ଡାକ୍ତରଙ୍କ ବିନା ପରାମର୍ଶରେ ଖାଉଛନ୍ତି କି କରୋନା ମେଡିସିନ, ହୋଇପାରେ ଘାତକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ୁଥିବାରୁ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବା କଷ୍ଟକର ହୋଇପଡ଼ିଛି। ଏହି କାରଣରୁ ଲୋକମାନେ ନିଜେ ନିଜେ ମେଡିସିନ୍‌ ଖାଇ ନିଜର ଚିକିତ୍ସା କରୁଛନ୍ତି। ସେଲଫ ମେଡିକେସନ ଏବେ ସବୁଆଡ଼େ ଚର୍ଚ୍ଚାରେ ରହିଛି। କିନ୍ତୁ ଡାକ୍ତରମାନେ ଏହି ସେଲଫ ମେଡିକେସନକୁ ନେଇ ଆପତ୍ତି ଉଠାଇଛନ୍ତି ଓ ଏହାଦ୍ୱାରା କରୋନା ସ୍ଥିତି ଆହୁରି ଘାତକ ହେବ ବୋଲି ସେମାନେ ସତର୍କ କରାଇଛନ୍ତି। ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିଭାଇରାଲ, ଷ୍ଟେରୋଏଡ ଓ ଆଣ୍ଟିବାୟୋଟିକ୍ସ ତଥା […]

self

self

Hemant Lenka
  • Published: Thursday, 06 May 2021
  • Updated: 06 May 2021, 04:15 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ୁଥିବାରୁ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବା କଷ୍ଟକର ହୋଇପଡ଼ିଛି। ଏହି କାରଣରୁ ଲୋକମାନେ ନିଜେ ନିଜେ ମେଡିସିନ୍‌ ଖାଇ ନିଜର ଚିକିତ୍ସା କରୁଛନ୍ତି। ସେଲଫ ମେଡିକେସନ ଏବେ ସବୁଆଡ଼େ ଚର୍ଚ୍ଚାରେ ରହିଛି।

କିନ୍ତୁ ଡାକ୍ତରମାନେ ଏହି ସେଲଫ ମେଡିକେସନକୁ ନେଇ ଆପତ୍ତି ଉଠାଇଛନ୍ତି ଓ ଏହାଦ୍ୱାରା କରୋନା ସ୍ଥିତି ଆହୁରି ଘାତକ ହେବ ବୋଲି ସେମାନେ ସତର୍କ କରାଇଛନ୍ତି। ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିଭାଇରାଲ, ଷ୍ଟେରୋଏଡ ଓ ଆଣ୍ଟିବାୟୋଟିକ୍ସ ତଥା ରେମଡେସିଭିର ଭଳି ଇଞ୍ଜେକସନ ନେବା ଠିକ୍‌ ନୁହେଁ। ଯଦି କେହି ଡାକ୍ତରଙ୍କ ବିନା ପରାମର୍ଶରେ ନିଜର ଚିକିତ୍ସା କରନ୍ତି, ତା’ହେଲେ ଏହା ସେମାନଙ୍କ ପାଇଁ ଅଧିକ ଘାତକ ହୋଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Post Graduate Institute of Medical Education and Research (PGIMER)ର ପ୍ରଫେସର ଜିଡି ପୁରୀ କହିଛନ୍ତି, ଯେତେବେଳେ ଜଣେ ଲୋକ କରୋନାରେ ଆକ୍ରାନ୍ତ ହୁଅନ୍ତି, ତାଙ୍କ ମୁଣ୍ଡରେ ଭୟ ସୃଷ୍ଟି ହୋଇଥାଏ। ସେ ତୁରନ୍ତ ଏଣେତେଣେ ଯାଇ କରୋନରୁ ସୁସ୍ଥ ହେବା ପାଇଁ ଔଷଧ ସବୁ କିଣନ୍ତି।

