ୟୁକ୍ରେନ୍‌କୁ ସବୁ ଦିଗରୁ ଘେରିବାକୁ ରୁଷର ନିର୍ଦ୍ଦେଶ

ନୂଆଦିଲ୍ଲୀ: ସବୁ ଦିଗରୁ ୟୁକ୍ରେନ୍‌କୁ ଘେରି ହମଲା କରିବାକୁ ରୁଷ ସେନାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରୁଷ ଉଦ୍ଦେଶ୍ୟରେ ଏକ ଅପମାନଜନକ ମନ୍ତବ୍ୟ ପରେ ତୀବ୍ର ପ୍ରତିକ୍ରିୟାଶଳୀ ହୋଇଛି ଶତ୍ରୁରାଷ୍ଟ୍ର। କିଭ୍‌କୁ ଦଖକ କରିବା ଯୋଜନାରେ ଥିବା ରୁଷ ତାର ଲକ୍ଷରେ ବିଫଳ ହେବ ବୋଲି ୟୁକ୍ରେନ୍ କହିଥିଲା। ରୁଷ କିଭ୍‌ ଉପରେ ଆକ୍ରମଣ କରିଛି ସତ କିନ୍ତୁ ସେମାନଙ୍କ ଇଚ୍ଛା ପୂରଣ କରିବାକୁ ଦିଆଯିବ ନାହିଁ ବୋଲି ୟୁକ୍ରେନ୍‌ କହିଥିଲା। ଏଥିରେ ଅପମାନିତ ଅନୁଭବ କରି ରୁଷ […]

Putin

Tapas Behera
  • Published: Saturday, 26 February 2022
  • , Updated: 26 February 2022, 09:39 PM IST

ନୂଆଦିଲ୍ଲୀ: ସବୁ ଦିଗରୁ ୟୁକ୍ରେନ୍‌କୁ ଘେରି ହମଲା କରିବାକୁ ରୁଷ ସେନାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରୁଷ ଉଦ୍ଦେଶ୍ୟରେ ଏକ ଅପମାନଜନକ ମନ୍ତବ୍ୟ ପରେ ତୀବ୍ର ପ୍ରତିକ୍ରିୟାଶଳୀ ହୋଇଛି ଶତ୍ରୁରାଷ୍ଟ୍ର। କିଭ୍‌କୁ ଦଖକ କରିବା ଯୋଜନାରେ ଥିବା ରୁଷ ତାର ଲକ୍ଷରେ ବିଫଳ ହେବ ବୋଲି ୟୁକ୍ରେନ୍ କହିଥିଲା। ରୁଷ କିଭ୍‌ ଉପରେ ଆକ୍ରମଣ କରିଛି ସତ କିନ୍ତୁ ସେମାନଙ୍କ ଇଚ୍ଛା ପୂରଣ କରିବାକୁ ଦିଆଯିବ ନାହିଁ ବୋଲି ୟୁକ୍ରେନ୍‌ କହିଥିଲା। ଏଥିରେ ଅପମାନିତ ଅନୁଭବ କରି ରୁଷ ତାର ଆକ୍ରମଣକୁ ଆହୁରି  ଶକ୍ତିଶାଳୀ କରିବା ପାଇଁ ନିଷ୍ପତ୍ତି ନେଇଛି।

ସେହିପରି ଅସ୍ତ୍ରବିରତି ନେଇ ରୁଷର ଆଲୋଚନା ପ୍ରସ୍ତାବକୁ ୟୁକ୍ରେନ୍‌ ପ୍ରତ୍ୟାଖ୍ୟାନ କରିଥିବା କଥା ଉଠିଲା ପରେ ରୁଷ  ଅଧିକ ପ୍ରତିଶୋଧ ପରାୟଣ ହୋଇଛି। ୟୁକ୍ରେନରେ ଦ୍ରୁତ ଗତିରେ ଆଗକୁ ମାଡି ଚାଲିଛନ୍ତି ରୁଷ ସେନା।

ରାଜଧାନୀ କିଭରୁ ଏବେ ୩୦ କିଲୋମିଟର ଦୂରରେ ଅଛି  ରୁଷ ସେନା।ବ୍ରିଟିଶ ବୈଦେଶିକ ମନ୍ତ୍ରଣାଳୟ କହିଛନ୍ତି, ରୁଷ ସେନା କିଭ ଅଭିମୁଖେ ନିଜର ଅଭିଯାନ ଜାରି ରଖିଛନ୍ତି। ସେମାନେ ମୁଖ୍ୟ ସହରର କେନ୍ଦ୍ରଠୁ ବର୍ତ୍ତମାନ ୩୦ କିମି ଦୂରରେ ଅଛନ୍ତି। ଅନ୍ୟପଟେ ୟୁକ୍ରେନର ସଶସ୍ତ୍ର ବଳ ପୂରା ଦେଶରେ ରୁଷ ସେନା ବିରୋଧରେ ପ୍ରାଣମୂର୍ଚ୍ଛା ଲଢୁଛନ୍ତି।

Related story