ସଭାପତି ନିର୍ବାଚନ ଲାଗି ଯାଇଥିଲେ ଥରୁର, ଅଭୟବାଣୀ ଦେଲେ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁରଙ୍କୁ ନେଇ କଳ୍ପନାଜଳ୍ପନା। ଗୋଟିଏ ପଟେ  ରାହୁଲ ଗାନ୍ଧିଙ୍କୁ ସଭାପତି ପାଇଁ ଗୋଟିଏ ପରେ ଗୋଟିଏ ରାଜ୍ୟର କଂଗ୍ରେସ ସଂକଳ୍ପ ପାରିତ କରୁଥିବା ବେଳେ ଅନ୍ୟପଟେ ଆଶା ଛାଡ଼ି ନାହାନ୍ତି ଶଶି ଥରୁର। ଆଜି ଶଶି ଥରୁର କଂଗ୍ରେସର  ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୧୦ ଜନପଥରେ ଭେଟିଛନ୍ତି। କୁହାଯାଉଛି ଶଶି କଂଗ୍ରେସ ସଭାପତି ପାଇଁ ପ୍ରତିଦ୍ୱନ୍ଦିତା କରିବାକୁ ଆଗ୍ରହୀ ଥିବା ବେଳେ ସୋନିଆ ଗାନ୍ଧି ତାଙ୍କୁ ଗ୍ରୀନ ସିଗନାଲ ଦେଇଛନ୍ତି। […]

sashi-tharoor

sashi-tharoor

Tapas Behera
  • Published: Monday, 19 September 2022
  • Updated: 20 September 2022, 08:54 AM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁରଙ୍କୁ ନେଇ କଳ୍ପନାଜଳ୍ପନା। ଗୋଟିଏ ପଟେ  ରାହୁଲ ଗାନ୍ଧିଙ୍କୁ ସଭାପତି ପାଇଁ ଗୋଟିଏ ପରେ ଗୋଟିଏ ରାଜ୍ୟର କଂଗ୍ରେସ ସଂକଳ୍ପ ପାରିତ କରୁଥିବା ବେଳେ ଅନ୍ୟପଟେ ଆଶା ଛାଡ଼ି ନାହାନ୍ତି ଶଶି ଥରୁର। ଆଜି ଶଶି ଥରୁର କଂଗ୍ରେସର  ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୧୦ ଜନପଥରେ ଭେଟିଛନ୍ତି। କୁହାଯାଉଛି ଶଶି କଂଗ୍ରେସ ସଭାପତି ପାଇଁ ପ୍ରତିଦ୍ୱନ୍ଦିତା କରିବାକୁ ଆଗ୍ରହୀ ଥିବା ବେଳେ ସୋନିଆ ଗାନ୍ଧି ତାଙ୍କୁ ଗ୍ରୀନ ସିଗନାଲ ଦେଇଛନ୍ତି। କଂଗ୍ରେସ ସଭାପତି ଲାଗି ପ୍ରତିଦ୍ୱନ୍ଦିତା କରିବାକୁ ଶଶି ସଙ୍କୋଚ ଅନୁଭବ କରୁଥିବା ବେଳେ ଆଜି ତାଙ୍କର ସବୁ ଭୟ ଦୂର କରିଛନ୍ତି ସୋନିଆ। ମିଳିଥିବା ସୂଚନା ଅନୁଯାୟୀ ଶଶି ସଭାପତି ନିର୍ବାଚନ ଲାଗି ସୋନିଆଙ୍କ ସହ ଅଲୋଚନା କରିଛନ୍ତି।

