ଆଜି ପୁଲିସ ଆଗରେ ହାଜର ହେଲେନି, ୭ ଦିନର ସମୟ ଲୋଡିଲେ ସମ୍ୱିତ ପାତ୍ର

ରାୟପୁର: ଟୁଲକିଟ୍ ମାମଲାରେ ପଚରା ଉଚରା କରିବା ପାଇଁ ଆଜି ଛତିଶଗଡ ପୁଲିସ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ସମନ୍ କରିଥିଲା। ସମ୍ବିତ କିନ୍ତୁ ହାଜର ହୋଇନାହାନ୍ତି। ଏଥିପାଇଁ ସେ ଛତିଶଗଡ ପୁଲିସଠାରୁ ସାତ ଦିନର ସମୟ ମାଗିଛନ୍ତି। ଅନ୍ୟପଟେ ସୋମବାର ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ପୁଲିସ ଏହି ମାମଲାରେ ପଚରାଉଚରା କରିବ ବୋଲି ଜଣାପଡ଼ିଛି। କଂଗ୍ରେସର ଏନଏସୟୁଆଇ ଛାତ୍ର ସଂଗଠନ ରାୟପୁରରେ ଟୁଲକିଟ୍ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏବଂ ପାତ୍ରଙ୍କ […]

sambit-patra

sambit-patra

Subhransu Sekhar
  • Published: Sunday, 23 May 2021
  • Updated: 23 May 2021, 07:14 PM IST

Sports

Latest News

ରାୟପୁର: ଟୁଲକିଟ୍ ମାମଲାରେ ପଚରା ଉଚରା କରିବା ପାଇଁ ଆଜି ଛତିଶଗଡ ପୁଲିସ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ସମନ୍ କରିଥିଲା। ସମ୍ବିତ କିନ୍ତୁ ହାଜର ହୋଇନାହାନ୍ତି। ଏଥିପାଇଁ ସେ ଛତିଶଗଡ ପୁଲିସଠାରୁ ସାତ ଦିନର ସମୟ ମାଗିଛନ୍ତି। ଅନ୍ୟପଟେ ସୋମବାର ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ପୁଲିସ ଏହି ମାମଲାରେ ପଚରାଉଚରା କରିବ ବୋଲି ଜଣାପଡ଼ିଛି।

କଂଗ୍ରେସର ଏନଏସୟୁଆଇ ଛାତ୍ର ସଂଗଠନ ରାୟପୁରରେ ଟୁଲକିଟ୍ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏବଂ ପାତ୍ରଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲା। ଯେଉଁଥିରେ ଏଆଇସିସିର ନକଲି ଲେଟର ପ୍ୟାଡ ବ୍ୟବହାର କରି ଜାଲ୍ ଟୁଲକିଟ୍ ବିଜେପି ତିଆରି କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଏନଏସୟୁଆଇ ଏ ନେଇ ଏଫଆଇଆର ଦାଖଲ କରିବା ପରେ ରାୟପୁର ପୁଲିସ ଆଜି ସମ୍ୱିତଙ୍କୁ ଅପରାହ୍ନ ୪ଟାରେ ରାୟପୁରର ସିଭିଲ ଲାଇନ ଥାନାରେ ବ୍ୟକ୍ତିଗତ ନହେଲେ ଭିଡିଓ କନଫରେନସିଂ ଜରିଆରେ ହାଜର ହେବାକୁ କହିଥିଲା। କିନ୍ତୁ ସମ୍ବିତ ପାତ୍ର ହାଜର ହେବା ପାଇଁ ସାତ ଦିନ ସମୟ ଲୋଡିଛନ୍ତି। ଯଦି ସାତ ଦିନ ମଧ୍ୟରେ ସମ୍ୱିତ ହାଜର ନହେବେ ତେବେ ରାୟପୁର ପୁଲିସ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡ଼ିଛି।

ସେହିପରି ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ରମଣ ସିଂହଙ୍କୁ ସୋମବାର ଅର୍ଥାତ୍ ଆସନ୍ତାକାଲି ୧୨ଟା ୩୦ ସମୟରେ ତାଙ୍କ ଘରେ ଉପସ୍ଥିତ ରହିବାକୁ ରାୟପୁର ପୁଲିସ ନିର୍ଦ୍ଦେଶ ଦେଇଛି। ପୁଲିସ ରମଣଙ୍କୁ ତାଙ୍କ ଘରେ ପଚରାଉଚରା କରିବ ବୋଲି କହିଛି। କରୋନା ସଙ୍କଟର ଫାଇଦା ଉଠାଇବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ପାଇଁ ବିଜେପି କଂଗ୍ରେସ ନାଁରେ 'ଟୁଲକିଟ୍' ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story