'ଏପ୍ରିଲ ବେଳକୁ ରେକର୍ଡ ସଂଖ୍ୟକ ବ୍ୟକ୍ତି କରୋନାରେ ସଂକ୍ରମିତ ହେବେ'

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପ୍ରତିଦିନ ୫୦,୦୦୦ ରୁ ଅଧିକ ଜଣ କରୋନାରେ ସଂକ୍ରମିତ ହେଉଥିବା ଜଣାପଡ଼ିଛି। ଏବେ ସାରା ଦେଶରେ ଚାରି ଲକ୍ଷ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଛି। ଯେହେତୁ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ମାତ୍ରାରେ ବୃଦ୍ଧି ପାଉଛି ତେଣୁ କରୋନାର ଦ୍ୱିତୀୟ ଲହର ଆସିଛି ବୋଲି ଆଶଙ୍କା କରାଯାଉଛି। ଏବେ ଏହାକୁ ନେଇ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ରିପୋର୍ଟ ଜାରି କରିଛି। ଯେଉଁଥିରେ ଫେବୃଆରୀରୁ ଦେଶରେ […]

Covid19

Subhransu Sekhar
  • Published: Thursday, 25 March 2021
  • , Updated: 25 March 2021, 10:45 PM IST

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପ୍ରତିଦିନ ୫୦,୦୦୦ ରୁ ଅଧିକ ଜଣ କରୋନାରେ ସଂକ୍ରମିତ ହେଉଥିବା ଜଣାପଡ଼ିଛି। ଏବେ ସାରା ଦେଶରେ ଚାରି ଲକ୍ଷ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଛି। ଯେହେତୁ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ମାତ୍ରାରେ ବୃଦ୍ଧି ପାଉଛି ତେଣୁ କରୋନାର ଦ୍ୱିତୀୟ ଲହର ଆସିଛି ବୋଲି ଆଶଙ୍କା କରାଯାଉଛି।

ଏବେ ଏହାକୁ ନେଇ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ରିପୋର୍ଟ ଜାରି କରିଛି। ଯେଉଁଥିରେ ଫେବୃଆରୀରୁ ଦେଶରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି କୁହାଯାଇଛି। ଏହି ଲହର ଫେବୃଆରୀ ୧୫ରୁ ଆରମ୍ଭ ହୋଇଛି। ଆଗାମୀ ୧୦୦ ଦିନ ପର୍ଯ୍ୟନ୍ତ ରହିପାରେ ବୋଲି ଏସବିଆଇ ଆକଳନ କରିଛି। ଏହି ସମୟରେ ଦେଶବାସୀ ସାବଧାନର ସହ ରହିବା ଆବଶ୍ୟକ ବୋଲି ରିପୋର୍ଟରେ କୁହାଯାଇଛି।

ଦେଶରେ ଏହି ଲହର ବେଳେ ପ୍ରାୟ ୨.୫ ନିୟୁତ ଲୋକ ସଂକ୍ରମିତ ହୋଇପାରନ୍ତି। ହେଲେ ଏପ୍ରିଲ-ମେ ବେଳକୁ ରେକର୍ଡ ସଂଖ୍ୟକ ବ୍ୟକ୍ତି କରୋନାରେ ସଂକ୍ରମିତ ହେବେ ବୋଲି ଏସବିଆଇ ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଯେଉଁ ଲକଡାଉନ୍ ଜାରି କରିବା ପାଇଁ ସରକାର କହୁଛନ୍ତି ତାହା ଏତେଟା ପ୍ରଭାବ ନାହିଁ। ଟିକାକରଣ ଜୋରଦାର ହେଲେ କରୋନା ଲଢ଼େଇରେ ବିଜୟୀ ହୋଇପାରିବା ବୋଲି ରିପୋର୍ଟରେ କୁହାଯାଇଛି।

ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୩ ହଜାରରୁ ଅଧିକ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ଏବଂ ୨୫୧ ଜଣଙ୍କର ମୃତ୍ୟୁ ଘଟିଛି।

୨୦୨୨ ସୁଦ୍ଧା ସାରା ବିଶ୍ୱରୁ କୋଭିଡ୍ ଦୂର ହେବ: ବିଲ୍ ଗେଟସ

ସୂଚନାଯୋଗ୍ୟ, କରୋନା ଲଢ଼େଇରେ ବିଜୟୀ ହେବାକୁ ହେଲେ ଟିକାକରଣକୁ ଗୁରୁତ୍ୱ ଦେବାକୁ ହେବ ବୋଲି ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟସ ମଧ୍ୟ କହିଛନ୍ତି। ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି ୨୦୨୨ ସୁଦ୍ଧା ସାରା ବିଶ୍ୱରୁ କୋଭିଡ୍ ଦୂର ହେବ। ବିଲ୍ ଆଣ୍ଡ ମେଲିଣ୍ଡା ଗେଟସ ଫାଉଣ୍ଡେସନ ସାରା ବିଶ୍ୱରେ ଟିକା ପହଞ୍ଚାଇବାକୁ ଉଦ୍ୟମ କରୁଛନ୍ତି। ବିଭିନ୍ନ ଗରିବ ଦେଶ ଗୁଡ଼ିକରେ ଟିକା ପହଞ୍ଚାଇବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋଭାକ୍ସ ଜରିଆରେ ବିଲ୍ ଗେଟସଙ୍କ ଏନଜିଓ ଏବଂ ଅନ୍ୟାନ୍ୟ ଏନଜିଓ ମାନେ ପ୍ରୟାସ କରୁଛନ୍ତି।

Related story