ଶ୍ରଦ୍ଧାଙ୍କୁ ହତ୍ୟା ପରେ ଓଏଲଏକ୍ସରେ ଫୋନ୍ ବିକି ଦେଇଥିଲା ଆଫତାବ

ନୂଆଦିଲ୍ଲୀ: ଦିଲ୍ଲୀ ଜହ୍ଲାଦ ପ୍ରେମିକ ଆଫତାବ ପୁନାୱାଲାଙ୍କୁ ପୁଲିସ ଯେତେ ଘାଂଟୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ନିଇତି ଖୋଲୁଛି ହତ୍ୟାକାଣ୍ଡର ନୂଆ ଗୁମର। ପୁଲିସର ସୂଚନା ଅନୁସାରେ, ଦିଲ୍ଲୀ ମେହରୋଲି ଫ୍ଲାଟରେ ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ସବୁ ପ୍ରକାରର ଉଦ୍ୟମ କରିଥିଲା ଆଫତାବ। ନିଜ ପୁରୁଣା ଫୋନକୁ ଓଏଲଏକ୍ସରେ ବିକ୍ରି କରିଦେଇଥିଲା। ପୁଲିସ ଏବେ ସେହି ଫୋନକୁ ଜବତ କରିବାକୁ ଉଦ୍ୟମ କରୁଛି। ଫଳରେ ସେଥିରେ ଥିବା […]

shraddha-murder-case

Madhupriya Mistry
  • Published: Thursday, 17 November 2022
  • , Updated: 17 November 2022, 10:47 AM IST

ନୂଆଦିଲ୍ଲୀ: ଦିଲ୍ଲୀ ଜହ୍ଲାଦ ପ୍ରେମିକ ଆଫତାବ ପୁନାୱାଲାଙ୍କୁ ପୁଲିସ ଯେତେ ଘାଂଟୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ନିଇତି ଖୋଲୁଛି ହତ୍ୟାକାଣ୍ଡର ନୂଆ ଗୁମର। ପୁଲିସର ସୂଚନା ଅନୁସାରେ, ଦିଲ୍ଲୀ ମେହରୋଲି ଫ୍ଲାଟରେ ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ସବୁ ପ୍ରକାରର ଉଦ୍ୟମ କରିଥିଲା ଆଫତାବ। ନିଜ ପୁରୁଣା ଫୋନକୁ ଓଏଲଏକ୍ସରେ ବିକ୍ରି କରିଦେଇଥିଲା। ପୁଲିସ ଏବେ ସେହି ଫୋନକୁ ଜବତ କରିବାକୁ ଉଦ୍ୟମ କରୁଛି। ଫଳରେ ସେଥିରେ ଥିବା ଡାଟା ରିଟ୍ରାଇଭ କରି ନୂଆ ତଥ୍ୟ ମିଳିପାରିବ।

ପୁଲିସ ଯାଂଚରେ ଆହୁରି ଜଣାପଡିଛି ଯେ, ଶ୍ରଦ୍ଧାଙ୍କୁ ହତ୍ୟା ପରେ କିଛି ଦିନ ମଧ୍ୟରେ ଆଫତାବ ଏକାଧିକ ସିମ୍ ବ୍ୟବହାର କରିଥିଲା। ପରେ ସେଗୁଡିକୁ ନଷ୍ଟ କରିଦେଇଥିଲା। ଖାଲି ସେତିକି ନୁହେଁ, ନୂଆ ଫୋନ୍ ଏବଂ ସିମ୍ ବ୍ୟବହାର କରି ବିଭିନ୍ନ ଅନଲାଇନ୍ ଡେଟିଂ ଆପରେ ଏକାଧିକ ଯୁବତୀଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲା ଆଫତାବ। ସେହି ଯୁବତୀଙ୍କ ତାଲିକା ଏବେ ପୁଲିସ ହାତରେ ଲାଗିଛି। ପୁଲିସର ସୂଚନା ଅନୁସାରେ, ବମ୍ବଲ ଡେଟିଂ ଆପରେ ଆଫତାବ ଓ ଶ୍ରଦ୍ଧାଙ୍କ ମଧ୍ୟରେ ପ୍ରଥମେ ପରିଚୟ ହୋଇଥିଲା।

ଆଫତାବକୁ ପଚରାଉଚରା ବେଳେ ପୁଲିସ ଜାଣିବାକୁ ପାଇଛି ଯେ, ଆଫତାବ ଓ ଶ୍ରଦ୍ଧାଙ୍କ ମଧ୍ୟରେ କିଛି ଦିନ ହେଲା ଝଗଡା ଲାଗି ରହିଥିଲା। ଆଉ ଏହି ଝଗଡା ପଛରେ ଥିଲା ଘର ଖର୍ଚ୍ଚ। ଘର ଭଡା, ଖାଦ୍ୟ ଏବଂ ବିଦ୍ୟୁତ୍ ବିଲ୍ ସମେତ ଅନ୍ୟ ଖର୍ଚ୍ଚ ପାଇଁ ଉଭୟେ ଝଗଡା କରୁଥିଲେ। ଯେଉଁଥିପାଇଁ ଶ୍ରଦ୍ଧାଙ୍କ ଉପରେ ଆଉ ଖୁସି ନଥିଲା ଆଫତାବ। ଏପରିକି ତାଙ୍କର ତିନି ଶହ ଟଙ୍କାର ଇଲେକ୍ଟ୍ରିକ୍ ବିଲ୍ ବକେୟା ରହିଥିବା ଜଣାପଡିଛି।

ଦିଲ୍ଲୀ ପୁଲିସ ଆଫତାବକୁ ପାଂଚ ଦିନ ପାଇଁ ରିମାଣ୍ଡରେ ନେଇଥିଲା। ଆଜି ତାର ରିମାଣ୍ଡ ଅବଧି ସରୁଛି। ଆଜି ଦିଲ୍ଲୀ ସାକେତ କୋର୍ଟରେ ଆଫତାବକୁ ହାଜର କରାଯିବ। ମିଳିଥିବା ସୂଚନା ଅନୁସାରେ, ପଚରାଉଚରା ବେଳେ ଆଫତାବ ଠାରୁ ଅନେକ ନୂଆ ତଥ୍ୟ ମିଳୁଥିବାରୁ ପୁଲିସ ତାକୁ ପୁଣିଥରେ ରିମାଣ୍ଡ ଆବେଦନ କରିପାରେ।

Related story