ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ମିଳିଲା ଜାମିନ

ମୁମ୍ବାଇ: ବହୁ ଚର୍ଚ୍ଚିତ ମୁମ୍ବାଇ ଶିନା ବୋରା ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଥିବା ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ମିଳିଲା ଜାମିନ୍‌। ୨୦୧୫ରୁ ଜେଲ୍‌ରେ ଥିବା ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଆଜି ସୁପ୍ରିମ୍‌ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ତେବେ ଜାମିନ ମିଳିବା ପରେ ମଧ୍ୟ ସେ ଜେଲ୍‌ରୁ ମୁକୁଳି ପାରିବେ ନାହିଁ। ଟ୍ରାଏଲ କୋର୍ଟଙ୍କ ସନ୍ତୁଷ୍ଟ ହେବା ପରେ ତାଙ୍କୁ ଜାମିନରେ ମୁକ୍ତ କରାଯିବ। ଏହି ମାମଲାର ରାୟ ଶୁଣାଇ ସୁପ୍ରିମ୍‌ କ‌ୋର୍ଟ କହିଛନ୍ତି, ଆମେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ […]

indrani-mukerjea

indrani-mukerjea

Madhupriya Mistry
  • Published: Wednesday, 18 May 2022
  • Updated: 18 May 2022, 01:05 PM IST

Sports

Latest News

ମୁମ୍ବାଇ: ବହୁ ଚର୍ଚ୍ଚିତ ମୁମ୍ବାଇ ଶିନା ବୋରା ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଥିବା ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ମିଳିଲା ଜାମିନ୍‌। ୨୦୧୫ରୁ ଜେଲ୍‌ରେ ଥିବା ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଆଜି ସୁପ୍ରିମ୍‌ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ତେବେ ଜାମିନ ମିଳିବା ପରେ ମଧ୍ୟ ସେ ଜେଲ୍‌ରୁ ମୁକୁଳି ପାରିବେ ନାହିଁ। ଟ୍ରାଏଲ କୋର୍ଟଙ୍କ ସନ୍ତୁଷ୍ଟ ହେବା ପରେ ତାଙ୍କୁ ଜାମିନରେ ମୁକ୍ତ କରାଯିବ।

ଏହି ମାମଲାର ରାୟ ଶୁଣାଇ ସୁପ୍ରିମ୍‌ କ‌ୋର୍ଟ କହିଛନ୍ତି, ଆମେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ମଞ୍ଜୁର କରୁଛୁ। ଜେଲ୍‌ରେ ସେ ସାଢ଼େ ୬ ବର୍ଷ ବିତାଇଲେଣି, ଯାହା ଯଥେଷ୍ଟ ହେଲାଣି। ଦୀର୍ଘ ସମୟ ଜେଲ୍‌ରେ ଅତିବାହିତ କରିସାରିଥିବାରୁ ସେ ଜାମିନ ପାଇବାକୁ ହକ୍‌ଦାର୍‌। କିନ୍ତୁ, ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିବ। ବିଚାରକୁ ପ୍ରଭାବିତ କରିବାର ସମ୍ଭାବନା ଥିବାରୁ ଉକ୍ତ ମାମଲାର ଯଥାର୍ଥତା ଉପରେ ଆମେ କୌଣସି ମତବ୍ୟକ୍ତ କରୁନାହୁଁ।