କିନ୍ତୁ ଦୁର୍ଭାଗ୍ୟବଶତଃ କରୋନା ଔଷଧକୁ ନେଇ ଅନେକ ଭୁଲ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ସେଥିରେ ଏମିତି କିଛି ଔଷଧ ରହିଛି, ଯାହା ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଅଧିକ ଖରାପ କରିପାରେ। ଆବଶ୍ୟକ ନଥିବା ବେଳେ ଷ୍ଟେରୋଏଡ, ରେମଡେସିଭିର, Tocilizumab and Itolizumabର ବ୍ୟବହାର ଘାତକ ସାବ୍ୟସ୍ତ ହୋଇପାରେ।

ଏହା ରୋଗୀଙ୍କୁ ସୁସ୍ଥ କରିବା ବଦଳରେ ତାଙ୍କ ଶରୀରରେ ଥିବା କରୋନା ରୋଗକୁ ଅଧିକ ଜଟିଳ କରିଦିଏ। ପଜିଟିଭ ଚିହ୍ନଟ ହେଉଥିବା ମୋଟ ଲୋକଙ୍କ ମଧ୍ୟରୁ ୮୦% ଆକ୍ରାନ୍ତଙ୍କୁ କୌଣସି ମେଡିକେସନର ଆବଶ୍ୟକ ନାହିଁ। କେବଳ ୧୦ରୁ ୧୫% ଲୋକଙ୍କୁ ପାରାସିଟାମଲ ସହ ସେମାନଙ୍କ ଅକ୍ସିଜେନ ସ୍ତର ଦେଖିବାକୁ ପଡ଼ୁଛି।

ପିଜିଆଇର ଜରୁରୀ କାଳୀନ କୋଭିଡ ହସ୍ପିଟାଲରେ ଜଣେ ଆକ୍ରାନ୍ତ ପହଞ୍ଚିବା ପରେ ତାଙ୍କୁ ପ୍ରଥମେ ୫ ମିନିଟ୍‌ ଚାଲିବାକୁ କୁହାଯାଉଛି। ସେ ୫ ମିନିଟ୍‌ ଚାଲିବା ପରେ ଯଦି ତାଙ୍କୁ ଅକ୍ସିଜେନ ସ୍ତର ୯୪%ରୁ ତଳକୁ ରହୁଛି, ତା’ହେଲେ ତାଙ୍କୁ ଆଡମିଶନ କରିବାକୁ ଅନୁମତି ଦିଆଯାଉଛି।

କରୋନା ଭାଇରସ ଫୁସଫୁସକୁ ସଂକ୍ରମଣ କରେ। ଏହି କାରଣ ପାଇଁ ଅକ୍ସିଜେନ ସ୍ତର ହ୍ରାସ ପାଏ। ଅକ୍ସିଜେନ ସ୍ତରକୁ ସାଧାରଣ ଅକ୍ସିମିଟର୍‌ରେ ମପା ଯାଇପାରିବ। ଆପଣ ନିୟମିତ ଅକ୍ସିଜେନ ସ୍ତର ମାପିବେ ଓ ଏହା ବେସ୍‌ ଲାଇନ ଭିତରେ ରହିଲେ, ଆଦୌ ଅସୁବିଧା ହେବନାହିଁ।

ଜଣେ ଲୋକ ଚାଲିବା ପରେ ଯଦି ତାଙ୍କ ଅମ୍ଳଜାନ ସ୍ତର ୯୯ରୁ ୯୭% ଭିତରେ ରହୁଛି, ତା’ହେଲେ ତାଙ୍କ ଫୁସଫୁସ ସଂକ୍ରଣ ହୋଇନାହିଁ ବୋଲି ଆମକୁ ବିଚାର କରିବାକୁ ପଡ଼ିବ। ସିଟି ସ୍କାନ କେବଳ ଫୁସଫୁସ ସଂକ୍ରମଣ ହୋଇଛି କି ନାହିଁ, ତା’ର ରିପୋର୍ଟ ଦିଏ। କିନ୍ତୁ କୋଭିଡ ଫୁସଫୁସରେ ଯଦି ପହଞ୍ଚି ନଥିବ, ତା’ହେଲେ ସେ ଏହାକୁ ଠାବ କରିପାରିବ ନାହିଁ। କିଛି ଲୋକ ଭାବୁଛନ୍ତି ସିଟି ସ୍କାନ କରୋନା ଭାଇରସକୁ ଚିହ୍ନଟ କରୁଛି। ହେଲେ ଏହା ଭୁଲ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story