ପୁଣି ଚିରା ହେଲା ସାବରକରଙ୍କ ପୋଷ୍ଟର

ବେଙ୍ଗାଲୁରୁ: କର୍ଣ୍ଣାଟକାର ଶିବମୋଗା ପରେ ଟୁମାକୁରୁରେ ମଧ୍ୟ ବିନାୟକ ଦାମୋଦର ସାବରକରଙ୍କ ଫଟୋକୁ ନେଇ ବିବାଦ ଦେଖିବାକୁ ମିଳିଛି। ଟୁମାକୁରୁରେ ଲାଗିଥିବା ସାବରକରଙ୍କ ଫଟୋକୁ ଆଜି କିଛି ଲୋକ ଚିରି ଦେଇଛନ୍ତି। ଏହାକୁ ନେଇ ପୂରା ଜିଲ୍ଲାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଗୋଟିଏ ଦିନ ପୂର୍ବରୁ ଶିବମୋଗାରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଥିଲେ। ଏଠାରେ ଲାଗିଥିବା ସାବରକରଙ୍କ ଗୋଟିଏ ଫଟୋକୁ କିଛି ଲୋକ ଚିରି ଦେଇଥିଲେ। ସେହି ସ୍ଥାନରେ ଟିପୁ ସୁଲତାନଙ୍କ ଫଟୋ ଲଗାଇବାରୁ […]

Tumukuru

  • Published: Tuesday, 16 August 2022
  • , Updated: 16 August 2022, 06:33 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକାର ଶିବମୋଗା ପରେ ଟୁମାକୁରୁରେ ମଧ୍ୟ ବିନାୟକ ଦାମୋଦର ସାବରକରଙ୍କ ଫଟୋକୁ ନେଇ ବିବାଦ ଦେଖିବାକୁ ମିଳିଛି। ଟୁମାକୁରୁରେ ଲାଗିଥିବା ସାବରକରଙ୍କ ଫଟୋକୁ ଆଜି କିଛି ଲୋକ ଚିରି ଦେଇଛନ୍ତି। ଏହାକୁ ନେଇ ପୂରା ଜିଲ୍ଲାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଗୋଟିଏ ଦିନ ପୂର୍ବରୁ ଶିବମୋଗାରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଥିଲେ।

ଏଠାରେ ଲାଗିଥିବା ସାବରକରଙ୍କ ଗୋଟିଏ ଫଟୋକୁ କିଛି ଲୋକ ଚିରି ଦେଇଥିଲେ। ସେହି ସ୍ଥାନରେ ଟିପୁ ସୁଲତାନଙ୍କ ଫଟୋ ଲଗାଇବାରୁ ଦୁଇ ସଂପ୍ରଦାୟ ମଧ୍ୟରେ ସଂଘର୍ଷ ହୋଇଥିଲା। ସଂଘର୍ଷ ବେଳେ ଛୁରା ମାଡ଼ ହେବାରୁ ଜଣେ ଯୁବକ ମଧ୍ୟ ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଥିବା ବେଳେ ସ୍ଥିତିକୁ ଦେଖି ୧୪୪ ଧାରା ଲାଗୁ କରାଯାଇଛି।

ସେଠାରେ ବିବାଦ ଲାଗିଥିବା ବେଳେ ଟୁମାକୁରୁରେ ମଧ୍ୟ ସାବରକରଙ୍କ ପୋଷ୍ଟର ଲଗା ଯାଇଥିଲା। ସାବରକର ଇଂରେଜମାନଙ୍କୁ କ୍ଷମା ମାଗିଥିବାରୁ ସ୍ୱାଧୀନତା ଦିବସରେ ତାଙ୍କ ଫଟୋ ଲାଗି ପାରିବ ନାହିଁ ବୋଲି ଅଭିଯୋଗ କରି କିଛି ଲୋକ ଏହାକୁ ଚିରି ଦେଇଛନ୍ତି। ଟୁମାକୁରୁରେ ଥିବା ଇମ୍ପପ୍ରେସ କଲେଜ ସମ୍ମୁଖ ଭାଗରେ ଥିବା ରାସ୍ତାରେ ହିଁ ସାବରକରଙ୍କ ପୋଷ୍ଟର ମରାଯାଇଥିଲା।

ସାବରକଙ୍କ ପଟୋ ଲଗାଇ ଲୋକଙ୍କୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଇଁ ଶୁଭେଚ୍ଛା ଦିଅଯାଇଥିଲା। ହେଲେ ଉକ୍ତ ପୋଷ୍ଟରରୁ କେବଳ ସାବରକରଙ୍କ ଫଟୋକୁ ଚିରି ଦିଆଯାଇଛି। ବାକି ଜିନିଷ ସୁରକ୍ଷିତ ରହିଛି।

ଅନ୍ୟପକ୍ଷରେ ପୋଷ୍ଟର ଲଗାଇଥିବା ଦକ୍ଷିଣପନ୍ଥୀ ସଂଗଠନର ଲୋକମାନେ ଏହାକୁ ବିରୋଧ କରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ପୁଲିସ୍‌ ପକ୍ଷରୁ ଟୁମାକୁରୁରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Related story