ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ସ୍କୁଲ ପ୍ରିନ୍ସିପାଲଙ୍କୁ ମୃତ୍ୟୁଦଣ୍ଡ, ଶିକ୍ଷକଙ୍କୁ ଆଜୀବନ

ପାଟନା: ଜଣେ ୫ମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଘଟଣାରେ ବିହାରର ପାଟଣାରେ ଥିବା ଗୋଟିଏ ସ୍କୁଲର ପ୍ରିନ୍ସିପାଲଙ୍କୁ ସ୍ଥାନୀୟ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ସ୍କୁଲର ଜଣେ ଶିକ୍ଷକଙ୍କୁ ଆଜୀବନ ଜେଲଦଣ୍ଡ ମିଳିଛି। ସ୍ୱତନ୍ତ୍ର ପକସୋ ବିଚାରପତି ଅୱେଦେଶ କୁମାର ରାୟ ପ୍ରକାଶ କରି ସ୍କୁଲ ପ୍ରିନ୍ସିପାଲ ଅରବିନ୍ଦ କୁମାରକୁ ମୃତ୍ୟୁଦଣ୍ଡ ସହ ଲକ୍ଷେ ଟଙ୍କାର ଫାଇନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଫୁଲୱାରୀ ଶରିଫରେ ଥିବା ଉକ୍ତ ସ୍କୁଲରେ ପାଠ ପଢ଼ାଉଥିବା ଅଭିଷେକ […]

Court

Hemant Lenka
  • Published: Tuesday, 16 February 2021
  • , Updated: 16 February 2021, 04:50 PM IST

ପାଟନା: ଜଣେ ୫ମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଘଟଣାରେ ବିହାରର ପାଟଣାରେ ଥିବା ଗୋଟିଏ ସ୍କୁଲର ପ୍ରିନ୍ସିପାଲଙ୍କୁ ସ୍ଥାନୀୟ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ସ୍କୁଲର ଜଣେ ଶିକ୍ଷକଙ୍କୁ ଆଜୀବନ ଜେଲଦଣ୍ଡ ମିଳିଛି।

ସ୍ୱତନ୍ତ୍ର ପକସୋ ବିଚାରପତି ଅୱେଦେଶ କୁମାର ରାୟ ପ୍ରକାଶ କରି ସ୍କୁଲ ପ୍ରିନ୍ସିପାଲ ଅରବିନ୍ଦ କୁମାରକୁ ମୃତ୍ୟୁଦଣ୍ଡ ସହ ଲକ୍ଷେ ଟଙ୍କାର ଫାଇନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଫୁଲୱାରୀ ଶରିଫରେ ଥିବା ଉକ୍ତ ସ୍କୁଲରେ ପାଠ ପଢ଼ାଉଥିବା ଅଭିଷେକ କୁମାରକୁ ଆଜୀବନ ଜେଲଦଣ୍ଡ ସହ ୫୦ ହଜାର ଟଙ୍କାର ଜୋରିମାନା ଦାଖଲ କରିବାକୁ କହିଛନ୍ତି।

୨୦୧୮ ମସିହା ସେପ୍ଟେମ୍ବର ମାସରେ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଥିଲା। ଛାତ୍ରୀ ଜଣଙ୍କ ୫ମ ଶ୍ରେଣୀରେ ପଢ଼ୁଥିଲେ ହେଁ ବାରମ୍ବାର ଅସୁସ୍ଥ ହେଉଥିଲେ। ଏହା ଦେଖି ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇଥିଲେ। ସେଠାରେ ଛାତ୍ରୀ ଜଣଙ୍କ ଗର୍ଭବତୀ ଥିବା ଜଣାପଡ଼ିଥିଲା।

ଶେଷରେ ଛାତ୍ରୀ ଜଣଙ୍କ ପୂରା ଘଟଣା ବିଷୟରେ କହିଥିଲେ। ପ୍ରିନ୍ସିପାଲ ଅରବିନ୍ଦ କୁମାର କେମିତି ତାଙ୍କୁ ଦୁଷ୍କର୍ମ କରିଥିଲେ, ସେ ବିଷୟରେ ଛାତ୍ରୀ ଜଣଙ୍କ କହିବା ପରେ ପରିବାର ଲୋକ ପୁଲିସ୍‌ରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରି ଚାର୍ଜଶିଟ୍‌ ଦାଖଲ କରିଥିଲା।

Related story