ଛୋଟ ପିଲାଙ୍କୁ ଗୁରୁତର କରୁଛି କରୋନା, ସତର୍କ ରହିବାକୁ କହିଲେ ଡାକ୍ତର

କୋଲକାତା: ମହାମାରୀ କରୋନାର ତୃତୀୟ ୱେଭ ପ୍ରାପ୍ତ ବୟସ୍କଙ୍କୁ ସେତେଟା ଗୁରୁତର କରୁନାହିଁ। କିନ୍ତୁ ଛୋଟ ପିଲାଙ୍କ କ୍ଷେତ୍ରରେ ଏହା ସାଂଘାତିକ ସମସ୍ୟା ସୃଷ୍ଟି କରୁଛି। ବିଶେଷ କରି ଗତ ୨ ସପ୍ତାହ ହେଲାଣି କୋଲକାତାରେ କରୋନାର ତୃତୀୟ ୱେଭ ଛୋଟ ପିଲାମାନଙ୍କୁ ଗୁରୁତର କରୁଛି। ଫଳରେ ଏକାଧିକ ହସ୍ପିଟାଲରେ କରୋନାରେ ଆକ୍ରାନ୍ତ ହେଉଥିବା ଛୋଟ ପିଲା ଭର୍ତ୍ତି ହେବାରେ ଲାଗିଛନ୍ତି। ମହାମାରୀ କରୋନା ଆରମ୍ଭ ହେବା ଦିନ ଠାରୁ ପିଲାମାନଙ୍କ ଶରୀରରେ ଦେଖାଯାଉ ନଥିବା ସିଭିୟର […]

covid

Hemant Lenka
  • Published: Friday, 28 January 2022
  • , Updated: 28 January 2022, 01:42 PM IST

କୋଲକାତା: ମହାମାରୀ କରୋନାର ତୃତୀୟ ୱେଭ ପ୍ରାପ୍ତ ବୟସ୍କଙ୍କୁ ସେତେଟା ଗୁରୁତର କରୁନାହିଁ। କିନ୍ତୁ ଛୋଟ ପିଲାଙ୍କ କ୍ଷେତ୍ରରେ ଏହା ସାଂଘାତିକ ସମସ୍ୟା ସୃଷ୍ଟି କରୁଛି। ବିଶେଷ କରି ଗତ ୨ ସପ୍ତାହ ହେଲାଣି କୋଲକାତାରେ କରୋନାର ତୃତୀୟ ୱେଭ ଛୋଟ ପିଲାମାନଙ୍କୁ ଗୁରୁତର କରୁଛି। ଫଳରେ ଏକାଧିକ ହସ୍ପିଟାଲରେ କରୋନାରେ ଆକ୍ରାନ୍ତ ହେଉଥିବା ଛୋଟ ପିଲା ଭର୍ତ୍ତି ହେବାରେ ଲାଗିଛନ୍ତି।

ମହାମାରୀ କରୋନା ଆରମ୍ଭ ହେବା ଦିନ ଠାରୁ ପିଲାମାନଙ୍କ ଶରୀରରେ ଦେଖାଯାଉ ନଥିବା ସିଭିୟର ଲକ୍ଷଣଗୁଡ଼ିକ ତୃତୀୟ ୱେଭରେ ଦେଖିବାକୁ ମିଳୁଥିବା ଡାକ୍ତରମାନେ କହିଛନ୍ତି। ଏଥିପାଇଁ ସେମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ଡାକ୍ତରମାନଙ୍କ କହିବା କଥା କୋଲକାତାରେ କରୋନା ଦ୍ୱାରା ଆକ୍ରାନ୍ତ ହେଉଥିବା ପିଲାମାନଙ୍କ ଶରୀରରେ ବ୍ରେନ ଠାରୁ ଆରମ୍ଭ କରି ଗୁରୁତର ନିମୋନିଆ ଭଳି ଲକ୍ଷଣ ଦେଖା ଯାଉଛି। ଏଥିପାଇଁ ଅଧିକାଂଶ ପିଲାଙ୍କୁ ପିଆଇସିୟୁରେ ଭର୍ତ୍ତି କରିବାକୁ ପଡ଼ୁଛି। ସେହିପରି ପ୍ରାପ୍ତ ବୟସ୍କଙ୍କ ଅପେକ୍ଷା ଛୋଟ ପିଲାମାନେ ସୁସ୍ଥ ହେବାକୁ ଅଧିକ ସମୟ ମଧ୍ୟ ନେଉଛନ୍ତି।

କରୋନାର ପ୍ରଥମ ଓ ଦ୍ୱିତୀୟ ୱେଭ ବେଳେ ପିଲାମାନଙ୍କ ପାଖରେ ସ୍ୱଳ୍ପରୁ ମଧ୍ୟମଧରଣର ଲକ୍ଷଣ ଦେଖାଯାଉଥିଲା। ଏବେ କିନ୍ତୁ ସେମାନଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଯାଉଛି। ତେଣୁ ପିଲାମାନଙ୍କ ଅଭିଭାବକମାନେ ଏଥିପ୍ରତି ସତର୍କ ରହିବା ଦରକାର। ତୃତୀୟ ୱେଭ ବେଶୀ କ୍ଷତି କରିବ ନାହିଁ ବୋଲି ଭାବିବା ଭୁଲ ବୋଲି ଡାକ୍ତରମାନେ କହିଛନ୍ତି।

ଦି ଇନଷ୍ଟିଚ୍ୟୁଟ ଅଫ ଚାଇଲ୍ଡ ଡେଲ୍ଥରେ ଗତ ୨ ସପ୍ତାହ ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଥିବା ପିଲାଙ୍କ ମଧ୍ୟରୁ ୮ ଜଣଙ୍କ ଶରୀରରେ ଅତ୍ୟନ୍ତ ଗୁରୁତର ଲକ୍ଷଣ ଦେଖାଯାଇଛି। ଅଧିକାଂଶ ପିଲାଙ୍କ ବୟସ ୮ରୁ ୧୪। ସେମାନଙ୍କୁ ପିଆଇସିୟୁର ଆବଶ୍ୟକ ମଧ୍ୟ ପଡ଼ିଥିଲା। ସେହିପରି ଜଣେ ପିଲାର ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡ଼ିବାରୁ ତା’ର ମୃତ୍ୟୁ ମଧ୍ୟ ଘଟିଛି।

Related story