ଯୌନ ନିର୍ଯାତନା ଅଭିଯୋଗ, ଇସ୍ତଫା ଦେଲେ ମନ୍ତ୍ରୀ

ବେଙ୍ଗାଲୁରୁ: ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଶେଷରେ ନୈତିକାତା ଆଧାର ଦର୍ଶାଇ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଧାୟକ ରମେଶ ଜାରକିହୋଲି। ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିବା ଜଣାପଡ଼ିଛି। ଏହି ଅଭିଯୋଗ ଆସିବା ପରେ ରାଜ୍ୟରେ ବିରୋଧୀ କଂଗ୍ରେସ ସମେତ ଅନେକ ସାମାଜିକ କର୍ମୀ ମନ୍ତ୍ରୀଙ୍କର ଇସ୍ତଫା ଦାବି କରିଥିଲେ। ମନ୍ତ୍ରୀ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, “ମୋ ବିରୁଦ୍ଧରେ ଅଭିଯୋଗ ଆସିଥିବା ସତ ନୁହେଁ।ଏହ ଷଡ଼ଯନ୍ତ୍ର। ଏକ ସ୍ପଷ୍ଟ […]

SEX-TAPE-OF-KARNATAKA-BJP-l

Subhransu Sekhar
  • Published: Wednesday, 03 March 2021
  • , Updated: 03 March 2021, 02:40 PM IST

ବେଙ୍ଗାଲୁରୁ: ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଶେଷରେ ନୈତିକାତା ଆଧାର ଦର୍ଶାଇ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଧାୟକ ରମେଶ ଜାରକିହୋଲି। ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିବା ଜଣାପଡ଼ିଛି। ଏହି ଅଭିଯୋଗ ଆସିବା ପରେ ରାଜ୍ୟରେ ବିରୋଧୀ କଂଗ୍ରେସ ସମେତ ଅନେକ ସାମାଜିକ କର୍ମୀ ମନ୍ତ୍ରୀଙ୍କର ଇସ୍ତଫା ଦାବି କରିଥିଲେ।

ମନ୍ତ୍ରୀ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, "ମୋ ବିରୁଦ୍ଧରେ ଅଭିଯୋଗ ଆସିଥିବା ସତ ନୁହେଁ।ଏହ ଷଡ଼ଯନ୍ତ୍ର। ଏକ ସ୍ପଷ୍ଟ ତଦନ୍ତର ଆବଶ୍ୟକ ରହିଛି। ମୁଁ ନିର୍ଦ୍ଦୋଷ ବୋଲି ଆଗାମୀ ଦିନରେ ପ୍ରମାଣିତ ହେବି। ଏହା ମୋର ଆତ୍ମବିଶ୍ୱାସ। ମୁଁ ନୈତିକତା କାରଣରୁ ଇସ୍ତଫା ଦେଉଛି ଏବଂ ମୁଁ ଏହାକୁ ଗ୍ରହଣ କରିବାକୁ ଅନୁରୋଧ କରୁଛି।" ୟେଦ୍ୟୁରପ୍ପା ସରକାରର ଅନ୍ୟତମ ମନ୍ତ୍ରୀ ଜଗଦିଶ ସେଟ୍ଟାର ପ୍ରତିକ୍ରିୟାରେ କହିଛନ୍ତି, ମନ୍ତ୍ରୀ ନିଜେ ଇସ୍ତଫା ଦେଇଛନ୍ତି।

ସରକାରୀ ଚାକିରି ଦେବା ନାଁରେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ରହିଛି ମନ୍ତ୍ରୀଙ୍କ ନାଁରେ। ଏକ ସେକ୍ସ ଟେପରେ ଜଳ ସମ୍ପଦ ମନ୍ତ୍ରୀ ରମେଶ ଜାରକିହୋଲି ଜଣେ ମହିଳାଙ୍କ ସହ କଥା ହେଉଥିବା ସାମ୍ନାକୁ ଆସିଛି।

ବୁଧବାର ମନ୍ତ୍ରୀ ରମେଶ କହିଥିଲେ ସାର୍ବଜନୀନ ହୋଇଥିବା ସେକ୍ସ ଟେପ ଫେକ୍। ସଂପୃକ୍ତ ମହିଳାଙ୍କୁ ସେ ଜାଣିନଥିବା କହିଥିଲେ। ଦଳର ମୁଖିଆଙ୍କ ଆଗରେ ହାଜର ହୋଇ ସେ ତାଙ୍କ ପକ୍ଷ ରଖିବେ ବୋଲି କହିଥିଲେ। ଯଦି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହେବ, ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ବିଦାୟୀ ମନ୍ତ୍ରୀ କହିଛନ୍ତି। ଏହି ଅଭିଯୋଗ ସମ୍ପୂର୍ଣ୍ଣ ଷଡଯନ୍ତ୍ର ବୋଲି ସେ କହିଛନ୍ତି।

ସାମାଜିକ କର୍ମୀ ତଥା ନାଗରିକ ହକ୍କୁ ହୋରାତା କମିଟିର ସଭାପତି ଦୀନେଶ କାଲ୍ଲାହଲ୍ଲୀ ଗଣମାଧ୍ୟମରେ ଏହି ସେକ୍ସ ଟେପ୍ ଜାରି କରିଥିଲେ। ସରକାରୀ ଚାକିରି ଦେବା ବାହାନାରେ ମନ୍ତ୍ରୀ ପୀଡିତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ଏବଂ ପରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାନ୍ତି। ପୀଡ଼ିତାଙ୍କୁ କର୍ଣ୍ଣାଟକ ବିଦ୍ୟୁତ୍ ଟ୍ରାନସମିଶନ ନିଗମରେ ଚାକିରି ମିଳିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିବା ଅଭିଯୋଗ ରହିଛି।

ଏଥିସହ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦା ଯୋଶୀ ମଧ୍ୟ ପ୍ରତିକ୍ରିୟାରେ କହିଥିଲେ ସତ ନଜାଣି କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିବୁ ନାହିଁ। ଯଦି ଏହି ଅଭିଯୋଗ ସତ ତେବେ ଏହା ଲଜ୍ଜାଜନକ। ଆମେ ନେତାମାନେ ନୌତିକ ଭାବରେ ଠିକ୍ ହେବା ଆବଶ୍ୟକ। ଏହା ହେଉଛି ବିଜେପିର ନୀତି।

Related story