କହ୍ନେୟାଙ୍କୁ ସିଦ୍ଧୁଙ୍କ ସହ ତୁଳନା କରି କଂଗ୍ରେସକୁ ବାଣ ମାରିଲା ଆରଜେଡି

ପାଟନା: ନୂଆ କରି କଂଗ୍ରେସରେ ମିଶିଥିବା ଯୁବନେତା କହ୍ନେୟା କୁମାରଙ୍କୁ ତୀବ୍ର ସମାଲୋଚନା କରିଛି ବିହାରର ମୁଖ୍ୟ ବିରୋଧୀ ଦଳ ଆରେଜଡି। ଜେଏନ୍‌ୟୁର ପୂର୍ବତନ ଛାତ୍ରନେତା କହ୍ନେୟା କୁମାର ହେଉଛନ୍ତି ଆଉ ଜଣେ ନବଜୋତ ସିଂହ ସିଦ୍ଧୁ, ଯିଏ ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସକୁ ଧ୍ୱଂସ କରିଦେବେ ବୋଲି ଆରଜେଡି କହିଛି। ଆରଜେଡି ନେତା ଶିବାନନ୍ଦ ତିୱାରୀ କଂଗ୍ରେସକୁ ଗୋଟିଏ ବୁଡ଼ନ୍ତା ଜାହାଜ ବୋଲି ମଧ୍ୟ କହିବାକୁ ପଛାଇ ନାହାନ୍ତି। ଏଥିସହ କହ୍ନେୟାଙ୍କ ଯୋଗଦାନ ଦଳରେ […]

kanhaiya-kumar

Hemant Lenka
  • Published: Friday, 01 October 2021
  • , Updated: 01 October 2021, 09:08 PM IST

ପାଟନା: ନୂଆ କରି କଂଗ୍ରେସରେ ମିଶିଥିବା ଯୁବନେତା କହ୍ନେୟା କୁମାରଙ୍କୁ ତୀବ୍ର ସମାଲୋଚନା କରିଛି ବିହାରର ମୁଖ୍ୟ ବିରୋଧୀ ଦଳ ଆରେଜଡି। ଜେଏନ୍‌ୟୁର ପୂର୍ବତନ ଛାତ୍ରନେତା କହ୍ନେୟା କୁମାର ହେଉଛନ୍ତି ଆଉ ଜଣେ ନବଜୋତ ସିଂହ ସିଦ୍ଧୁ, ଯିଏ ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସକୁ ଧ୍ୱଂସ କରିଦେବେ ବୋଲି ଆରଜେଡି କହିଛି।

ଆରଜେଡି ନେତା ଶିବାନନ୍ଦ ତିୱାରୀ କଂଗ୍ରେସକୁ ଗୋଟିଏ ବୁଡ଼ନ୍ତା ଜାହାଜ ବୋଲି ମଧ୍ୟ କହିବାକୁ ପଛାଇ ନାହାନ୍ତି। ଏଥିସହ କହ୍ନେୟାଙ୍କ ଯୋଗଦାନ ଦଳରେ କୌଣସି ପରିବର୍ତ୍ତନ ଆଣି ପାରିବ ନାହିଁ ବୋଲି ସେ କହିଛନ୍ତି।

କହ୍ନେୟା କୁମାର କଂଗ୍ରେସରେ ମିଶିବା ପରେ ଦଳକୁ ଗୋଟିଏ ବଡ଼ ଜାହାଜ କହିବା ସହ ଏହାର ସୁରକ୍ଷା ଜରୁରୀ ବୋଲି ମତ ଦେଇଥିଲେ। ଏହାକୁ ତାଚ୍ଛଲ୍ୟ କରି ଶିବାନନ୍ଦ କହିଛନ୍ତି, କହ୍ନେୟା କୁମାର ହେଉଛନ୍ତି ଆଉ ଜଣେ ନବଜୋତ ସିଂହ ସିଦ୍ଧୁ। ସେ ସିଦ୍ଧୁଙ୍କ ଭଳି କଂଗ୍ରେସକୁ ଆହୁରି ଧ୍ୱଂସ ଅଭିମୁଖେ ନେଇଯିବେ। କଂଗ୍ରେସରେ କହ୍ନେୟା କୁମାରଙ୍କ ଯୋଗଦାନ କୌଣସି ପରିବର୍ତ୍ତନ ଆଣି ପାରିବ ନାହିଁ। ସେ କେବେ ହେଲେ ଦଳକୁ ରକ୍ଷା କରିପାରିବେ ନାହିଁ। କଂଗ୍ରେସ ହେଉଛି ଗୋଟିଏ ବୁଡ଼ନ୍ତା ଜାହାଜ ଓ ଏହାର ଭବିଷ୍ୟତ ବୋଲି କିଛି ନାହିଁ।”

ସୂତ୍ର ଅନୁସାରେ, କଂଗ୍ରେସ କହ୍ନେୟାଙ୍କୁ ଦଳରେ ସାମିଲ କରିଥିବାରୁ ଆରଜେଡି ଖୁସି ନାହିଁ। ବିହାରରେ କଂଗ୍ରେସ ଓ ଆରଜେଡି ଏକାଠି ନିର୍ବାଚନ ଲଢ଼ିଥିଲେ। ହେଲେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସହ ଆଲୋଚନା ନ କରି କଂଗ୍ରେସ କହ୍ନେୟାଙ୍କୁ ନିଜ ସହ ସାମିଲ କରିଛି।

ତେଣୁ ଏହାକୁ ନେଇ ଆରଜେଡି ସହଯୋଗୀ କଂଗ୍ରେସ ଉପରେ ଖପ୍ପା ହୋଇଛି। ଆରଜେଡି ନେତା ଶିବାନନ୍ଦ ଏତେ କଥା କହିଥିଲେ ମଧ୍ୟ ବିହାର କଂଗ୍ରେସ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ।

Related story