ଥମୁନି ଗେହଲଟ ଝଡ଼ , ସୋନିଆଙ୍କୁ ଭେଟିଲେ ପାଇଲଟ

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ରେସ୍‌ରୁ ଓହରିବା ପରେ ବି ରାଜନୈତିକ ସଙ୍କଟ ଟଳିନି। ଏବେ ବି ରାଜସ୍ଥାନ କଂଗ୍ରେସକୁ ନେଇ ଅସ୍ଥିରତା ଲାଗି ରହିଛି। ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିବା ପରେ ପାଇଲଟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି। ଦିଲ୍ଲୀରେ ସୋନିଆ ଗାନ୍ଧିଙ୍କ ବାଷଭବନରେ ଭେଟିଛନ୍ତି ସଚିନ।   ତାଙ୍କ ପୂର୍ବରୁ ସୋନିଆ ଗାନ୍ଧିଙ୍କୁ ଭେଟି ଅଶୋକ ଗେହଲଟ କଂଗ୍ରେସ ଦଳର […]

sachin

sachin

Tapas Behera
  • Published: Thursday, 29 September 2022
  • Updated: 29 September 2022, 09:16 PM IST

Sports

Latest News

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ରେସ୍‌ରୁ ଓହରିବା ପରେ ବି ରାଜନୈତିକ ସଙ୍କଟ ଟଳିନି। ଏବେ ବି ରାଜସ୍ଥାନ କଂଗ୍ରେସକୁ ନେଇ ଅସ୍ଥିରତା ଲାଗି ରହିଛି। ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିବା ପରେ ପାଇଲଟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି। ଦିଲ୍ଲୀରେ ସୋନିଆ ଗାନ୍ଧିଙ୍କ ବାଷଭବନରେ ଭେଟିଛନ୍ତି ସଚିନ।   ତାଙ୍କ ପୂର୍ବରୁ ସୋନିଆ ଗାନ୍ଧିଙ୍କୁ ଭେଟି ଅଶୋକ ଗେହଲଟ କଂଗ୍ରେସ ଦଳର ମୁଖ୍ୟ ପଦ ପାଇଁ ଦୌଡ଼ରୁ ଓହରି ଯାଇଛନ୍ତି। ଏହାପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବରେ ସେ ରହିବେ ନା ନାହିଁ ତାହା ସୋନିଆ ଗାନ୍ଧି ନିଷ୍ପତ୍ତି ନେବେ ବୋଲି ଚର୍ଚ୍ଚା ହେଉଛି।  ରେ ପାଇଲଟ ସୋନିଆଙ୍କୁ ଭେଟିଥିବା ଖବର ଆସିଛି। କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଗେହଲଟ ରେସ୍‌ରେ ଆଗରେ ଥିବା ବେଳେ ଗାନ୍ଧି ପରିବାରର ପ୍ରଥମ ପସନ୍ଦ ଥିଲେ। ଅଧ୍ୟକ୍ଷ ପଦ ପାଇଁ ଅଭିଳାସ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକରୁ ଗେହଲଟ ଅମଙ୍ଗ ଥିଲେ।

ଅନ୍ୟ ପଟେ ପଦବୀକୁ ନେଇ ରାହୁଲ ଗାନ୍ଧି  ଜଣେ ବ୍ୟକ୍ତି, ଗୋଟିଏ ପଦ ନିୟମ ଇସାରା ଦେବା ପରେ ଟେନ୍‌ସନ୍‌ରେ ପଡ଼ିଯାଇଥିଲେ ଗେହଲଟ। ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥାନ୍ତା। ହେଲେ ତା ପୂର୍ବରୁ ନିଜ ସମର୍ଥକ ଗୋଷ୍ଠୀକୁ ଧରି ଡ୍ରାମା ଆରମ୍ଭ କରିଥିଲେ ଗେହଲଟ। ତାଙ୍କ ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ରେସ୍‌ରେ ଥିବା ସଚିନ ପାଇଲଟଙ୍କ ବିରୋଧରେ ଶୀତଳ ଯୁଦ୍ଧ ଆରମ୍ଭ କରିଥିଲେ ଗେହଲଟ। ନିଜ ସମର୍ଥକ ବିଧାୟକ ଗୋଷ୍ଠୀ ପାଇଲଟଙ୍କ ବିରୋଧରେ ଖୋଲାଲୋଲି ବିଦ୍ରୋହ ଆରମ୍ଭ କରିଥିଲେ। ଦଳୀୟ ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପହଞ୍ଚିବା ପରେ ବ୍ୟାକଫୁଟକୁ ଆସିଥିଲେ ଗେହଲଟ।

ଆଜି ସେ ସୋନିଆ ଗାନ୍ଧୀଙ୍କୁ କ୍ଷମା ପ୍ରାର୍ଥନା କରି  ଦଳର ମୁଖ୍ୟ ପଦ ପାଇଁ ଦୌଡ଼ରୁ ଓହରି ଯାଇଛନ୍ତି। ତେବେ, ସେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଜାରି ରଖିବେ କି ବୋଲି ପଚରା ଯିବାରୁ  ଗେହଲଟ କହିଛନ୍ତି ଯେ ଶ୍ରୀମତୀ ଗାନ୍ଧୀ ଏହି ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବେ। ଏ ପ୍ରସଙ୍ଗରେ  ଦଳର ଅନ୍ୟତମ ବରିଷ୍ଠ ନେତା ଶ୍ରୀ ବେଣୁଗୋପାଳଙ୍କୁ ପ୍ରଶ୍ନ କରାଯାଇଥିଲା। ସେ କହିଥିଲେ, ଦିନେ କିମ୍ବା ଦୁଇ ଦିନ ମଧ୍ୟରେ କଂଗ୍ରେସ ସଭାପତି ଏହି ନିଷ୍ପତ୍ତି ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos