ସଭାପତି ନିର୍ବାଚନ ପୂର୍ବରୁ ସୋନିଆ ଗାନ୍ଧିଙ୍କୁ ଭେଟିଲେ ଶଶି ଥରୁର

ନୂଆଦିଲ୍ଲୀ: ସୋମବାର କଂଗ୍ରେସ ସାଂସଦ ଶଶି ଥରୁର ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧିଙ୍କୁ  ଭେଟିଛନ୍ତି। ୧୦ ଜନପଥସ୍ଥିତ ସୋନିଆଙ୍କ ବାସଭବନରେ ହୋଇଛି ଏହି ଭେଟଘାଟ। ଆସନ୍ତା ଅକ୍ଟୋବର ୧୭ରେ କଂଗ୍ରେସର ସଭାପତି ନିର୍ବାଚନ ଥିବା ବେଳେ ତା’ପୂର୍ବରୁ ଏହି ଭେଟଘାଟ ହୋଇଛି। ଆଜି ଥରୁରଙ୍କ ସହ ଦଳର ଅନ୍ୟ ନେତା ଦିପେନ୍ଦର ହୋଡ଼ା, ଜୟ ପ୍ରକାଶ ଅଗ୍ରୱାଲ ଓ ବିଜେନ୍ଦର ସିଂହ ୧୦ ଜନପଥରେ ପହଞ୍ଚିଥିଲେ। ପୂର୍ବରୁ ସଭାପତି ନିର୍ବାଚନ ପାଇଁ ଥରୁର ପ୍ରତିଦ୍ୱନ୍ଦିତା ଲାଗି […]

Sashi

Sashi

Tapas Behera
  • Published: Monday, 19 September 2022
  • Updated: 19 September 2022, 04:48 PM IST

ନୂଆଦିଲ୍ଲୀ: ସୋମବାର କଂଗ୍ରେସ ସାଂସଦ ଶଶି ଥରୁର ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧିଙ୍କୁ  ଭେଟିଛନ୍ତି। ୧୦ ଜନପଥସ୍ଥିତ ସୋନିଆଙ୍କ ବାସଭବନରେ ହୋଇଛି ଏହି ଭେଟଘାଟ। ଆସନ୍ତା ଅକ୍ଟୋବର ୧୭ରେ କଂଗ୍ରେସର ସଭାପତି ନିର୍ବାଚନ ଥିବା ବେଳେ ତା’ପୂର୍ବରୁ ଏହି ଭେଟଘାଟ ହୋଇଛି।

ଆଜି ଥରୁରଙ୍କ ସହ ଦଳର ଅନ୍ୟ ନେତା ଦିପେନ୍ଦର ହୋଡ଼ା, ଜୟ ପ୍ରକାଶ ଅଗ୍ରୱାଲ ଓ ବିଜେନ୍ଦର ସିଂହ ୧୦ ଜନପଥରେ ପହଞ୍ଚିଥିଲେ। ପୂର୍ବରୁ ସଭାପତି ନିର୍ବାଚନ ପାଇଁ ଥରୁର ପ୍ରତିଦ୍ୱନ୍ଦିତା ଲାଗି ସଙ୍କେତ ଦେଇଥିଲେ। କିନ୍ତୁ ଏ ବିଷରେ ସେ ଖୋଲାଖୋଲି କିଛି କହି ନାହାନ୍ତି। ଥରୁର କଂଗ୍ରେସର ବିଦ୍ରୋହୀ ଗୋଷ୍ଠୀ ଜି-୨୩ରେ ସାମିଲ ନଥିଲେ। ତଥାପି ଦଳରେ ସଂସ୍କାର ପାଇଁ ସେ ଅନେକ ସମସୟରେ ପ୍ରସ୍ତାବ ଦେଇଥିଲେ।  ଗତ ମାର୍ଚ୍ଚ ମାସରେ ଥରୁର ଜି-୨୩ ଗୋଷ୍ଠୀର ନେତାଙ୍କୁ ଭେଟିଥିଲେ।

କଂଗ୍ରେସରେ ଆମୂଳଚୂଳ ସାଙ୍ଗଠନିକ ପରିବର୍ତ୍ତନ ପାଇଁ ଜି-୨୩ ଗୋଷ୍ଠୀ ଦାବି କରି ଆସୁଛି। ଏମିତିକି ଦଳର ସଭାପତି ପଦ ପରିବର୍ତ୍ତନ (ଗାନ୍ଧି ପରିବାର ହାତରେ ଆଉ ନ ରଖିବାକୁ) ପାଇଁ ସ୍ୱର ଉଠି ଆସୁଛି। ଏ ସବୁ ଭିତରେ ଥରୁର ସଭାପତି ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦିତା ଲାଗି ସଙ୍କେତ ଦେବା ଓ ସୋନିଆ ଗାନ୍ଧିଙ୍କୁ ଭେଟିବା ବେଶ ମହତ୍ତ୍ୱ ରଖୁଛି। କିଛି ଦିନ ପୂର୍ବରୁ ସଭାପତି ନିର୍ବାଚନ ପାଇଁ  ଇଲେକ୍ଟୋରାଲ ରୋଲ୍‌ ପ୍ରକାଶ କରିବାକୁ ଥରୁର ଦାବି କରିଥିଲେ।

କଂଗ୍ରେସ ନିର୍ବାଚନ କମିଟି ଅଧ୍ୟକ୍ଷ ମଧୁସୁଦନ ମିସ୍ତ୍ରୀଙ୍କୁ ଚିଠି ଲେଖି ଥରୁର କହିଥିଲେ, କିଏ ମନୋନୀତ କରିପାରିବେ ଏବଂ କିଏ ଭୋଟ୍‌ ଦେଇପାରିବେ, ସେ ବିଷୟରେ ସମସ୍ତେ ଜାଣିବା ଉଚିତ। ତେଣୁ ଇଲେକ୍ଟୋରାଲ ‌ରୋଲ୍‌ ସାର୍ବଜନୀନ କରିବା ଜରୁରୀ। ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତା ମନୀଷ ତିୱାରୀ ଓ କାର୍ତ୍ତି ଚିଦମ୍ବରମ ମଧ୍ୟ ସମାନ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos