ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଝଟ୍‌କା, ଆହୁରି ୧୪ ଦିନ ଜେଲ୍‌ରେ ରହିବେ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଝଟ୍‌କା। ମନି ଲଣ୍ଡରିଂ ମାମଲାରେ କୋର୍ଟ ତାଙ୍କୁ ଆହୁରି ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଗତ ମେ’ ୩୦ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା। ଏହାପୂର୍ବରୁ ଜୁନ୍‌ ୯ ତାରିଖରେ କୋର୍ଟ ତାଙ୍କୁ ଜୁନ୍‌ ୧୩ ଯାଏଁ ଇଡି ହେପାଜତକୁ ପଠାଇଥିଲେ। ତେବେ ଏହି ରିମାଣ୍ଡ ଅବଧି ଆଜି ଶେଷ ହେବା ପୂର୍ବରୁ ପୁଣି ତାଙ୍କୁ କୋର୍ଟ ବିଚାର ବିଭାଗୀୟ ହାଜତକୁ […]

satyendar-jain

Madhupriya Mistry
  • Published: Monday, 13 June 2022
  • , Updated: 13 June 2022, 12:44 PM IST

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଝଟ୍‌କା। ମନି ଲଣ୍ଡରିଂ ମାମଲାରେ କୋର୍ଟ ତାଙ୍କୁ ଆହୁରି ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଗତ ମେ' ୩୦ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା। ଏହାପୂର୍ବରୁ ଜୁନ୍‌ ୯ ତାରିଖରେ କୋର୍ଟ ତାଙ୍କୁ ଜୁନ୍‌ ୧୩ ଯାଏଁ ଇଡି ହେପାଜତକୁ ପଠାଇଥିଲେ। ତେବେ ଏହି ରିମାଣ୍ଡ ଅବଧି ଆଜି ଶେଷ ହେବା ପୂର୍ବରୁ ପୁଣି ତାଙ୍କୁ କୋର୍ଟ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ସେପଟେ ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କୋର୍ଟରେ ଜାମିନ ଆବେଦନ ମଧ୍ୟ କରିଥିଲେ। ଆସନ୍ତାକାଲି ଜାମିନ ମାମଲାର ଶୁଣାଣି ହେବ। ଏହାପୂର୍ବରୁ ମନି ଲଣ୍ଡରିଂ ମାମଲାରେ ତଦନ୍ତ ବେଳେ ସତ୍ୟେନ୍ଦ୍ର ଜୈନ ଓ ତାଙ୍କ ସହ ଜଡିତ ଲୋକଙ୍କ ବିରୋଧରେ ଚଢ଼ାଉ ବେଳେ ୨.୮୫ କୋଟି ଟଙ୍କା ୧୩୩ଟି ସୁନା ମୁଦ୍ରା ଜବତ ହୋଇଥିବା ଇଡି କହିଥିଲା। ଗତ ସୋମବାର ଇଡି ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ଏକ ଜୁଏଲାରୀ ଦୋକାନ ସମେତ ସତଟି ଠିକଣା ଉପରେ ଏହି ମାମଲାରେ ଚଢ଼ାଉ କରିଥିଲା।

ମନି ଲଣ୍ଡରିଂ ମାମଲାରେ ଗିରଫ ହେବା ପରେ ସତ୍ୟେନ୍ଦ୍ର ଜୈନଙ୍କ ସମର୍ଥନରେ ବହାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ଓ ତାଙ୍କ ଦଳ ଲଗାତାର ଜୈନଙ୍କୁ ରକ୍ଷା କରୁଛନ୍ତି। ସେ ନିଜେ ସମସ୍ତ କାଗଜପତ୍ର ଦେଖିଛନ୍ତି ଏବଂ ସତ୍ୟେନ୍ଦ୍ର ଜୈନ ନିର୍ଦ୍ଦୋଷ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହୁଛନ୍ତି। କେଜ୍ରିୱାଲ ଜୈନଙ୍କୁ ଜଣେ ସଚ୍ଚୋଟ ବୋଲି ବର୍ଣ୍ଣନା କରିଛନ୍ତି। ଏଥିସହ ସେ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି।

Related story