ପୁଣି ଦାଦାଙ୍କୁ ପର କରିଦେଲେ ପୁତୁରା, ବୈଠକକୁ ଡାକିଲେନି

ଲକ୍ଷ୍ନୌ: ସରିଛି ଉତ୍ତର ପ୍ରଦେଶ ନିର୍ବାଚନ। ବିଧାନସଭା ନିର୍ବାଚନରେ ସାମାଜବାଦୀ ପାର୍ଟିର ପରାଜୟ ପରେ ଦଳରେ ଏବେ ସବୁ କିଛି ଠିକ୍‌ ଥିଲା ଭଳି ମନେ ହେଉନାହିଁ। ନିର୍ବାଚନ ସରିବା ପରେ ଦେଖାଦେଇଛି ପାରିବାରିକ କନ୍ଧଳ। ପୁଣି ଦାଦା ଶିବପାଲ ଯାଦବଙ୍କୁ ପର କରିଦେଇଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ। ଦୁଇ ଦିନ ଅପେକ୍ଷା କରିବା ପରେ ବି ତାଙ୍କୁ ବିଧାୟକ ଦଳ ବୈଠକକୁ ଡାକି ନାହାନ୍ତି। ସମାଜବାଦୀ ପାର୍ଟିର ନବନିର୍ବାଚିତ ବିଧାୟକଙ୍କୁ ନେଇ ଆଜି […]

shivpal and akhilesh

Madhupriya Mistry
  • Published: Saturday, 26 March 2022
  • , Updated: 26 March 2022, 01:17 PM IST

ଲକ୍ଷ୍ନୌ: ସରିଛି ଉତ୍ତର ପ୍ରଦେଶ ନିର୍ବାଚନ। ବିଧାନସଭା ନିର୍ବାଚନରେ ସାମାଜବାଦୀ ପାର୍ଟିର ପରାଜୟ ପରେ ଦଳରେ ଏବେ ସବୁ କିଛି ଠିକ୍‌ ଥିଲା ଭଳି ମନେ ହେଉନାହିଁ। ନିର୍ବାଚନ ସରିବା ପରେ ଦେଖାଦେଇଛି ପାରିବାରିକ କନ୍ଧଳ। ପୁଣି ଦାଦା ଶିବପାଲ ଯାଦବଙ୍କୁ ପର କରିଦେଇଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ। ଦୁଇ ଦିନ ଅପେକ୍ଷା କରିବା ପରେ ବି ତାଙ୍କୁ ବିଧାୟକ ଦଳ ବୈଠକକୁ ଡାକି ନାହାନ୍ତି।

ସମାଜବାଦୀ ପାର୍ଟିର ନବନିର୍ବାଚିତ ବିଧାୟକଙ୍କୁ ନେଇ ଆଜି ଦଳୀୟ କାର୍ଯ୍ୟାଳୟରେ ବୈଠକ କରୁଛି ସାପା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଶିବପାଲଙ୍କୁ ଏହି ବୈଠକକୁ ଡକାଯାଇ ନାହିଁ। ତାଙ୍କୁ ଏଥିପାଇଁ ନିମନ୍ତ୍ରଣ ଦିଆଯାଇ ନାହିଁ।

ଏହି ଘଟଣାକୁ ନେଇ ଏକ ସାକ୍ଷାତକାର୍‌ରେ ଶିବପାଲ ଯାଦବ କହିଛନ୍ତି ଯେ ସେ ଲକ୍ଷ୍ନୌରେ ୨ଦିନ ଅପେକ୍ଷା କରିରହିଥିଲେ, କିନ୍ତୁ ବିଧାୟକ ଦଳର ବୈଠକରେ ତାଙ୍କୁ ଡକାଯାଇ ନାହିଁ। ମୁଁ କେବଳ ସମାଜବାଦୀ ପାର୍ଟିର ବିଧାୟକ ନୁହେଁ ବରଂ ଦଳର ଜଣେ ସକ୍ରିୟ ସଦସ୍ୟ ମଧ୍ୟ। ପରବର୍ତ୍ତୀ ସମୟରେ ଆପଣ କ’ଣ କରିବେ ବୋଲି ପ୍ରଶ୍ନ ଉପରେ ସେ କହିଛନ୍ତି ଯେ ତାଙ୍କ ସମର୍ଥକ ଏବଂ ଜନସାଧାରଣଙ୍କ ସହ କଥା ହେବା ପରେ ସେ ନିଷ୍ପତ୍ତି ନେବେ।

ଚଳିତ ଉତ୍ତରପ୍ରେଦଶ ବିଧାସଭା ନିର୍ବାଚନରେ ସମସ୍ତ ପାରିବାରିକ କନ୍ଧଳକୁ ପଛରେ ପକାଇ ଦାଦାଙ୍କ ସହ ଏକାଠି ହୋଇଥିଲେ ପୁତୁରା। ନିର୍ବାଚନ ଜିତିବା ପାଇଁ ବହୁ ରଣନୀତି କରିଥିଲେ। ତେବେ ନିର୍ବାଚନଳ ଫଳାଫଳ ବାହାରିବା ପରେ  ଅଖିଲେଶ ଦାଦା ଶିବପାଲଙ୍କୁ କିଛି ବଡ ଦାୟିତ୍ୱ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଥିଲା। ଶିବପାଲ ଯାଦବଙ୍କୁ ବିଧାୟକ ଦଳର ନେତା କରାଯାଇପାରେ ବୋଲି କୁହାଯାଉଥିଲା। କିନ୍ତୁ ଶନିବାର ଦିନ ଲକ୍ଷ୍ନୌରେ ହେବାକୁ ଥିବା ବୈଠକରେ ଶିବପାଲଙ୍କୁ ଆମନ୍ତ୍ରଣ ନକରିବା ଘଟଣା ଏବେ ଏକ ଭିନ୍ନ ମୋଡ ସୃଷ୍ଟି କରିଛି। ପୁଣି ଦାଦା ଶିବପାଲଙ୍କୁ ପୁତୁରା ଆଡେଇ ଦେଇଥିବା ନେଇ କୁହାଯାଉଛି। ସେପଟେ ଏହି ଘଟଣାକୁ ନେଇ ରାଗି ଯାଇଛନ୍ତି ଶିବପାଲ।

ସମାଜବାଦୀ ପାର୍ଟି ତରଫରୁ  ଯଶବନ୍ତ ନାଗର ଆସନରୁ ବିଧାନସଭା ନିର୍ବାଚନରେ ​​ଶିବପାଲ ଯାଦବ ଜିତିଥିଲେ। ଏହାପୂର୍ବରୁ ସେ ସମାଜବାଦୀ ପାର୍ଟିରୁ ଅଲଗା ହୋଇ ପ୍ରଗତିଶୀଳ ସମାଜବାଦୀ ପାର୍ଟି ଗଠନ କରିଥିଲେ, କିନ୍ତୁ ଶିବପାଲ ସମାଜବାଦୀ ପାର୍ଟି ଟିକେଟରେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ସେପଟେ ଆଜି ବିଧାୟକ ଦଳ ବୈଠକରେ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ଉପସ୍ଥିତିରେ ବିରୋଧୀଦଳର ନେତାଙ୍କ ନାଁ ଉପରେ ମୋହର ଲାଗିପାରେ। ଏହା ସହିତ ବିଧାୟକ ଦଳର ନୂଆ ନେତା ମଧ୍ୟ ନିର୍ବାଚିତ ହୋଇପାରନ୍ତି।

https://twitter.com/ANINewsUP/status/1507609094668308482?s=20&t=vWdjrtmYeefs-MryKrJcWw

Related story