ସେପ୍ଟମ୍ବରରୁ ସେରମ ଉତ୍ପାଦନ କରିବ ସ୍ପୁଟନିକ-ଭି

ନୂଆଦିଲ୍ଲୀ: ଭାରତରେ ଉତ୍ପାଦନ ହେବ ରୁଷ ଟିକା ସ୍ପୁଟନିକ-ଭି। ଆସନ୍ତା ସେପ୍ଟେମ୍ବରରୁ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସ୍ପୁଟନିକ-ଭିର ଉତ୍ପାଦନ ଆରମ୍ଭ କରିବ ବୋଲି ଆଜି ରୁଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ(ଆରଡିଆଇଏଫ) ସୂଚନା ଦେଇଛି। ଆରଡିଆଇଏଫ ଗୋଟିଏ ବିବୃତିରେ କହିଛି, ସ୍ପୁଟନିକ-ଭି ଟିକାର ପ୍ରଥମ ବ୍ୟାଚ୍‌ ଉତ୍ପାଦନ ସେରମ ତା’ ପ୍ରତିଷ୍ଠାନରେ ସେପ୍ଟେମ୍ବର ବେଳକୁ ଉତ୍ପାଦନ କରିବ ବୋଲି ଆଶା କରାଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରତିବର୍ଷ ଭାରତରେ ୩୦୦ ମିଲିୟନରୁ […]

Sputinik

Hemant Lenka
  • Published: Tuesday, 13 July 2021
  • , Updated: 13 July 2021, 03:05 PM IST

ନୂଆଦିଲ୍ଲୀ: ଭାରତରେ ଉତ୍ପାଦନ ହେବ ରୁଷ ଟିକା ସ୍ପୁଟନିକ-ଭି। ଆସନ୍ତା ସେପ୍ଟେମ୍ବରରୁ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସ୍ପୁଟନିକ-ଭିର ଉତ୍ପାଦନ ଆରମ୍ଭ କରିବ ବୋଲି ଆଜି ରୁଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ(ଆରଡିଆଇଏଫ) ସୂଚନା ଦେଇଛି। ଆରଡିଆଇଏଫ ଗୋଟିଏ ବିବୃତିରେ କହିଛି, ସ୍ପୁଟନିକ-ଭି ଟିକାର ପ୍ରଥମ ବ୍ୟାଚ୍‌ ଉତ୍ପାଦନ ସେରମ ତା’ ପ୍ରତିଷ୍ଠାନରେ ସେପ୍ଟେମ୍ବର ବେଳକୁ ଉତ୍ପାଦନ କରିବ ବୋଲି ଆଶା କରାଯାଉଛି।

ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରତିବର୍ଷ ଭାରତରେ ୩୦୦ ମିଲିୟନରୁ ଅଧିକ ଟିକାର ଡୋଜ୍‌ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଉତ୍ପାଦନ ପାଇଁ ଆବଶ୍ୟକ ସେଲ ଓ ଭେକ୍ଟର ନମୁନା ରୁଷର ଗାମେଲିୟା ସେଣ୍ଟର ଠାରୁ ହାସଲ କରି ସାରିଛି। ଏହାର ଆମଦାନୀ କରିବାକୁ ଡିସିଜିଆଇ ଅନୁମତି ମଧ୍ୟ ଦେଇ ସାରିଛି। ତେଣୁ ଉତ୍ପାଦନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ବୋଲି ଆରଡିଆଇଏଫ କହିଛି।

ସୂଚନାଯୋଗ୍ୟ, ଜୁନ୍‌ ୪ ତାରିଖରେ ସ୍ପୁଟନିକ-ଭିର ଉତ୍ପାଦନ ଦାୟିତ୍ୱ ପାଇଥିଲା ସେରମ। ପୂର୍ବରୁ ସେରମ ପକ୍ଷରୁ କୋଭିସିଲ୍ଡ ଓ ନୋଭାକ୍ସ ଟିକା ଉତ୍ପାଦନ କରାଯାଉଛି। ଡିସିଜିଆଇ ପରୀକ୍ଷଣ, ଯାଞ୍ଚ ଓ ବିଶ୍ଲେଷଣ ପାଇଁ ସେରମକୁ ସ୍ପୁଟନିକ ଭି ଟିକା ଉତ୍ପାଦନ ପାଇଁ ଅନୁମତି ଦେଇଥିଲା।

କମ୍ପାନୀ ତା’ର ହଦପସର ପ୍ରତିଷ୍ଠାନରେ ଏହାର ଉତ୍ପାଦନ କରିବ। ହଦପସର ପ୍ରତିଷ୍ଠାନରେ ସ୍ପୁଟନିକ ଭି ଟିକାକୁ ବିକଶିତ କରିବା ପାଇଁ ସେରମ ରୁଷର ମସ୍କୋରେ ଥିବା ଗାମେଲିୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅଫ ଏପିଡେମୋଲୋଜି ଓ ମାକ୍ରୋବାୟୋଲିଜି ସହ ଅନୁବନ୍ଧିତ ହୋଇଥିଲା।

ଭାରତର ୭ନଂ କମ୍ପାନୀମାନେ ସେରମ ସ୍ପୁଟନିକ-ଭି ଟିକାର ଉତ୍ପାଦନ ମଧ୍ୟ କରିବ। ସେରମ ଜୁନ୍‌ ମାସରେ ୧୦ କୋଟି କୋଭିସିଲ୍ଡ ଟିକା ଉତ୍ପାଦନ କରିବ ବୋଲି ଭାରତ ସରକାରଙ୍କୁ କହିଛି। ଏଥିସହ ନୋଭାକ୍ସ ଟିକା ମଧ୍ୟ ସେରମ ଉତ୍ପାଦନ କରୁଛି। ଏବେ କମ୍ପାନୀ ସ୍ପୁଟନିକ-ଭି ଉତ୍ପାଦନ କରିବାକୁ ଅନୁମତି ପାଇଛି।

ଅନ୍ୟପକ୍ଷରେ ବିଶ୍ୱସ୍ତରରେ ସ୍ପୁଟନିକ ଭିର ମାର୍କେଟିଂ କରୁଥିବା ରୁଷିଆର ଆରଡିଆଇଏଫ ଭାରତରେ ଏହାର ଉତ୍ପାଦନ ପାଇଁ ୬ଟି କମ୍ପାନୀ ସହ ଚୁକ୍ତି କରିଛି। ଏମାନଙ୍କ ମଧ୍ୟରେ ଡା ରେଡ୍ଡି ଲ୍ୟାବ, ଗ୍ଲାଣ୍ଡ ଫାର୍ମା, ହେଟ୍ରୋ ବାୟୋଫାର୍ମା, ପାନେସିୟା ବାୟୋଟେକ, ଷ୍ଟେଲିସ ବାୟୋଫାର୍ମା ଓ ଭୀରକୋ ବାୟୋଟେକ ରହିଛନ୍ତି।

Related story