ଶନିବାର ନୀତି ଆୟୋଗର ଷଷ୍ଠ ପରିଚାଳନା ପରିଷଦ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆସନ୍ତାକାଲି (ଫେବୃଆରୀ ୨୦) ସକାଳ ୧୦ ଟା ୩୦ ସମୟରେ ନୀତି ଆୟୋଗ ପରିଚାଳନା ପରିଷଦର ଷଷ୍ଠ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକର କାର୍ଯ୍ୟସୂଚୀ ମଧ୍ୟରେ କୃଷି, ଭିତ୍ତିଭୂମି, ଉତ୍ପାଦନ, ମାନବ ସମ୍ବଳ ବିକାଶ, ତୃଣମୂଳ ସ୍ତରରେ ସେବା ପ୍ରଦାନ ଏବଂ ସ୍ୱାସ୍ଥ୍ୟ ଓ ପୁଷ୍ଟିକର ସମ୍ବନ୍ଧିତ ବିଷୟ ସ୍ଥାନିତ ହୋଇଛି। ଆନ୍ତଃ-ବିଭାଗୀୟ ଏବଂ ସଂଘୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବା ନେଇ ପରିଚାଳନା ପରିଷଦ ଏକ […]

nitiayoga

Subhransu Sekhar
  • Published: Friday, 19 February 2021
  • , Updated: 19 February 2021, 09:54 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆସନ୍ତାକାଲି (ଫେବୃଆରୀ ୨୦) ସକାଳ ୧୦ ଟା ୩୦ ସମୟରେ ନୀତି ଆୟୋଗ ପରିଚାଳନା ପରିଷଦର ଷଷ୍ଠ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକର କାର୍ଯ୍ୟସୂଚୀ ମଧ୍ୟରେ କୃଷି, ଭିତ୍ତିଭୂମି, ଉତ୍ପାଦନ, ମାନବ ସମ୍ବଳ ବିକାଶ, ତୃଣମୂଳ ସ୍ତରରେ ସେବା ପ୍ରଦାନ ଏବଂ ସ୍ୱାସ୍ଥ୍ୟ ଓ ପୁଷ୍ଟିକର ସମ୍ବନ୍ଧିତ ବିଷୟ ସ୍ଥାନିତ ହୋଇଛି।

ଆନ୍ତଃ-ବିଭାଗୀୟ ଏବଂ ସଂଘୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବା ନେଇ ପରିଚାଳନା ପରିଷଦ ଏକ ପ୍ଲାଟଫର୍ମ ଉପସ୍ଥାପନ କରିଛି । ପ୍ରଧାନମନ୍ତ୍ରୀ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଅନ୍ୟାନ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ବିଧାନମଣ୍ଡଳ ଓ ଲେଫ୍ଟନାଣ୍ଟ ଗଭର୍ଣ୍ଣରମାନଙ୍କୁ ନେଇ ଏହି ପରିଷଦ ଗଠିତ ।

ଷଷ୍ଠ ବୈଠକରେ ପ୍ରଥମ ଥର ପାଇଁ ଲଦାଖର ସହିତ ଜମ୍ମୁ ଓ କଶ୍ମୀରର ଅଧିକାରୀ ସାମିଲ୍ ହେବେ। ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମଧ୍ୟ ଯୋଗଦେବା ପାଇଁ ଆମନ୍ତ୍ରିତ ହୋଇଛନ୍ତି । ବୈଠକରେ ପରିଚାଳନା ପରିଷଦର ପୂର୍ବତନ ଅଧିକାରୀ, ସଦସ୍ୟ, କେନ୍ଦ୍ର ମନ୍ତ୍ରୀଗଣ, ଉପାଧ୍ୟକ୍ଷ, ନୀତି ଆୟୋଗର ସଦସ୍ୟ ତଥା ସିଇଓ ଏବଂ ଭାରତ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗଦେବେ ।

Related story