ମେ ୧ରେ ପହଞ୍ଚିବ ରୁଷିଆର କରୋନା ସଞ୍ଜିବନୀ ଟିକା

ନୂଆଦିଲ୍ଲୀ: ମେ ୧ରୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ୧୮ରୁ ୪୫ ବର୍ଷର ବୟସ୍କ ବ୍ୟକ୍ତି ଟିକା ନେବେ। ହେଲେ ଟିକା ଉତ୍ପାଦନରେ ବିଳମ୍ୱ ହୋଇଥିବାରୁ ଟିକାକରଣ ବିଳମ୍ବ ହେବ ବୋଲି ଜଣାପଡ଼ିଛି। ଏହାରି ଭିତରେ ରୁଷିଆର କରୋନା ସଞ୍ଜିବନୀ ଟିକା ‘ସ୍ପଟନିକ ଭି’ ମେ ୧ରେ ଭାରତ ପହଞ୍ଚିବ ବୋଲି ଜଣାପଡ଼ିଛି। ଡାଇରେକ୍ଟ ଇନଭେଷ୍ଟେମେଣ୍ଟ ଫଣ୍ଡର ପ୍ରମୁଖ କିରିଲ ଦିମିତ୍ରୈକ ଏହି ସୂଚନା ଦେଇଛନ୍ତି। ଏହାର ଦାମ […]

Sputnik V

Subhransu Sekhar
  • Published: Tuesday, 27 April 2021
  • , Updated: 27 April 2021, 12:22 PM IST

ନୂଆଦିଲ୍ଲୀ: ମେ ୧ରୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ୧୮ରୁ ୪୫ ବର୍ଷର ବୟସ୍କ ବ୍ୟକ୍ତି ଟିକା ନେବେ। ହେଲେ ଟିକା ଉତ୍ପାଦନରେ ବିଳମ୍ୱ ହୋଇଥିବାରୁ ଟିକାକରଣ ବିଳମ୍ବ ହେବ ବୋଲି ଜଣାପଡ଼ିଛି। ଏହାରି ଭିତରେ ରୁଷିଆର କରୋନା ସଞ୍ଜିବନୀ ଟିକା 'ସ୍ପଟନିକ ଭି' ମେ ୧ରେ ଭାରତ ପହଞ୍ଚିବ ବୋଲି ଜଣାପଡ଼ିଛି। ଡାଇରେକ୍ଟ ଇନଭେଷ୍ଟେମେଣ୍ଟ ଫଣ୍ଡର ପ୍ରମୁଖ କିରିଲ ଦିମିତ୍ରୈକ ଏହି ସୂଚନା ଦେଇଛନ୍ତି।

ଏହାର ଦାମ ଭାରତରେ ୭୫୦ ଟଙ୍କା ପାଖାପାଖି ରହିପାରେ। ଯାହାକି କୋଭିଶିଲ୍ଡ ପାଖରୁ ଅଧିକ ଦାମ୍। କିନ୍ତୁ ସ୍ପୁଟନିକ ଭି ଟିକାର ସଫଳତା ହାର ୯୦% ଉପରେ ରହିଛି। ଯାହାକି କୋଭିଶିଲ୍ଡ ପାଖରୁ ଅଧିକ। ସ୍ପୁଟନିକ ଟିକାକୁ ଲୋକ ଦେଶରେ ଆବଶ୍ୟକତା ଥିବ ଟିକାର ଚାହିଦାକୁ ପୂରଣ କରିବ ବୋଲି ଆଶା ରହିଛି।

ରୁଷିଆ ଭାରତକୁ ୮୫୦ ମିଲିୟନରୁ ଅଧିକ ଟିକା ଯୋଗାଇବା ପାଇଁ ପାଞ୍ଚଟି ପ୍ରମୁଖ ଭାରତୀୟ ଟିକା ଉତ୍ପାଦକଙ୍କ ସହ ଚୁକ୍ତିନାମା କରିଥିବା ସୂଚନା ରହିଛି। ସର୍ବଭାରତୀୟ ସ୍ତରରେ ଏହି ଟିକାକୁ ମନଟରିଂ କରୁଥିବା ଆରଡିଏଫ୍ କହିଛି ଯେ ଗ୍ରୀଷ୍ମ ଋତୁ ସୁଦ୍ଧା ଭାରତରେ ଟିକା ଉତ୍ପାଦନ ୫୦ ମିଲିୟନ୍ ଡୋଜରେ ପହଞ୍ଚିବ। ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଟିକାକରଣକୁ ଜୋରଦାର କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି। ତେଣୁ କୋଭିଶିଲ୍ଡ, କୋଭାକ୍ସିନ ପରେ ସ୍ପୁଟନିକ ଭି ଟିକାକୁ ମଧ୍ୟ ଅନୁମତି ଦେଇଛନ୍ତି। ସେହିପରି ଗତ ସପ୍ତାହରେ ଡିଜିସିଆଇ ଜାଏଡସ କାଡିଲା ପ୍ରସ୍ତୁତ କରିଥିବା କରୋନା ଔଷଧ ଭିରାଫିନ୍‌କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି।

କମିଲା ସଂକ୍ରମିତଙ୍କ ସଂଖ୍ୟା

ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତ ସଂଖ୍ୟାର ରିପୋର୍ଟ ଆସିଛି। ମଙ୍ଗଳବାର କେନ୍ଦ୍ର ସରକାର ଜାରି କରିଥିବା ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ୩,୨୩,୧୪୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଯାହାକି ଗତ ୫ ଦିନ ତୁଳନାରେ କମ୍।  ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ୩,୫୨,୯୯୧ ଜଣ ଚିହ୍ନଟ ହୋଇଥିବା ବେଳେ ରବିବାର ଏହି ସଂଖ୍ୟା ୩ଲକ୍ଷ ୪୯ ହଜାର ୬୯୧, ଶନିବାର ୩,୪୬,୭୮୬, ଶୁକ୍ରବାର ୩ ଲକ୍ଷ ୩୨ ହଜାର ୭୩୦, ଗୁରୁବାର ୩ ଲକ୍ଷ ୩୨ ହଜାର ୭୩୦, ବୁଧବାର ୩,୧୪,୮୩୫ ଜଣ ଚିହ୍ନଟ ହୋଇଥିଲେ। ଆଜି ମଙ୍ଗଳବାର କିନ୍ତୁ ଏହି ସଂଖ୍ୟା କମି ୩ ଲକ୍ଷ ୨୩ ହଜାର ୧୪୪ ହୋଇଛି।

Related story