ଆଇଏଏସ୍‌ଙ୍କ ବିରୋଧରେ ଧର୍ମାନ୍ତରଣ ଅଭିଯୋଗ, ଭିଡିଓ ଭାଇରାଲ

ଲକ୍ଷ୍ନୌ: ଜଣେ ଆଇଏଏସ୍‌ ଅଫିସରଙ୍କ ବିରୋଧରେ ଉଠିଛି ସଙ୍ଗୀନ ଅଭିଯୋଗ। ଜୋର ଜବରଦସ୍ତ ଧର୍ମାନ୍ତରଣ କରାଉଥିବା ଉତ୍ତର ପ୍ରଦେଶର ଜଣେ ଆଇଏଏସ୍‌ ଅଧିକାରୀଙ୍କ ବିରୋଧରେ ଉଠିଥିବା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଧର୍ମାନ୍ତରଣ କରାଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହାକୁ ନେଇ ରାଜ୍ୟରେ ଏବେ ହଇଚଇ ସୃଷ୍ଟି ହେଇଛି। ଆଇଏଏସ୍‌ ଅଧିକାରୀଙ୍କ ଉକ୍ତ ବିବାଦୀୟ ଭିଡିଓ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ମଧ୍ୟ ହୋଇଛି।    ଏହି ଘଟଣା ସାମ୍ନାକୁ ଆସିବା ପରେ ଉତ୍ତର ପ୍ରଦେଶ […]

IAS Officer

IAS Officer

Madhupriya Mistry
  • Published: Tuesday, 28 September 2021
  • Updated: 28 September 2021, 02:40 PM IST

Sports

Latest News

ଲକ୍ଷ୍ନୌ: ଜଣେ ଆଇଏଏସ୍‌ ଅଫିସରଙ୍କ ବିରୋଧରେ ଉଠିଛି ସଙ୍ଗୀନ ଅଭିଯୋଗ। ଜୋର ଜବରଦସ୍ତ ଧର୍ମାନ୍ତରଣ କରାଉଥିବା ଉତ୍ତର ପ୍ରଦେଶର ଜଣେ ଆଇଏଏସ୍‌ ଅଧିକାରୀଙ୍କ ବିରୋଧରେ ଉଠିଥିବା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଧର୍ମାନ୍ତରଣ କରାଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହାକୁ ନେଇ ରାଜ୍ୟରେ ଏବେ ହଇଚଇ ସୃଷ୍ଟି ହେଇଛି। ଆଇଏଏସ୍‌ ଅଧିକାରୀଙ୍କ ଉକ୍ତ ବିବାଦୀୟ ଭିଡିଓ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ମଧ୍ୟ ହୋଇଛି।   

ଏହି ଘଟଣା ସାମ୍ନାକୁ ଆସିବା ପରେ ଉତ୍ତର ପ୍ରଦେଶ ସରକାର ଉକ୍ତ ଆଇଏଏସ୍‌ ଅଫିସରଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏସ୍‌ଆଇଟି ଗଠନ କରି ପୂରା ମାମଲାର ଯାଞ୍ଚ କରିବାକୁ କୁହାଯାଇଛି।

ମିଡିଆ ରିପୋର୍ଟ ମୁତାବକ, ଉତ୍ତରପ୍ରଦେଶ ସଡକ ପରିବହନ ନିଗମର ଅଧ୍ୟକ୍ଷ ମହମ୍ମଦ ଇଫ୍‌ତିଖାରୁଦ୍ଦିନଙ୍କ ଧର୍ମାନ୍ତରଣ କରାଉଥିବା ଗ୍ୟାଙ୍ଗ ସହ ସମ୍ପର୍କ ଥିବା ସାମ୍ନାକୁ ଆସିଛି। ସରକାରୀ କୋଠା ଭିତରେ ତାଙ୍କ ଉପସ୍ଥିତିରେ କିଛି ଲୋକଙ୍କୁ ଧର୍ମ ପରିବର୍ତ୍ତନ କରାଯାଇଥିବା କୁହାଯାଇଛି।  ଇଫ୍‌ତିଖାରୁଦ୍ଦିନ ପାଞ୍ଚ ବର୍ଷ ପୂର୍ବେ କାନପୁରରେ କମିଶନର ପଦରେ ଥିଲେ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ସମ୍ପୃକ୍ତ ଆଇଏଏସ୍‌ ଅଧିକାରୀ ଜଣକ କିଛି ମୁସଲିମ୍‌ ସମ୍ପ୍ରଦାୟ ଲୋକଙ୍କ ସହ ଏକାଠି ବସିଛନ୍ତି। ଧର୍ମ ପରିବର୍ତ୍ତନ କରିବା ଦ୍ୱାରା କ'ଣ ସବୁ ଲାଭ ହେବ ତାହା ସେ ଶୁଣୁଛନ୍ତି। ଏଥିସହ ଆଇଏଏସ୍‌ ଅଫିସର ଇଫ୍‌ତିଖାରୁଦ୍ଦିନ ଇସ୍‌ଲାମ ଧର୍ମ ପ୍ରଚାରର କଥା ମଧ୍ୟ କହୁଥିବା ନଜର ଆସିଛନ୍ତି।

ଅଭିଯୋଗ ହୋଇଛି ଯେ ଭିଡିଓରେ ବରିଷ୍ଠ ଆଇଏଏସ୍ ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ କଟ୍ଟରପନ୍ଥୀ ଶିକ୍ଷା ଦେଉଛନ୍ତି। ଏହି ଭିଡିଓଟିକୁ ତାଙ୍କ ବାସଭବନରେ ହିଁ ଶୁଟ୍‌ କରାଯାଇଥିବା କୁହାଯାଉଛି। ଏହି ଘଟଣାକୁ ନେଇ ବିବାଦ ଉଠିବା ପରେ ପୁଲିସ କମିଶନର ଆସିମ ଅରୁଣ ଭାଇରାଲ ଭିଡିଓର ତଦନ୍ତକୁ ଏଡିସିପି ପୂର୍ବି ସୌମେନ୍ଦ୍ର ମୀନାଙ୍କୁ ଦେଇଛନ୍ତି।

ତେବେ ଉକ୍ତ ଭିଡିଓଟିକୁ କିଏ ସୁଟ୍‌ କରିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ସେପଟେ ଏହି ଭିଡିଓ ସମ୍ପର୍କରେ କାନପୁରର ମଠ ଏବଂ ମନ୍ଦିର ସମନ୍ୱୟ ସମିତିର ଜାତୀୟ ସଭାପତି ଭୁପେନ୍ଦ୍ର ଅୱସ୍ତି ମୁଖ୍ୟମନ୍ତ୍ରୀ ପୋର୍ଟାଲରେ ଅଭିଯୋଗ କରିଛନ୍ତି ଏବଂ ଆଇଏଏସ୍ ବିରୋଧରେ ତଦନ୍ତ ଦାବି କରିଛନ୍ତି। ବର୍ତ୍ତମାନ ୟୁପିରେ ଧର୍ମାନ୍ତରୀଣ ଗ୍ୟାଙ୍ଗ ବିରୋଧରେ ଏକ ବିଶାଳ ଅଭିଯାନ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos