ଇଦ୍‌ରେ ମହା ଆରତୀ କରିବେନି ରାଜ ଠାକରେ

ମୁମ୍ବାଇ: ପବିତ୍ର ଇଦ୍‌ରେ ମହା ଆରତୀ କରିବେନି ରାଜ ଠାକରେ। ପୂର୍ବରୁ ଇଦ୍‌ ଦିନ ଅକ୍ଷୟ ତୃତୀୟା ପଡ଼ୁଥିବାରୁ ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ନିଜ ଦଳର କର୍ମୀମାନଙ୍କୁ ମହା ଆରତୀ କରିବାକୁ କହିଥିଲେ। ତେବେ ଆଜି ସେ ଏହି ଯୋଜନାକୁ ବାତିଲ କରିଛନ୍ତି। ନବ ନିର୍ମାଣ ସେନା ପକ୍ଷରୁ ଆସନ୍ତାକାଲି କୌଣସି ପ୍ରକାରର ମହା ଆରତୀ କରାଯିବନି ବୋଲି ସେ ଘୋଷଣା କରିଛନ୍ତି। ତେବେ ଲାଉଡ ସ୍ପିକର ବିରୋଧରେ ତାଙ୍କର ଲଢ଼େଇ […]

Raj-Thakrey

Hemant Lenka
  • Published: Monday, 02 May 2022
  • , Updated: 02 May 2022, 06:20 PM IST

ମୁମ୍ବାଇ: ପବିତ୍ର ଇଦ୍‌ରେ ମହା ଆରତୀ କରିବେନି ରାଜ ଠାକରେ। ପୂର୍ବରୁ ଇଦ୍‌ ଦିନ ଅକ୍ଷୟ ତୃତୀୟା ପଡ଼ୁଥିବାରୁ ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ନିଜ ଦଳର କର୍ମୀମାନଙ୍କୁ ମହା ଆରତୀ କରିବାକୁ କହିଥିଲେ। ତେବେ ଆଜି ସେ ଏହି ଯୋଜନାକୁ ବାତିଲ କରିଛନ୍ତି।

ନବ ନିର୍ମାଣ ସେନା ପକ୍ଷରୁ ଆସନ୍ତାକାଲି କୌଣସି ପ୍ରକାରର ମହା ଆରତୀ କରାଯିବନି ବୋଲି ସେ ଘୋଷଣା କରିଛନ୍ତି। ତେବେ ଲାଉଡ ସ୍ପିକର ବିରୋଧରେ ତାଙ୍କର ଲଢ଼େଇ ଜାରି ରହିବ ଓ ଏହା ଏକ ସାମାଜିକ ପ୍ରସଙ୍ଗ ବୋଲି ମଧ୍ୟ ରାଜ ଠାକରେ କହିଛନ୍ତି। ସେ ଆଜି ଟ୍ୱିଟ କରି କହିଛନ୍ତି, “ଲାଉଡ ସ୍ପିକର ଗୋଟିଏ ଧାର୍ମିକ ନୁହେଁ ସାମାଜିକ ପ୍ରସଙ୍ଗ। ଭବିଷ୍ୟତରେ କ’ଣ କାର୍ଯ୍ୟକ୍ରମ କରାଯିବ, ସେକଥା ମୁଁ ଆସନ୍ତାକାଲି କହିବି।”

ଆସନ୍ତାକାଲି ଇଦ୍‌ ପଡ଼ୁଛି। ମୁସଲିମ ଭାଇଭଉଣୀଙ୍କ ପର୍ବରେ ଯେମିତି ପ୍ରତିବନ୍ଧକ ସୃଷ୍ଟି ନ ହେବ, ସେଥିପାଇଁ ଆସନ୍ତାକାଲି ହେବାକୁ ଥିବା ମହା ଆରତୀକୁ ରାଜ ଠାକରେ ବାତିଲ କରିଛନ୍ତି ବୋଲି କୁହାଯାଉଛି। ଆସନ୍ତାକାଲି ସନ୍ଧ୍ୟା ୬.୩୦ରେ ପ୍ରଭାଦେବୀଙ୍କ ନିକଟରେ ମହା ଆରତୀ ହେବାର ଥିଲା। ରାଜ ଠାକରେଙ୍କ ପୁଅ ଅମିତଙ୍କ ନେତୃତ୍ୱରେ ଆୟୋଜନ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ସଦସ୍ୟମାନେ ଯୋଗ ଦେବାର ଥିଲା।

ସୂଚନାଯୋଗ୍ୟ, ଲାଉଡ ସ୍ପିକର ହଟାଇବା ଦାବିରେ ରାଜ ଠାକରେ ଅନେକ ବିବାଦୀୟ ବୟାନ ଦେଇ ଚାଲିଛନ୍ତି। ଏପରି କି ୪ ତାରିଖ ସୁଦ୍ଧା ମସଜିଦଗୁଡ଼ିକୁ ଲାଉଡ ସ୍ପିକର ନ ହଟିଲେ, ସେ ବିଭିନ୍ନ ମସଜିଦ ଆଗରେ ଲାଉଡ ସ୍ପିକର ଲଗାଇ ହନୁମାନ ଚାଳିଶା ପଢ଼ିବେ ବୋଲି ଧମକ ମଧ୍ୟ ଦେଇଛନ୍ତି।

Related story