କାରରେ ପଛରେ ବସିଲେ ପିନ୍ଧିବାକୁ ପଡିବ ସିଟ୍ ବେଲ୍ଟ: ଗଡକରୀ

ନୂଆଦିଲ୍ଲୀ: କାରରେ ପଛରେ ବସିଲେ ବି ପିନ୍ଧିବାକୁ ପଡିବ ସିଟ୍ ବେଲ୍ଟ।  ନ ହେଲେ ଦେବାକୁ ପଡିବ ଫାଇନ୍।  ଖୁବଶୀଘ୍ର ନିୟମ ଭଙ୍ଗ କରୁଥିବା ଯାତ୍ରୀଙ୍କଠାରୁ ଫାଇନ୍ ଆଦାୟ କରାଯିବ ବୋଲି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି । ଏବେ କାରର ପଛରେ ବସିଥିବା ଯାତ୍ରୀମାନଙ୍କ ପାଇଁ ସିଟ୍ ବେଲ୍ଟ ବାଧ୍ୟତାମୂଳକ ରହିଛି । କିନ୍ତୁ ଅନେକ ଲୋକ ଏହାକୁ ପାଳନ କରୁନାହାନ୍ତି  । ସାମ୍ନାରେ ବସିଥିବା ଯାତ୍ରୀମାନେ ସିଟ୍ ବେଲ୍ଟ  ନ […]

Nitin Gadkari

  • Published: Wednesday, 07 September 2022
  • , Updated: 07 September 2022, 12:05 PM IST

ନୂଆଦିଲ୍ଲୀ: କାରରେ ପଛରେ ବସିଲେ ବି ପିନ୍ଧିବାକୁ ପଡିବ ସିଟ୍ ବେଲ୍ଟ।  ନ ହେଲେ ଦେବାକୁ ପଡିବ ଫାଇନ୍।  ଖୁବଶୀଘ୍ର ନିୟମ ଭଙ୍ଗ କରୁଥିବା ଯାତ୍ରୀଙ୍କଠାରୁ ଫାଇନ୍ ଆଦାୟ କରାଯିବ ବୋଲି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି । ଏବେ କାରର ପଛରେ ବସିଥିବା ଯାତ୍ରୀମାନଙ୍କ ପାଇଁ ସିଟ୍ ବେଲ୍ଟ ବାଧ୍ୟତାମୂଳକ ରହିଛି । କିନ୍ତୁ ଅନେକ ଲୋକ ଏହାକୁ ପାଳନ କରୁନାହାନ୍ତି  । ସାମ୍ନାରେ ବସିଥିବା ଯାତ୍ରୀମାନେ ସିଟ୍ ବେଲ୍ଟ  ନ ପିନ୍ଧିଥିଲେ ଯେପରି ସାଇରନ୍ ବାଜୁଛି ସେପରି ପଛରେ ବସିଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ସାଇରନ୍ ବାଜିବ।  ସିଟ୍ ବେଲ୍ଟ ପିନ୍ଧିବା ଦ୍ୱାରା ଅନେକ ଜୀବନ ରକ୍ଷା ହୋଇପାରିବ ବୋଲି ସେ କହିଛନ୍ତି ।

ଫାଇନ୍ ଆଦାୟ ନୁହେଁ, ଯାତ୍ରୀମାନଙ୍କୁ ସଚେତନ କରିବା ପାଇଁ  ଏହି ପଦକ୍ଷେପ ନିଆଯାଇଛି।  ୨୦୨୪ ସୁଦ୍ଧା ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୫୦ ପ୍ରତିଶତକୁ ହ୍ରାସ କରିବାକୁ ଲକ୍ଷ୍ୟ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ।

ସୂଚନା ଅନୁଯାୟୀ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ବିଶିଷ୍ଟ ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଯାଞ୍ଚ ବେଳେ ସାଇରସ ପଛ ସିଟ୍‌ରେ ବସିଥିଲେ ଏବଂ ସେ ସିଟ୍‌ବେଲଟ୍‌ ପିନ୍ଧି ନଥିବା ଜଣାପଡ଼ିଥିଲା। ହୁଏତ ସେ ସିଟ୍‌ ବେଲଟ୍‌ ପିନ୍ଧିଥିଳେ ତାଙ୍କ ଜୀବନ ବଞ୍ଚିଯାଇନ୍ତା ବୋଲି କୁହାଯାଉଛି। ଏଡି ଘଟଣା ପରେ କେନ୍ଦ୍ର ସଡ଼କମନ୍ତ୍ରୀଙ୍କ ନୀତିନ ଗଡ଼କରୀଙ୍କ ଏହି ବୟାନ ଆସିଛି।

Related story