ସୁପ୍ରିମ୍‌ କୋର୍ଟ ଦର୍ଶାଇଛନ୍ତି ଯେ, ଏତେ ଶୀଘ୍ର ଏହି ମାମଲାର ବିଚାର ଶେଷ ହେବ ନାହିଁ। ଏ ପର୍ଯ୍ୟନ୍ତ ୫୦% ସାକ୍ଷୀଙ୍କର ବୟାନ ରେକର୍ଡ ଶେଷ ହୋଇନାହିଁ। ଏହି ମାମଲା ପାରିପାର୍ଶ୍ୱିକ ପ୍ରମାଣ ଆଧାରିତ ବୋଲି ବିଚାରପତିମାନେ ଗୁରୁତ୍ୱାରୋପ କରି ମାମଲାର ଶୁଣାଣି କରୁଥିବା ଜଷ୍ଟିସ ବିଆର୍‌ ଗୱାଇ କହିଛନ୍ତି। ଏହାପୂର୍ବରୁ ୨୦୨୦ରେ ଏହି ମାମଲାର ସହ ଅଭିଯୁକ୍ତ ଥିବା ପିଟର ମୁଖାର୍ଜୀ ଜାମିନ ପାଇ ଜେଲ୍‌ରୁ ମୁକ୍ତ ହୋଇସାରିଛନ୍ତି।

ଏହା ପୂର୍ବରୁ ସିବିଆଇ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନକୁ ବିରୋଧ କରି ନିଜ ଜବାବ ଦାଖଲ କରିଥିଲା। ସିବିଆଇ କହିଥିଲା, ଇନ୍ଦ୍ରାଣୀ ନିଜ ଝିଅକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ ଏବଂ ହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟାଇଥିଲେ। ଫେବୃଆରୀ ୧୮ରେ, ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନ ଆବେଦନ ଉପରେ କୋର୍ଟ ସିବିଆଇକୁ ନୋଟିସ ଜାରି କରି ଏହାର ଜବାବ ମାଗିଥିଲେ।

ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ପାଇଁ ମୁକୁଲ ରୋହତଗି କହିଥିଲେ, ଏହି ମାମଲାରେ ୧୮୫ ଜଣ ସାକ୍ଷୀଙ୍କୁ ଏପର୍ଯ୍ୟନ୍ତ ଯାଞ୍ଚ କରାଯାଇ ନାହିଁ । ଗତ ଦେଢ଼ ବର୍ଷରେ କୌଣସି ସାକ୍ଷୀଙ୍କ ଯାଞ୍ଚ କରାଯାଇ ନାହିଁ। ତାଙ୍କ ସ୍ୱାମୀ ଜାମିନରେ ଅଛନ୍ତି। ଇନ୍ଦ୍ରାଣୀ ମୁଖାର୍ଜିଆ ମଧ୍ୟ ମାନସିକ ରୋଗରେ ପୀଡିତ। ଶିନା ବୋରା ହତ୍ୟା ମାମଲାରେ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟର ନ୍ୟାୟିକ ହେପାଜତରେ ଥିବା ଇନ୍ଦ୍ରାଣୀ ମୁଖାର୍ଜୀ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଛନ୍ତି। ଏହାପୂର୍ବରୁ ଇନ୍ଦ୍ରାଣୀ ମୁଖାର୍ଜୀ ବମ୍ବେ ହାଇକୋର୍ଟରୁ ଜାମିନ ପାଇ ପାରିନଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଶିନା ବୋରା ହତ୍ୟାକାଣ୍ଡ ମାମଲରେ ୨୦୧୨ରୁ ସିବିଆଇ ତଦନ୍ତ କରୁଛି। ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଉପରେ ନିଜ ଝିଅ ଶିନା ବୋରାକୁ ହତ୍ୟା କରିବା ଅଭିଯୋଗ ରହିଛି। ୨୦୧୨ ଏପ୍ରିଲ ୨୪ରେ ଶିନା ବୋରାଙ୍କୁ ହତ୍ୟା କରିବା ଅଭିଯୋଗରେ ମୁଖାର୍ଜୀଙ୍କ ଉପରେ ମାମଲା ଚାଲିଛି। ତାଙ୍କୁ ମୁମ୍ବାଇ ଖାର୍‌ ପୁଲିସ ୨୦୧୫ ଅଗଷ୍ଟ ୨୫ ତାରିଖରେ ଏହି ମାମଲାରେ ଗିରଫ କରିଥିଲା। ସେ ସେପ୍ଟେମ୍ବର ୨୦୧୫ରୁ ବାଇକୁଲା ଜେଲ୍‌ରେ ବନ୍ଦୀ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story