଜ।

Related story