ଲାଲକିଲା ଆକ୍ରମଣ: ଦୋଷୀ ଅସଫାକର ଫାଶୀ ଦଣ୍ଡାଦେଶ କାଏମ

ନୂଆଦିଲ୍ଲୀ: ୨୦୦୦ ମସିହାରେ ହୋଇଥିବା ଲାଲକିଲା ଆକ୍ରମଣ ମାମଲାରେ ଦୋଷୀ ମହୋମ୍ମଦ ଆରିଫ ଓରଫ ଅସଫାକର ଦଣ୍ଡାଦେଶ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ଅସଫାକର ପୂର୍ନବିଚାର ଆବେଦନକୁ ଆଜି ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ୨୨ ଡିସେମ୍ବର ୨୦୦୦ ମସିହାରେ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବା ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଦୁଇ ଜଣ ସେନା ଯବାନଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାର ଯବାବରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି […]

supreme-court on red-fort-attack-case

Madhupriya Mistry
  • Published: Thursday, 03 November 2022
  • , Updated: 03 November 2022, 12:31 PM IST

ନୂଆଦିଲ୍ଲୀ: ୨୦୦୦ ମସିହାରେ ହୋଇଥିବା ଲାଲକିଲା ଆକ୍ରମଣ ମାମଲାରେ ଦୋଷୀ ମହୋମ୍ମଦ ଆରିଫ ଓରଫ ଅସଫାକର ଦଣ୍ଡାଦେଶ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ଅସଫାକର ପୂର୍ନବିଚାର ଆବେଦନକୁ ଆଜି ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି।

୨୨ ଡିସେମ୍ବର ୨୦୦୦ ମସିହାରେ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବା ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଦୁଇ ଜଣ ସେନା ଯବାନଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାର ଯବାବରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଆକ୍ରମଣ ଘଟଣାରେ ୨୦୦୫ ଅକ୍ଟୋବର ୩୧ରେ ନିମ୍ନ ଅଦାଲତ ଅସଫାକଙ୍କୁ ଦୋଷୀ ଘୋଷଣା କରିବା ସହ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।

୨୦୧୩ରେ ସୁପ୍ରିମକୋର୍ଟ ଆରିଫର ଫାଶୀଦଣ୍ଡକୁ କାଏମ ରଖିବା ସହ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଥିଲେ। ଏହା ପରେ ୨୦୧୪ରେ ସୁପ୍ରିମକୋର୍ଟ କୋର୍ଟ କ୍ୟୁରେଟିଭ ପିଟିସନକୁ ମଧ୍ୟ ଖାରଜ କରିଦେଇଥିଲେ। ବର୍ତ୍ତମାନ ପୁଣି ଥରେ ସୁପ୍ରିମକୋର୍ଟ ଆରିଫର ରିଭ୍ୟୁ ପିଟିସନକୁ ଖାରଜ କରିଦେଇଛନ୍ତି।

ସୁପ୍ରିମକୋର୍ଟ ୨୦୧୫ ମସିହାରେ ୟାକୁବ ମେନନ ଏବଂ ଆରିଫର ଆବେଦନ ଉପରେ ଐତିହାସିକ ଫଇସଲା ଶୁଣାଇଥିଲେ। ସେତେବେଳେ କୋର୍ଟ କହିଥିଲେ ଫାଶୀଦଣ୍ଡ ପାଇଥିବା ଦୋଷୀଙ୍କ ପୁନର୍ବିଚାର ଆବେଦନ ଉପରେ ଓପନ କୋର୍ଟ ଶୁଣିବା ହେବା ଦରକାର। ଏହା ପୂର୍ବରୁ ପୁନର୍ବିଚାର ଆବେଦନ ଶୁଣାଣି ନ୍ୟାୟାଧୀଷ ନିଜ ଚାମ୍ବରରେ କରୁଥିଲେ।

Related story