ବିଷାକ୍ତ ଗ୍ୟାସ ଲିକ୍ ଦୁର୍ଘଟଣା ମାମଲା: ଏନଜିଟିର ରାୟ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଗ୍ୟାସ୍ ଲିକ୍ ଦୁର୍ଘଟଣା ମାମଲାରେ ଏନଜିଟିର ରାୟ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। ଏନଜିଟି ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାକୁ ଚ୍ୟାଲେଞ୍ଜ କରି ଆରଏସପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏବେ ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ଏବଂ ଏମ୍ ଆର ଶାହଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି ଚୂଡାନ୍ତ ରାୟ ନଆସିବା ଯାଏ କମ୍ପାନୀ ମୃତକଙ୍କ ପରିବାର ଯେଉଁମାନେ ଏବେ କମ୍ପାନୀ ଦ୍ୱାରା […]

RSP

RSP

Subhransu Sekhar
  • Published: Saturday, 10 July 2021
  • Updated: 10 July 2021, 03:57 PM IST

Sports

Latest News

ନୂଆଦିଲ୍ଲୀ: ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଗ୍ୟାସ୍ ଲିକ୍ ଦୁର୍ଘଟଣା ମାମଲାରେ ଏନଜିଟିର ରାୟ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। ଏନଜିଟି ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାକୁ ଚ୍ୟାଲେଞ୍ଜ କରି ଆରଏସପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏବେ ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ଏବଂ ଏମ୍ ଆର ଶାହଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି ଚୂଡାନ୍ତ ରାୟ ନଆସିବା ଯାଏ କମ୍ପାନୀ ମୃତକଙ୍କ ପରିବାର ଯେଉଁମାନେ ଏବେ କମ୍ପାନୀ ଦ୍ୱାରା ନିଯୁକ୍ତ ହୋଇଛନ୍ତି ସେମାନଙ୍କୁ ଚାକିରିରେ ରଖିବା ଦରକାର।

ଚଳିତ ବର୍ଷ ଜାନୁଆରୀରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆରଏସପି)ର ଏକ ୟୁନିଟରୁ ବିଷାକ୍ତ ଗ୍ୟାସ୍ ନିର୍ଗତ ହେବା ପରେ ଚାରିଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କେତେକ ଅସୁସ୍ଥ ହୋଇପଡିଥିଲେ। ସକାଳେ ମୋଟ ୧୦ ଜଣ କର୍ମଚାରୀ ଡ୍ୟୁଟିରେ ଥିବାବେଳେ ଆରଏସପିର କୋଇଲା ବିଭାଗରେ ଏହି ଦୁର୍ଘଟଣା ଘଟିଥିଲା। ଏହାପରେ ଏହି ମାମଲାର ତଦନ୍ତ ଏନଜିଟି ଦ୍ୱାରା ହୋଇଥିଲା।

ଏନଜିଟି ପରିବେଶ ମନ୍ତ୍ରଣାଳୟ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଏବଂ ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ପିସିବି)କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ। ଏନଜିଟି ଚୂଡ଼ାନ୍ତ ରିପୋର୍ଟ ଜାରି କରି ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ପରେ ଏହାକୁ ଚ୍ୟାଲେଞ୍ଜ କରି ଆରଏସପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଅତିରିକ୍ତ ସଲିସିଟର ଜେନେରାଲ ମାଧବୀ ଗୋରାଡିଆ ଦିଭାନ୍ କହିଛନ୍ତି ଯେ ଏହି ମାମଲାରେ କ୍ଷତିପୂରଣ ରାଶି ଦେବାକୁ ଏନଜିଟି ପାଖରେ କୌଣସି ଅଧିକାର ନାହିଁ। ଜାନୁଆରୀ ୬, ୨୦୨୧ରେ ମୃତ୍ୟୁବରଣ କରିଥିବା ଚାରିଜଣ ଶ୍ରମିକଙ୍କ ମଧ୍ୟରୁ ତିନିଜଣଙ୍କ ପରିବାରର ବ୍ୟକ୍ତିଙ୍କୁ କମ୍ପାନୀ ନିଯୁକ୍ତି ଦେଇଛି।

ତେବେ ସୁପ୍ରିମକୋର୍ଟ ଏହି ମାମଲାରେ ଦୁଇ ଜଣିଆ ଖଣ୍ଡପୀଠ ଓଡ଼ିଶା ପ୍ରଦୂଷଣ ବୋର୍ଡ, ଓଡ଼ିଶା ସରକାରଙ୍କ ଫ୍ୟାକ୍ଟ୍ରି ଏବଂ ବୋଏଲର ବିଭାଗ ଏବଂ ଏହା ସହିତ ଜଡିତ ଥିବା ଅନ୍ୟାନ୍ୟ ସଦସ୍ୟଙ୍କୁ ନୋଟିସ କରିଛନ୍ତି। ନୋଟିସ ଜାରି କରିବା ବେଳେ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି, ଫେବୃଆରୀ ୧୧, ୨୦୨୧ରେ ଏନଜିଟି ଦ୍ୱାରା ଜାରି ହୋଇଥିବା କ୍ଷତିପୂରଣ ରାଶି ଭରଣ ନିର୍ଦ୍ଦେଶ ଉପରେ ରୋକ୍ ଲଗାଯାଇଛି। ଗ୍ୟାସ ଲିକ୍ ଦୁର୍ଘଟଣାରେ ଜାନୁଆରୀ ୬, ୨୦୨୧ରେ ଯେଉଁମାନଙ୍କର ମୃତ୍ୟୁ ଘଟିଥିଲା ସେମାନଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଚାକିରୀରେ ରଖିବା ଦରକାର ବୋଲି ବେଞ୍ଚ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos