ଜୟପୁର: ଏମିତି ଦୃଶ୍ୟ ବିଚଳିତ କରିଦେବା ଭଳି। ଛାତିକୁ ଦୋହଲାଇ ଦେଲା ଭଳି। ପୁଣି ହତବାକ୍ କରିଦେଲା ଭଳି। ଯାହାକୁ ଦେଖି ଆପଣ ବି କହିବେ ମଣିଷ କେତେ ନୃଶଂସ ହୋଇପାରେ। କେତେ ନିଷ୍ଠୁର ହୋଇ ପାରେ । ପୁଣି କେତେ ନିର୍ଦ୍ଦୟ ହୋଇପାରେ । ହଁ ମାନବୀୟତାର ସବୁ ସୀମା ଲଂଘିଲା ଭଳି ଘଟଣାଟଟିଏ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କାର ଚଳାଇ ଯାଉଥିବା ବେଳେ ଏକ କୁକୁର ଗଳାରେ ରସି ବାନ୍ଧି ଗାଡ଼ି ସହ ଦୌଡ଼ାଇଛି। ବାଟରେ ଏମିତି ଏକ ଦୃଶ୍ୟ ସାମ୍ନାରେ ପଡ଼ିବା ପରେ ଯେକେହି ବିଚଳିତ ହୋଇ ପଡ଼ୁଥିଲା। ଘଟଣାଟି ରାଜସ୍ଥାନର ଯୋଧପୁରରୁ ଆସିଛି। ଆଉ କେହି ନୁହେଁ ଜଣେ ଡାକ୍ତର ଏଭଳି ଜଘନନ୍ୟକାଣ୍ଡ ଘଟାଇଛନ୍ତି। ଡାକ୍ତର ଜଣକ କାରଟିକୁ ଚଳାଉଥିବା ବେଳେ ଏକ କୁକୁରକୁ ବାନ୍ଧି କାର ପଛରେ ଦୌଡ଼ାଇଥିଲେ।
ବିଚରା କୁକୁରଟି ଅସହାୟ ହୋଇ ଦଉଡ଼ିଥିଲା। ପଛରେ ଆସୁଥବା ୨ ଜଣ ବାଇକ ଆରୋହୀ ଉକ୍ତ କାରକୁ ପିଛା କରି ଅଟକାଇଥିଲେ। ଉଭୟ ଏହାର ଭିଡିଓ ମଧ୍ୟ ଶୁଟ କରିଥିଲେ। ପରେ ସେମାନେ କାରଟିକୁ ଅଟକାଇଥିଲେ। କୁକୁରଟିକୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିଲା। ତେବେ ଅଭିଯୁକ୍ତ ଡାକ୍ତର ଜଣକ ହେଉଛନ୍ତି ଡ.ରଜନୀଶ ଗଲୱାଲା। ଡାକ୍ତର ଜଣକୁ କାବୁ କରି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।
ତେବେ କୁକୁରଟିକୁ ଏଭଳି ନିର୍ଯାତନା ଦେବା ପଛରେ ଡାକ୍ତଙ୍କର ଯୁକ୍ତି ଶୁଣିଲେ ଆପଣ ବି ଚକିତ ହୋଇଯିବେ। ଡାକ୍ତରଙ୍କ କହିବା ଅନୁଯାଇ ଘରେ ସାମ୍ନାରେ ବୁଲା କୁକୁର ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିଲେ । ତେଣୁ ତାଙ୍କୁ ବାହାର କରିବା ପାଇଁ ଏଭଳି ବର୍ବର ଉପାୟ ଆପଣାଇଥିଲେ। ପୁଲିସ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।