୨୫ ବର୍ଷ ପରେ ଅଭିଯୁକ୍ତ ନିର୍ଦ୍ଦୋଷ, ଯୌନ ସମ୍ପର୍କ ରଖି ବିବାହ ନକଲେ ଠକେଇ ନୁହଁ : ବମ୍ବେ ହାଇକୋର୍ଟ

ବମ୍ବେ: ଯୌନ ସମ୍ପର୍କ ରଖି ବିବାହ ନକଲେ ମଧ୍ୟ ଏହାକୁ ଠକେଇ(ଚିଟିଂ) ବୋଲି କୁହାଯାଇ ପାରିବ ନାହିଁ। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ। ଏଥିସହ ୨୫ ବର୍ଷ ପରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ବୋଲି କୋର୍ଟ ଘୋଷଣା କରିଛନ୍ତି।  ବମ୍ବେ ହାଇକୋର୍ଟ ସମ୍ପୃକ୍ତ  ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରି କହିଛନ୍ତି ଯେ, ଯେହେତୁ ମହିଳା ଜଣକ ଭ୍ରମରେ ପଡ଼ି ଯୌନ ସମ୍ପର୍କ ପାଇଁ ସହମତି ପ୍ରଦାନ କରିବାର ପ୍ରମାଣ […]

BombayHighCou

Tapas Behera
  • Published: Thursday, 23 December 2021
  • , Updated: 23 December 2021, 12:41 PM IST

ବମ୍ବେ: ଯୌନ ସମ୍ପର୍କ ରଖି ବିବାହ ନକଲେ ମଧ୍ୟ ଏହାକୁ ଠକେଇ(ଚିଟିଂ) ବୋଲି କୁହାଯାଇ ପାରିବ ନାହିଁ। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ। ଏଥିସହ ୨୫ ବର୍ଷ ପରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ବୋଲି କୋର୍ଟ ଘୋଷଣା କରିଛନ୍ତି।  ବମ୍ବେ ହାଇକୋର୍ଟ ସମ୍ପୃକ୍ତ  ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରି କହିଛନ୍ତି ଯେ, ଯେହେତୁ ମହିଳା ଜଣକ ଭ୍ରମରେ ପଡ଼ି ଯୌନ ସମ୍ପର୍କ ପାଇଁ ସହମତି ପ୍ରଦାନ କରିବାର ପ୍ରମାଣ ମିଳୁ ନାହିଁ, ତେଣୁ ବିବାହକୁ ପ୍ରତ୍ୟାଖ୍ୟାନ କରିବା ଆଇପିସିର ଧାରା ୪୧୭ ଅନୁଯାୟୀ ଅପରାଧ ନୁହେଁ। ୧୯୯୬ରେ ପୀଡ଼ିତା ଜଣକ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଠକେଇ ଅଭିଯୋଗ ଆଣିଥିଲେ।

ସେ କହିଥିଲେ ଯେ ଅଭିଯୁକ୍ତ ଜଣକ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ବିବାହ ପାଇଁ ମନା କରିଦେଇଥିଲେ। ଏତଲାକୁ ଆଧାର କରି ଥାନାରେ  ଆଇପିସି ଧାରା  ୩୭୬(ଦୁଷ୍କର୍ମ) ଏବଂ ୪୧୭(ଠକେଇ) ମାମଲା ରୁଜୁ କରାଯାଇଥିଲା।

ଏହାକୁ ନେଇ କୋର୍ଟରେ ଦୀର୍ଘଦିନ ଧରି ମାମଲା ଚାଲିଥିଲା। ସମସ୍ତ  ଅଭିଯୋଗକୁ  ଅଭିଯୁକ୍ତ ଖଣ୍ଡନ କରିଥିଲେ।  ୩ ବର୍ଷ ମାମଲା ଚାଲିବା ପରେ ପାଲଘର ଅତିରିକ୍ତ ବିଚାରପତି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଇପିସି ଧାରା ୪୧୭ରେ ଦଣ୍ଡବିଧାନ କରିଥିଲେ। ଅଭିଯୁକ୍ତଙ୍କୁ ବର୍ଷେ ଜେଲ ଦଣ୍ଡ ସହ  ୫୦୦୦ ଟଙ୍କା ଜୋରିମାନା ହୋଇଥିଲା। ଏହା ପରେ ଅଭିଯୁକ୍ତ ଜଣକ ହାଇକୋର୍ଟ ଯାଇଥିଲେ। ପ୍ରତିପକ୍ଷ ପୀଡ଼ିତା ଜଣକ କହିଥିଲେ ଯେ, ଅଭିଯୁକ୍ତ ଜଣକ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ଚିହ୍ନିଥିଲେ । ୩ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ରହି ଆସିଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ବୋଲି ପୀଡ଼ିତାଙ୍କ ଭଉଣୀ କୋର୍ଟରେ କହିଥିଲେ। ତେବେ ଅଭିଯୁକ୍ତ ଉପସ୍ଥାପନ କରିଥିବା ଯୁକ୍ତି ଅନୁଯାୟୀ, ଉଭୟଙ୍କ ମଧ୍ୟରେ ବୁଝମାଣାରେ ଶାରୀରିକ ସମ୍ପର୍କ ହୋଇଥିବା ବମ୍ବେ ହାଇକୋର୍ଟ ପ୍ରମାଣକୁ ପରୀକ୍ଷା କରି ଜାଣିବାକୁ ପାଇଥିଲେ।

କେବଳ ବିବାହ ପାଇଁ ମନା କରିଦେଇଥିବାରୁ ଅଭିଯୁକ୍ତଙ୍କୁ  ଆଇପିସି ଧାରା ୪୧୭ରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତେବେ ଯୁବତୀ ଜଣକ ବିବାହର ପ୍ରତିଶ୍ରୁତି ବା ବୈବାହିକ ଜାଲିଆତିରେ ଶିକାର ହୋଇ ଶାରୀରିକ ସମ୍ପର୍କ ପାଇଁ ରାଜି ହୋଇଥିବା ପ୍ରମାଣ ମିଳୁ ନାହିଁ ବୋଲି ବମ୍ବେ ହାକୋର୍ଟର ଜଷ୍ଟିସ୍ ପ୍ରଭୁ ଦେଶାୟୀ କହିଛନ୍ତି।  ଯେହେତୁ ମହିଳା ଜଣକ କୌଣସି ଭ୍ରମରେ କିମ୍ବା ଭୁଲ ଧାରଣାରେ ବଶବର୍ତ୍ତୀ ହୋଇ ଶାରୀରିକ ସମ୍ପର୍କ ପାଇଁ ସହମତି ପ୍ରକାଶ କରିବାର ପ୍ରମାଣ ସିଧାନ୍ତ ହେଉ ନାହିଁ ଏହା  ଆଇପିସିର ଧାରା ୯୦ରେ ମଧ୍ୟ ଶ୍ରେଣୀଭୁକ୍ତ ହେଉ ନାହିଁ।

ତେଣୁ କେବଳ ବିବାହକୁ ମନା କରିବା ଆଇପିସିର ଧାରା ୪୧୭ ଅନୁଯାୟୀ ଅପରାଧ ହେବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହ ପାଲଘର ସେସନ କୋର୍ଟ ଦେଇଥିବା ରାୟକୁ ହାଇକୋର୍ଟ ଖାରଜ କରିଥିଲେ।

Related story