ବିଜେପି ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ଡେରାଡୁନ: ଉତ୍ତରାଖଣ୍ଡର ଜଣେ ବିଜେପି ବିଧାୟକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିଛି। ତାଙ୍କ ନାଁ ମହେଶ ନେଗି। ଜଣେ ମହିଳା ଅଭିଯୋଗ କରି କହିଛନ୍ତି ଯେ ୨୦୧୬ରୁ ୨୦୧୮ ମଧ୍ୟରେ ବିଧାୟକ ମହେଶ ନେଗି ତାଙ୍କ ସହିତ ଅନେକ ଥର ଦୁଷ୍କର୍ମ କରିଥିଲେ। ଏପରିକି ତାଙ୍କ ଆଡ଼ୁ ସେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ତେଣୁ ସତ୍ୟାସତ୍ୟ ଜାଣିବା ପାଇଁ ଏହି ଶିଶୁର ଡିଏନ୍‌ଏ ଟେଷ୍ଟ କରାଇବା ପାଇଁ ମଧ୍ୟ ସେ ଦାବି କରିଛନ୍ତି। ଦୁଷ୍କର୍ମ ଅଭିଯୋଗ […]

bjp

Jitendra Garnayak
  • Published: Tuesday, 18 August 2020
  • , Updated: 18 August 2020, 10:24 AM IST

ଡେରାଡୁନ: ଉତ୍ତରାଖଣ୍ଡର ଜଣେ ବିଜେପି ବିଧାୟକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିଛି। ତାଙ୍କ ନାଁ ମହେଶ ନେଗି। ଜଣେ ମହିଳା ଅଭିଯୋଗ କରି କହିଛନ୍ତି ଯେ ୨୦୧୬ରୁ ୨୦୧୮ ମଧ୍ୟରେ ବିଧାୟକ ମହେଶ ନେଗି ତାଙ୍କ ସହିତ ଅନେକ ଥର ଦୁଷ୍କର୍ମ କରିଥିଲେ। ଏପରିକି ତାଙ୍କ ଆଡ଼ୁ ସେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ତେଣୁ ସତ୍ୟାସତ୍ୟ ଜାଣିବା ପାଇଁ ଏହି ଶିଶୁର ଡିଏନ୍‌ଏ ଟେଷ୍ଟ କରାଇବା ପାଇଁ ମଧ୍ୟ ସେ ଦାବି କରିଛନ୍ତି।

ଦୁଷ୍କର୍ମ ଅଭିଯୋଗ ଆଣିଥିବା ମହିଳା ଜଣଙ୍କ ଆହୁରି କହିଛନ୍ତି ଯେ ବିଧାୟକ ମହେଶ ନେଗିଙ୍କ ସହିତ ସେ ମସୁରୀ, ନୈନିତାଲ, ଦିଲ୍ଲୀ, ହିମାଚଳ ପ୍ରଦେଶ ଓ ଦିଲ୍ଲୀ ଆଦି ସ୍ଥାନକୁ ଯାଇଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପାଟି ଚୁପ୍ କରାଇବା ପାଇଁ ବିଧାୟକଙ୍କ ପତ୍ନୀ ତାଙ୍କୁ ୨୫ ଲକ୍ଷ ଟଙ୍କା ଯାଚିଥିଲେ।

ବିଧାୟକ ମହେଶ ନେଗିଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଥିବା ମହିଳା ଜଣଙ୍କ ତାଙ୍କ ପଡ଼ୋଶୀ ବୋଲି ଜଣାପଡ଼ିଛି। ୨୦୧୬ ମସିହାରେ ସେ ତାଙ୍କ ମା’ଙ୍କ ଅସୁସ୍ଥତା ନେଇ ପ୍ରଥମେ ମହେଶ ନେଗିଙ୍କୁ ଭେଟିଥିଲେ।

ଉତ୍ତରାଖଣ୍ଡ ଡିଜି (ଆଇନ୍ ଏବଂ ଶୃଙ୍ଖଳା) ଅଶୋକ କୁମାର କହିଛନ୍ତି ଯେ ଉକ୍ତ ମହିଳା ଜଣଙ୍କ ବିବାହିତା। ସେ ବିଜେପି ବିଧାୟକ ମହେଶ ନେଗିଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି। ଏନେଇ ନେହରୁ କଲୋନୀ ପୁଲିସ୍ ଷ୍ଟେସନ୍‌ରେ ସେ ଏକ ଏତଲା ଦେଇଛନ୍ତି।

ଅନ୍ୟପକ୍ଷରେ ବିଧାୟକ ମହେଶ ନେଗିଙ୍କ ପତ୍ନୀ ଉକ୍ତ ମହିଳାଙ୍କ ନାଁରେ ବ୍ଲାକ୍‌ମେଲିଂ ଅଭିଯୋଗ ଆଣି ନେହରୁ ପୁଲିସ୍ ଷ୍ଟେସନ୍‌ରେ ଏକ ଏତଲା ଦେଇଛନ୍ତି। ଉକ୍ତ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ବ୍ଲାକ୍‌ମେଲିଂ କରୁଥିବା ସେ ଅଭିଯୋଗ କରିଛନ୍ତି।

Related story