ରାଞ୍ଚି ଛାଡ଼ି ପାରିବେନି ଆଇଏଏସ୍‌ ପୂଜା ସିଙ୍ଘଲ

ରାଞ୍ଚି: ରାଞ୍ଚି ଛାଡି ଯାଇପାରିବେନି ଆଇଏଏସ୍‌ ପୂଜା ସିଙ୍ଘଲ। ମନରେଗା ସ୍କାମ୍‌, ଆୟରୁ ଅଧିକ ସମ୍ପତ୍ତି ଓ ଦୁର୍ନୀତି ଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ଝାଡଖଣ୍ଡର ଖଣି ସଚିବ ପୂଜା ସିଙ୍ଘଲଙ୍କୁ କୌଣସି ବି ପରିସ୍ଥିତିରେ ରାଞ୍ଚି ନ ଛାଡିବାକୁ ନିର୍ଦ୍ଦେଶ ଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସେ ଏହି ମାମଲା ଖୁବଶୀଘ୍ର ଗିରଫ ହୋଇପାରନ୍ତି। ମଙ୍ଗଳବାର ପୂଜା ସିଙ୍ଘଲଙ୍କୁ ଦୀର୍ଘ ୯ ଘଣ୍ଟା ଧରି ପଚାରଉଚୁରା କରିଥିଲା ଇଡି। ଏହାପରେ ରାତି ୮ଟାରେ ଇଡି ତାଙ୍କୁ […]

IAS Pooja Singhal Case

IAS Pooja Singhal Case

Madhupriya Mistry
  • Published: Wednesday, 11 May 2022
  • Updated: 11 May 2022, 02:33 PM IST

Sports

Latest News

ରାଞ୍ଚି: ରାଞ୍ଚି ଛାଡି ଯାଇପାରିବେନି ଆଇଏଏସ୍‌ ପୂଜା ସିଙ୍ଘଲ। ମନରେଗା ସ୍କାମ୍‌, ଆୟରୁ ଅଧିକ ସମ୍ପତ୍ତି ଓ ଦୁର୍ନୀତି ଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ଝାଡଖଣ୍ଡର ଖଣି ସଚିବ ପୂଜା ସିଙ୍ଘଲଙ୍କୁ କୌଣସି ବି ପରିସ୍ଥିତିରେ ରାଞ୍ଚି ନ ଛାଡିବାକୁ ନିର୍ଦ୍ଦେଶ ଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସେ ଏହି ମାମଲା ଖୁବଶୀଘ୍ର ଗିରଫ ହୋଇପାରନ୍ତି।

ମଙ୍ଗଳବାର ପୂଜା ସିଙ୍ଘଲଙ୍କୁ ଦୀର୍ଘ ୯ ଘଣ୍ଟା ଧରି ପଚାରଉଚୁରା କରିଥିଲା ଇଡି। ଏହାପରେ ରାତି ୮ଟାରେ ଇଡି ତାଙ୍କୁ ଛାଡି ଦେଇଥିଲା। ତେବେ ପଚରାଉଚରା ପରେ ତାଙ୍କୁ ରାଞ୍ଚି ନଛାଡିବାକୁ ଇଡି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ଅନ୍ୟପଟେ ଇଡି ଟିମ୍ ଆଜି ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ପୁଣିଥରେ ପଚରାଉଚୁରା କରିବାକୁ ଇଡି ଅଫିସକୁ ଡାକିଛନ୍ତି। ପୂଜା ସିଙ୍ଘଲ ଓ ତାଙ୍କ ସ୍ୱାମୀ ଅଭିଷେକ ଝାଙ୍କୁ ଇଡି ତରଫରୁ କୁହାଯାଇଛି ଯେ, ସେମାନେ କୌଣସି ବି କାରଣରୁ ରାଞ୍ଚି ଛାଡି ଅନ୍ୟତ୍ର ଯାଇପାରିବେ ନାହିଁ। ଏପଟେ ପୂଜା ସିଙ୍ଘଲ ମାମଲାର ସିବିଆଇ ତଦନ୍ତ ଏବଂ ଇଡି ଅଧିକାରୀଙ୍କ ସୁରକ୍ଷା ସମ୍ପର୍କରେ ଝାଡଖଣ୍ଡ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଝାଡଖଣ୍ଡ ସରକାର ମଧ୍ୟ ପୂଜା ସିଙ୍ଘଲଙ୍କୁ ଚାକିରିରୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ଅନ୍ୟ ଜଣେ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଝାଡଖଣ୍ଡ ସରକାରଙ୍କ ଖଣି ବିଭାଗର ସଚିବ ଥିବା ପୂଜା ସିଙ୍ଘଲଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା। ଯାହାକୁ ଗଣିବାକୁ ଇଡିକୁ ଟଙ୍କା ମେସିନ୍ ଆଣିବାକୁ ପଡିଥିଲା। ଏହାପରେ ମଙ୍ଗଳବାର ତାଙ୍କୁ ଇଡି ଅଧିକାରୀମାନେ ପାଖାପାଖି ୯ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚୁରା କରିବା ପରେ ଛାଡି ଦେଇଥିଲେ। ଏହି ସମୟରେ ଇଡିର ପ୍ରତିଟି ଅଭିଯୋଗକୁ ଖଣ୍ଡନ କରିବା ସହ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ମନରେଗା ଦୁର୍ନୀତି ମାମଲାରେ ତାଙ୍କର ସମ୍ପୃକ୍ତିକୁ ସେ ଅସ୍ୱୀକାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story