୬ ବର୍ଷର ଶିଶୁକନ୍ୟାକୁ ଅପହରଣ ପରେ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ହାପୁର: ଉତ୍ତର ପ୍ରଦେଶର ହାପୁରରେ ୬ ବର୍ଷୀୟ ଶିଶୁକନ୍ୟାକୁ ଅପହରଣ ପରେ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଦୁଷ୍କର୍ମ କରିବା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଆଜି ପୁଲିସ୍‌ ଶେଷରେ ଗିରଫ କରିଛି। ଘଟଣାର ୭ ଦିନ ପରେ ପୁଲିସ୍‌କୁ ଏହି ସଫଳତା ମିଳିଛି। ଏବେ ମୁଖ୍ୟ ଅଭିଯୁକ୍ତକୁ ପୁଲିସ୍‌ ଜେରା କରି ଅଧିକ ତଥ୍ୟ ହାସଲ କରିବାରେ ଲାଗିଛି।

ଅଗଷ୍ଟ ୬ ତାରିଖରେ ହାପୁର ଘରମୁକେଶ୍ୱର କୋଟୱାଲି ଅଞ୍ଚଳରୁ ଶିଶୁକନ୍ୟାଟିକୁ ଜଣେ ଦୁର୍ବୃତ୍ତ ବାଇକ ଯୋଗେ ଅପହରଣ କରି ନେଇଥିଲା। ଏହାପରେ ଶିଶୁକନ୍ୟାଟିକୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଦୁଷ୍କର୍ମ କରାଯାଇଥିଲା। ଏହାର ଗୋଟିଏ ଦିନ ପରେ ଶିଶୁକନ୍ୟାଟିକୁ ନିକଟସ୍ଥ ପଡ଼ିଆରୁ ଅଚେତ ଅବସ୍ଥାରେ ଠାବ କରାଯାଇଥିଲା।

ତୁରନ୍ତ ଶିଶୁକନ୍ୟାଟିରୁ ହସ୍ପିଟାଲ ନିଆଯାଇଥିଲା। ଏବେ ବି ସେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଘଟଣା ପରେ ପୁଲିସ୍‌ ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା କରିଥିଲେ ହେଁ ତା’ର କୌଣସି ପତ୍ତା ମିଳି ନଥିଲା। ଏହାପରେ ପୁଲିସ୍‌ ୫୦ ହଜାର ଟଙ୍କାର ପୁରସ୍କାର ଓ ଅଭିଯୁକ୍ତର ଫଟୋ ମଧ୍ୟ ଜାରି କରିଥିଲା।

ଆହୁରି ପଢ଼ନ୍ତୁ

ଗଣଦୁଷ୍କର୍ମ ପରେ ୨୦ ବର୍ଷୀୟ ଯୁବତୀଙ୍କ ଜିଭ କାଟିଦେଲେ ୪ ଯୁବକ

କରୋନା ଟିକା ସମ୍ପର୍କରେ ଭଲ ଖବର ଦେଲା ଜନସନ ଆଣ୍ଡ ଜନସନ

ଅମ୍ଳଜାନ ସିଲିଣ୍ଡରର ଦର ହ୍ରାସ କଲେ ସରକାର

ସୁଶାନ୍ତ ମୃତ୍ୟୁ ମାମଲା: ରିୟାଙ୍କ ଓକିଲଙ୍କ ବଡ଼ ଅଭିଯୋଗ

୫ ଘଣ୍ଟାର ଜେରା ପରେ ଏନସିବି ଅଫିସରୁ ବାହାରିଲେ ଶ୍ରଦ୍ଧା ଓ ସାରା

କରୋନା ଟିକା ପାଇଁ ଭାରତ ସରକାରଙ୍କ ପାଖରେ ୮୦ ହଜାର କୋଟି ଅଛି ତ?

ଗିରଫ ହେଲେ ଧର୍ମା ପ୍ରଡକ୍ସନର କ୍ଷୀତିଜ, କରଣ କହିଲେ ଏମିତି…

ଚାଷୀଙ୍କୁ ଅପମାନ କରିଥିବା କଙ୍ଗନାଙ୍କ ନାଁରେ ଅପରାଧିକ ମାମଲା ରୁଜୁ

ଚାଇନା ସାମ୍ବାଦିକଙ୍କ ରହଣି ଉପରେ କଟକଣା ଲଗାଇବ ଆମେରିକା

କ’ଣ ଖାଇବେ, କ’ଣ ନ ଖାଇବେ, ଆଉ କିପରି ଖାଇବେ ଜାଣନ୍ତୁ…

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ ବାଲସୁବ୍ରମଣ୍ୟମ

‍‍୫୦ ଲକ୍ଷ ପାଖରେ ଦେଶରେ କରୋନା ସୁସ୍ଥଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୯୩,୪୨୦