ନୂଆଦିଲ୍ଲୀ: ପିଏମ କେୟାର୍ସ ପାଣ୍ଠିର ଅନ୍ୟତମ ଟ୍ରଷ୍ଟି ଭାବେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ନିଯୁକ୍ତ କରାଯାଇଛି। ଏହି ଟ୍ରଷ୍ଟରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ କେ ଟି ଥୋମାସ୍, ପୂର୍ବତନ ଡେପୁଟି ବାଚସ୍ପତି କରିଆ ମୁଣ୍ଡାଙ ମନୋନିତ ହୋଇଥିବା ବେଳେ ସେଥିରେ ଏବେ ଟାଟା ସନ୍ସ ଚେୟାରମ୍ୟାନ୍ ରତନ ଟାଟାଙ୍କୁ ସାମିଲ କରାଯାଇଛି। ଏ ସମ୍ପର୍କରେ ପିଏମଓ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଛି। ପିଏମ କେୟାର୍ସ ଫଣ୍ଡର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ରତନ ଟାଟାଙ୍କୁ ସ୍ୱାଗତ କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହେଉଛନ୍ତି ପିଏମ କେୟାର୍ସ ପାଣ୍ଠିର ଅନ୍ୟତମ ଟ୍ରଷ୍ଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ପିଏମ କେୟାର୍ସ ବୋର୍ଡ଼ ବୈଠକ ପରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ନିଜେ ରତନ ଟାଟା ମଧ୍ୟ ଉପସ୍ଥିତ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୬ ଦିନିଆ ଆମେରିକା ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର
ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଶାସନକୁ ଫେରିବା ପରେ ଏହା କୌଣସି ଭାରତୀୟ ମନ୍ତ୍ରୀଙ୍କ ପ୍ରଥମ ଆମେରିକା ଗସ୍ତ। ଦ୍ୱିପାକ୍ଷିକ ସମ୍ପର୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ହେବ ଆଲୋଚନା।
National
ବଢ଼ିଲା ଅଲ୍ଲୁ ଅର୍ଜୁନଙ୍କ ଅଡ଼ୁଆ, ପୁଲିସ କଲା ସମନ
ଆସନ୍ତାକାଲି ଦିନ ୧୧ଟାରେ ଥାନାରେ ହାଜର ହେବାକୁ ତାଙ୍କୁ କୁହାଯାଇଛି।
National
ହାଇକୋର୍ଟଙ୍କ ସାଂଘାତିକ ରୁଲିଂ: ମୃତଦେହ ସହ ସେକ୍ସ କରିବା ଦୁଷ୍କର୍ମ ନୁହେଁ
ଜଣେ ନାବାଳିକାଙ୍କ ମୃତଦେହ ସହ ଦୁଷ୍କର୍ମ କରିବା ଅଭିଯୋଗରେ ନୀଲୁ ନାଗେଶ ନିକଟରେ ତଳ କୋର୍ଟରେ ଦୋଷମୁକ୍ତ ହୋଇଥିଲେ।
National
୫୦ ଲକ୍ଷ ଟଙ୍କା ଦେଲେ ପୁଷ୍ପା-୨ ନିର୍ମାତା; ଅଲ୍ଲୁ ଅର୍ଜୁନ ଦାୟୀ ନୁହନ୍ତି କହିଲେ ମୃତକଙ୍କ ସ୍ୱାମୀ
ଥାନାରେ କରିଥିବା ଅଭିଯୋଗ ମଧ୍ୟ ଉଠାଇନେବାକୁ ପ୍ରସ୍ତୁତ ଥିବା କହିଛନ୍ତି ମୃତ ମହିଳାଙ୍କ ସ୍ୱାମୀ। ପୁଅ ୨୦ ଦିନ ହେଲା କୋମାରେ, କିଛି ଜାଣିପାରୁନି।
National
ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଜଷ୍ଟିସ ଭି.ରାମସୁବ୍ରମଣ୍ୟମ
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କୁ ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଜଷ୍ଟିସ ଅରୁଣ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଚଳିତବର୍ଷ ଜୁନ ୧ରେ ଶେଷ ହୋଇଥିଲା।