ଜବାବରେ ସୋନିଆ ଗାନ୍ଧି ମଧ୍ୟ ତାଙ୍କୁ ଅଭୟ ବାଣୀ ଦେଇଛନ୍ତି। ଅର୍ଥାତ ଥରୁର ଏବେ ବିନା ସଙ୍କୋଚରେ ନିର୍ବାଚନ ଲଢ଼ିପାରିବେ। ସୋନିଆ ଗାନ୍ଧି କୁଆଡ଼େ ଦଳର ଯେ କୌଣସି ନେତା ଚାହିଁଲେ ସଭାପତି ଲାଗି ଲଢ଼ିପାରିବେ ବୋଲି କହିଛନ୍ତି।  ସୋନିଆ କହିଛନ୍ତି ଯେ, ବର୍ତ୍ତମାନ ଆପଣଙ୍କ ସମୟ। ନିର୍ବାଚନ ପ୍ରକ୍ରିୟା ଅନୁସାରେ ମତଦାନ ହେବ। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ଦଳରେ ଯିଏ ଚାହିଁବେ ସିଏ ନିର୍ବାଚନ ଲଢ଼ିବା ଲାଗି ସୋନିଆଙ୍କ ଇଚ୍ଛା ।

ଆଜି ଥରୁର ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଲଢି ପାରିବେ କି ନାହିଁ ସୋନିଆଙ୍କ ଉତ୍ତର ଚାହିଁଥିଲେ।  ଥରୁରଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ସୋନିଆ ଗାନ୍ଧି।ଆଲୋଚନା ସମୟରେ ସୋନିଆ ଏହା ସ୍ପଷ୍ଟ କରି ଦେଇଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ ପଦର ନିର୍ବାଚନରେ ଯେ କେହି ବି ଲଢିପାରିବ। ଗାନ୍ଧୀ ପରିବାର ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। ଥରୁର ଏଥର ଅଧ୍ୟକ୍ଷ ପଦରେ ନିର୍ବାଚନ ଲଢ଼ଚଥିବା ଏଥିରୁ ସଙ୍କେତ ମିଳୁଛି। । ଆଜି ଥରୁରଙ୍କ ସହ ଦଳର ଅନ୍ୟ ନେତା ଦିପେନ୍ଦର ହୋଡ଼ା, ଜୟ ପ୍ରକାଶ ଅଗ୍ରୱାଲ ଓ ବିଜେନ୍ଦର ସିଂହ ୧୦ ଜନପଥରେ ପହଞ୍ଚିଥିଲେ। ପୂର୍ବରୁ ସଭାପତି ନିର୍ବାଚନ ପାଇଁ ଥରୁର ପ୍ରତିଦ୍ୱନ୍ଦିତା ଲାଗି ସଙ୍କେତ ଦେଇଥିଲେ। ଥରୁର କଂଗ୍ରେସର ବିଦ୍ରୋହୀ ଗୋଷ୍ଠୀ ଜି-୨୩ରେ ସାମିଲ ନଥିଲେ। ତଥାପି ଦଳରେ ସଂସ୍କାର ପାଇଁ ସେ ଅନେକ ସମସୟରେ ପ୍ରସ୍ତାବ ଦେଇଥିଲେ।  ଗତ ମାର୍ଚ୍ଚ ମାସରେ ଥରୁର ଜି-୨୩ ଗୋଷ୍ଠୀର ନେତାଙ୍କୁ ଭେଟିଥିଲେ। କିଛି ଦିନ ପୂର୍ବରୁ ସଭାପତି ନିର୍ବାଚନ ପାଇଁ  ଇଲେକ୍ଟୋରାଲ ରୋଲ୍‌ ପ୍ରକାଶ କରିବାକୁ ଥରୁର ଦାବି କରିଥିଲେ।

କଂଗ୍ରେସ ନିର୍ବାଚନ କମିଟି ଅଧ୍ୟକ୍ଷ ମଧୁସୁଦନ ମିସ୍ତ୍ରୀଙ୍କୁ ଚିଠି ଲେଖି ଥରୁର କହିଥିଲେ, କିଏ ମନୋନୀତ କରିପାରିବେ ଏବଂ କିଏ ଭୋଟ୍‌ ଦେଇପାରିବେ, ସେ ବିଷୟରେ ସମସ୍ତେ ଜାଣିବା ଉଚିତ। ତେଣୁ ଇଲେକ୍ଟୋରାଲ ‌ରୋଲ୍‌ ସାର୍ବଜନୀନ କରିବା ଜରୁରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos