ଉଦ୍ଧବ କ୍ୟାମ୍ପକୁ ମିଳିବ କି ରାଜନୈତିକ ଆଶ୍ୱସ୍ତି ? ଆଜି ସୁପ୍ରିମକୋର୍ଟରେ ଶୁଣାଣି

ମୁମ୍ବାଇ:ଶିବସେନାର ୧୬ ଜଣ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ହୋଇଥିବା ଦଳବଦଳ ବିରୋଧୀ ମାମଲାରା ଆଜି ସୁପ୍ରିମକୋର୍ଟରେ ଶୁଣାଣି ରହିଛି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହୋଇଥିବା ଏହି ବିଧାୟକଙ୍କ ସଭ୍ୟ ରଦ୍ଦ ନେଇ  ଉଦ୍ଧବ ଠାକରେ କ୍ୟାମ୍ପ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଏକନାଥ ସିନ୍ଦେ ସରାକର ଗଠନ ପୂର୍ବରୁ ତୁରନ୍ତ ମାମାଲାର ଣୁଣାଣି ପାଇଁ ଅପିଲ କରାଯାଇଥିଲା। ହେଲେ କୋର୍ଟ ଏଥିରେ ରାଜି ହୋଇ ନଥିଲେ। ଏଥିପାଇଁ କୋର୍ଟ ଏକ […]

udhab

Tapas Behera
  • Published: Monday, 11 July 2022
  • , Updated: 11 July 2022, 10:50 AM IST

ମୁମ୍ବାଇ:ଶିବସେନାର ୧୬ ଜଣ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ହୋଇଥିବା ଦଳବଦଳ ବିରୋଧୀ ମାମଲାରା ଆଜି ସୁପ୍ରିମକୋର୍ଟରେ ଶୁଣାଣି ରହିଛି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହୋଇଥିବା ଏହି ବିଧାୟକଙ୍କ ସଭ୍ୟ ରଦ୍ଦ ନେଇ  ଉଦ୍ଧବ ଠାକରେ କ୍ୟାମ୍ପ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଏକନାଥ ସିନ୍ଦେ ସରାକର ଗଠନ ପୂର୍ବରୁ ତୁରନ୍ତ ମାମାଲାର ଣୁଣାଣି ପାଇଁ ଅପିଲ କରାଯାଇଥିଲା। ହେଲେ କୋର୍ଟ ଏଥିରେ ରାଜି ହୋଇ ନଥିଲେ। ଏଥିପାଇଁ କୋର୍ଟ ଏକ ଧାର୍ଯ୍ୟ ତାରିଖ ଦେଇଥିଲେ। ଏହାରି ମଧ୍ୟରେ ମହାରାଷ୍ଟ୍ରର ରାଜନୈତିକ ପାଣିପାଗ ବଦଳିସାରିଛି। ମହାରାଷ୍ଟ୍ର ଉଦ୍ଧବ ସରକାର ସଂଖ୍ୟା ଲଘୁରେ ପରିଣତ ହେବା ପରେ ସେ ଇସ୍ତଫା ଦେଇଥିଲେ। ତାଙ୍କ ହାତାରୁ  ଶାସନ କ୍ଷମତା ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଅକ୍ତିଆର କରିସାରିଛନ୍ତି। ବିଜେପି ସମର୍ଥନରେ ଏକନାଥ ସିନ୍ଦେ ରାଜ୍ୟରେ ସରକରାର ଗଠନ କରିଥିବା ବେଳେ ସେ ଏବେ ମୁଖ୍ୟମନ୍ତ୍ରୀ ଅଛନ୍ତି। ତେବେ ପୂର୍ବରୁ  ଏକନାଥ ସିନ୍ଦେ କ୍ୟାମ୍ପ ବିରୋଧରେ ଆସିଥିବା ଦଳବିରୋଧୀ ମାମଲାର ଶୁଣାଣି ରହିଛି। ତେଣୁ ଉଭୟ ଏକନାଥ ସନ୍ଦେ ଓ ଉଦ୍ଧବ କ୍ୟୈମ୍ପ ପାଇଁ ଏହି ଶୁଣାଣି ବେଶ ଗୁରୁତ୍ୱ ପୂର୍ଣ୍ଣ ରହିଛି। କାରଣ ଏହି ମାମଲା

ରୂଡ଼ାନ୍ତ ରାୟ ଉପରେ ଏକନାଥ ସିନ୍ଦେଙ୍କ ସରକାରଙ୍କ ଭାଗ୍ୟ ନିର୍ଭର କରୁଛି। ସେପଟେ ରାଜନୈତିକ ପ୍ରତାରଣାର ଶିକାର ହୋଇ କ୍ଷମତା ହରାଇଥିବା ଶିବସେନା ମୁଖ୍ୟ ଉଦ୍ଧବ ଠାକରରେଙ୍କ ପାଇଁ ମଧ୍ୟ ଏହି ଶୁଣାଣି ବେଶ ଗୁରୁତ୍ୱପୂର୍ଣ୍ଣ। ଯଦିଓ ସଂଖ୍ୟା ଅନୁସାରେ ଏକନାଥ କ୍ୟାମ୍ପରେ ବିଧାୟକଙ୍କ ସଂଖ୍ୟା ଅଧିକ ରହିଛି ଏ କ୍ଷେତ୍ରରେ ଦଳ ବିରୋଧୀ ଆଇନ ଲାଗୁ ହେବନି ନାହିଁ ତାହା ତର୍ଜମା କରିବେ ସୁପ୍ରିମକୋର୍ଟ। ଆଜି ସୁପ୍ରିମକୋର୍ଟରେ ମାମଲାର ଶୁଣାଣି କରାଯିବ । ଇତିମଧ୍ୟରେ ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତି ନରହରି ଜିରୱାଲ ସୁପ୍ରିମକୋର୍ଟରେ ତାଙ୍କର ଉତ୍ତର ରଖିଛନ୍ତି । ସେଥିରେ ସେ ଦର୍ଶାଇଛନ୍ତି ଯେ ମାମଲାର ଶୁଣାଣି ଶେଷ ନ ହେବା ପର୍ଯ୍ୟନ୍ତ ବିଦ୍ରୋହ ଘୋଷଣା କରିଥିବା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ସହ ସସ୍‌ପେଣ୍ଡ କରାଯିବା ଉଚିତ। ବିଧାୟକମାନେ ଦଳବଦଳ କରିଥିବାରୁ ସେମାନେ ମହାରାଷ୍ଟ୍ର ବିଧାନସଭାର ସଦସ୍ୟ ହେବାକୁ ଅଯୋଗ୍ୟ । ସେମାନେ ଦଳବଦଳ କରି ସାମ୍ବିଧାନିକ ପାପ କରିଛନ୍ତି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହୋଇଥିବା ବିଦ୍ରୋହୀ ନେତା ଏକନାଥ ସିନ୍ଦେ ବିଜେପି ସହ ହାତ ମିଳାଇଥିଲେ ।

ଜୁଲାଇ ୪ରେ ଆସ୍ଥା ଭୋଟ ପୂର୍ବରୁ ବିଦ୍ରୋହୀ ଗୋଷ୍ଠୀର ମୁଖ୍ୟ ସଚେତକ ଭରତ ଗୋଗୱାଲେ ସବୁ ଶିବସେନା ବିଧାୟକଙ୍କୁ ଆସ୍ଥା ସପକ୍ଷରେ ଭୋଟ ଦେବାକୁ ହୁଇପ୍‌ ଜାରି କରିଥିଲେ । ଅନ୍ୟପକ୍ଷରେ ଉଦ୍ଧବ ଗୋଷ୍ଠୀର ମୁଖ୍ୟ ସଚେତକ ସୁନୀଲ ପ୍ରଭୁ ମଧ୍ୟ ସବୁ ବିଧାୟକଙ୍କୁ ହୁଇପ୍‌ ଜାରି କରି ଆସ୍ଥା ଭୋଟ ବିପକ୍ଷରେ ଭୋଟ ଦେବାକୁ ଆଦେଶ ଦେଇଥିଲେ । ତେବେ ଆସ୍ଥା ଭୋଟ ସପକ୍ଷରେ ୪୦ ଶିବସେନା ବିଧାୟକ ଭୋଟ ଦେଇଥିଲା ବେଳେ ବିପକ୍ଷରେ ୧୫ ଭୋଟ ପଡିଥିଲା ।

Related story