ବିଜେପି ସାଂସଦ ଓ କଂଗ୍ରେସ ବିଧାୟକଙ୍କ ଜମାଣିଆ ଡାନ୍ସ, କରୋନାର ଧଜିଆ ଉଡ଼ିଲା

ଜୟପୁର: କରୋନା କାରଣରୁ ବିଭିନ୍ନ ରାଜ୍ୟରେ କଟକଣା ବଳବତ୍ତର ରହିଛି। ଏହି ସଂକଟଜନକ ସମୟରେ କୌଣସି ସ୍ଥାନରେ ଗହଳି କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କିନ୍ତୁ ଖୋଦ୍ ରାଜନେତା ମାନେ ଏଭଳି ନିୟମକୁ ଫୁ’ କରିଦେଇଛନ୍ତି । ଏହାର ଜ୍ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନରେ। ରାଜସ୍ଥାନରେ କରୋନା କଟକଣାକୁ ଭୁଲି ଏକ ବିବାହ ସମାରୋହର ଭିଡିଓ ସାମ୍ନାକୁ ଆସିଛି । ଏହି ସମାରୋହ ଜୁନ୍ ୨୦ ତାରିଖରେ ରାଜସ୍ଥାନର ସୱାଇ ମାଧପୁରର ବଡ଼ିଲା ଗାଁରେ ହୋଇଥିଲା […]

bjp-and-congress-leader

bjp-and-congress-leader

Ranjit Kumar Jena
  • Published: Tuesday, 22 June 2021
  • Updated: 22 June 2021, 03:23 PM IST

Sports

Latest News

ଜୟପୁର: କରୋନା କାରଣରୁ ବିଭିନ୍ନ ରାଜ୍ୟରେ କଟକଣା ବଳବତ୍ତର ରହିଛି। ଏହି ସଂକଟଜନକ ସମୟରେ କୌଣସି ସ୍ଥାନରେ ଗହଳି କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କିନ୍ତୁ ଖୋଦ୍ ରାଜନେତା ମାନେ ଏଭଳି ନିୟମକୁ ଫୁ’ କରିଦେଇଛନ୍ତି । ଏହାର ଜ୍ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନରେ। ରାଜସ୍ଥାନରେ କରୋନା କଟକଣାକୁ ଭୁଲି ଏକ ବିବାହ ସମାରୋହର ଭିଡିଓ ସାମ୍ନାକୁ ଆସିଛି । ଏହି ସମାରୋହ ଜୁନ୍ ୨୦ ତାରିଖରେ ରାଜସ୍ଥାନର ସୱାଇ ମାଧପୁରର ବଡ଼ିଲା ଗାଁରେ ହୋଇଥିଲା ।

ବିବାହ ସମାରୋହରେ ରାଜ୍ୟସଭା ସାଂସଦ ଡାକ୍ତର କିରୋଡି ଲାଲ୍ ମୀନା ଓ କଂଗ୍ରେସ ବିଧାୟକ ଇନ୍ଦ୍ରା ମୀନା ଖୁବ୍ ଡାନ୍ସ କରିଥିବା ଦେଖିବାକୁ ମିଳିଛି। କରୋନା ଭାଇରସ୍ ଯୋଗୁ ରାଜସ୍ଥାନରେ ଜୁନ୍ ୩୦ ତାରିଖ ଯାଏ ବିବାହ ସମାରୋହ ଉପରେ କଟକଣା ଲଗାଯାଇଛି। କିନ୍ତୁ ଏହି ବିବାହରେ ଲୋକଗୀତରେ ଖୁବ୍ ଅଣ୍ଟା ହଲିଛି। ଏପରିକି ବିଜେପି ସାଂସଦ ଓ କଂଗ୍ରେସ ବିଧାୟକ ମଧ୍ୟ ନିଜକୁ ରୋକିପାରିନାହାନ୍ତି।

सांसद और विधायक का डांस

ଖବର ଅନୁଯାୟୀ, ବାମନୱାସରେ ବଡିଲା ପରିବାରରେ ବିବାହ ସମାରୋହ ଆୟୋଜନରେ କରୋନା ଗାଇଡଲାଇନର ଉଲ୍ଲଙ୍ଘନ କରାଯାଇଥିବା ଦେଖିବାକୁ ମିଳିଛି । ଯେଉଁଠାରେ ବିଜେପିର ରାଜ୍ୟସଭା ସାଂସଦ କିରୋଡି ଲାଲ୍ ମୀନା ବିବାହ ସମାରୋହରେ ଯୋଗ ଦେଇଥିଲେ ଏବଂ ମହିଳାଙ୍କ ଲୋକଗୀତରେ ଖୁବ୍ ଡାନ୍ସ କରିଥିଲେ । ଏଥିରେ ସ୍ଥାନୀୟ ବାମନୱାସ ବିଧାୟକ ଇନ୍ଦିରା ମୀନା ମଧ୍ୟ ପଛକୁ ହଟିନଥିଲେ ଏବଂ ସେ ମଧ୍ୟ ବିବାହ ସମାରୋହରେ ମହିଳାଙ୍କ ସହ ମନଭରି ନାଚିଥିଲେ । ଉଭୟ ସାଂସଦ ଓ ବିଧାୟକ କରୋନା ଗାଇଡଲାଇନର ପୂରା ଧଜିଆ ଉଡ଼ାଇଛନ୍ତି ।

सांसद और विधायक का डांस

ସାଂସଦ ଓ ବିଧାୟକ ଗ୍ରାମବାସୀଙ୍କ ସହ ଅଧଘଣ୍ଟାରୁ ଅଧିକ ସମୟ ଧରି ଲୋକନୃତ୍ୟ କରିଥିଲେ। ସାଂସଦ ଓ ବିଧାୟକ ନିର୍ବନ୍ଧ ସମାରୋହରେ ପହଞ୍ଚିବା ମାତ୍ରକେ ଡିଜେ ଅପରେଟରଙ୍କୁ ଲୋକଗୀତ ବଜାଇବା ପାଇଁ କହିଥିଲେ । ଏହା ପରେ ଦୁହେଁ ମହିଳାଙ୍କ ସହ ଖୁବ୍ ନାଚିଥିଲେ। ସାଂସଦ ଓ ବିଧାୟକଙ୍କର ଡାନ୍ସର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି।

ବିବାହର ସାମୂହିକ ଭୋଜିରେ ଯୋଗ ଦେଇଥିବା ଅଧିକାଂଶ ଲୋକ ମାସ୍କ ପିନ୍ଧି ନଥିଲେ। ସାମାଜିକ ଦୂରତାକୁ ମଧ୍ୟ କେହି ମାନିନଥିଲେ । ଗାଁର ପୂର୍ବତନ ସରପଞ୍ଚଙ୍କ ପରିବାରରେ ଆୟୋଜିତ ଏହି ସମାରୋହରେ କଂଗ୍ରେସ ଓ ବିଜେପିର ଅନେକ ନେତା ସାମିଲ୍ ହୋଇଥିଲେ । ବିବାହ ଫଟୋରେ ଡାକ୍ତର କିରୋଡି ଲାଲ ମୀନାଙ୍କ ଫଟୋ ମଧ୍ୟ ଛପା ହୋଇଥିଲା।

सांसद और विधायक का डांस

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ମାମଲା ଧିରେ ଧିରେ କମିବାରେ ଲାଗିଛି। ଏହି କାରଣରୁ ଲୋକେ ବିନା ଭୟରେ କରୋନାର ନିୟମକୁ ଅଣଦେଖା କରୁଛନ୍ତି। ଗୋଟିଏ ପଟେ ତୃତୀୟ ଲହର୍ ପାଇଁ ଲୋକଙ୍କୁ ସତର୍କ କରାଯାଉଛି, ଅନ୍ୟ ପଟେ ଲୋକେ ବାରମ୍ବାର ଏଭଳି ଭୁଲ କରିବାକୁ ପଛାଉ ନାହାନ୍ତି। କରୋନା ଗାଇଡଲାଇନ୍ ଅନୁସାରେ ବିବାହ ସମାରୋହରେ ୧୧ ଜଣ ଲୋକଙ୍କୁ ଅନୁମତି ମିଳିଛି। ଏହା ସତ୍ତ୍ୱେ ଏଠାରେ ବିବାହ ସମାରୋହର ବଡ଼ ଆୟୋଜନ କରାଯାଇଛି। ଯେଉଁଥିରେ ସାଂସଦଙ୍କ ସହ ସ୍ଥାନୀୟ ବିଧାୟକ ସମେତ ଅନ୍ୟ ଲୋକ ଅଂଶଗ୍ରହଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story