ସିଦ୍ଧୁ ମୁସେୱାଲାଙ୍କ ଶେଷ ଶୁଟର ଧରା ପଡ଼ିଲା

ଚଣ୍ଡିଗଡ଼: ପଞ୍ଜାବୀ ସିଙ୍ଗରରୁ ରାଜନେତା ହୋଇଥିବା ସିଦ୍ଧୁ ମୁସେୱାଲାଙ୍କ ନିର୍ମମ ହତ୍ୟାକାଣ୍ଡ ଘଟଣାର ଶେଷ ଶୁଟରକୁ ପୁଲିସ୍‌ ଗିରଫ କରିଛି। ମୁସେୱାଲାଙ୍କୁ ୬ ଜଣ ଶୁଟର ଅତ୍ୟନ୍ତ ନିକଟରୁ ଏକାଧିକ ରାଉଣ୍ଡ ଗୁଳି ଚଳାଇ ହତ୍ୟା କରିଥିଲେ। ଦିଲ୍ଲୀ ପୁଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିବା ବେଳେ ପଞ୍ଜାବ ପୁଲିସ୍‌ର ଏନକାଉଣ୍ଟରରେ ୨ ଜଣ ଶୁଟର ନିହତ ହୋଇଥିଲେ। ଏବେ ଶେଷ ତଥା ୬ନଂ ଶୁଟର ପୁଲିସ୍‌ ହାତରେ ଧରାପଡ଼ିଛି। ବର୍ତ୍ତମାନ ଗିରଫ ହୋଇଥିବା ଶୁଟର୍‌ର […]

mossewala

  • Published: Saturday, 10 September 2022
  • , Updated: 10 September 2022, 05:53 PM IST

ଚଣ୍ଡିଗଡ଼: ପଞ୍ଜାବୀ ସିଙ୍ଗରରୁ ରାଜନେତା ହୋଇଥିବା ସିଦ୍ଧୁ ମୁସେୱାଲାଙ୍କ ନିର୍ମମ ହତ୍ୟାକାଣ୍ଡ ଘଟଣାର ଶେଷ ଶୁଟରକୁ ପୁଲିସ୍‌ ଗିରଫ କରିଛି। ମୁସେୱାଲାଙ୍କୁ ୬ ଜଣ ଶୁଟର ଅତ୍ୟନ୍ତ ନିକଟରୁ ଏକାଧିକ ରାଉଣ୍ଡ ଗୁଳି ଚଳାଇ ହତ୍ୟା କରିଥିଲେ। ଦିଲ୍ଲୀ ପୁଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିବା ବେଳେ ପଞ୍ଜାବ ପୁଲିସ୍‌ର ଏନକାଉଣ୍ଟରରେ ୨ ଜଣ ଶୁଟର ନିହତ ହୋଇଥିଲେ। ଏବେ ଶେଷ ତଥା ୬ନଂ ଶୁଟର ପୁଲିସ୍‌ ହାତରେ ଧରାପଡ଼ିଛି।

ବର୍ତ୍ତମାନ ଗିରଫ ହୋଇଥିବା ଶୁଟର୍‌ର ନାଁ ଦୀପକ ଓରଫ ମୁଣ୍ଡି। ପଞ୍ଜାବ ପୁଲିସ୍‌ ଓ କେନ୍ଦ୍ରୀୟ ଏଜେନ୍ସି ସହାୟତାରେ ମୁଣ୍ଡି ଓ ତା’ର ଦୁଇ ସହଯୋଗୀ କପିଲ ପଣ୍ଡିତ ଏବଂ ରାଜିନ୍ଦରକୁ ପଶ୍ଚିମବଙ୍ଗ-ନେପାଳ ସୀମାରୁ ଗିରଫ କରାଯାଇଛି। ଏ ସମ୍ପର୍କରେ ପଞ୍ଜାବ ପୁଲିସ୍‌ ମହାନିର୍ଦ୍ଦେଶକ ଗୌରବ ଯାଦବ ସୂଚନା ଦେଇଛନ୍ତି।

ମୁସେୱାଲା ପଞ୍ଜାବ ବିଧାନସଭା ନିର୍ବାଚନ କଂଗ୍ରେସ ଟିକେଟରେ ଲଢ଼ିଥିଲେ ମଧ୍ୟ ତାଙ୍କୁ ହାରିବାକୁ ପଡ଼ିଥିଲା। ଏହାର କିଛି ମାସ ପରେ ଅର୍ଥାତ ମେ’ ୨୯ ତାରିଖରେ ପଞ୍ଜାବର ମାନସା ଜିଲ୍ଲାରେ ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାର ଦିନକ ପୂର୍ବରୁ ମୁସେୱାଲାଙ୍କୁ ମିଳୁଥିବା ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରାଯାଇଥିଲା। ଘଟଣା ଦିନ ମୁସେୱାଲା ତାଙ୍କର ସିକ୍ୟୁରିଟି ଗାର୍ଡମାନଙ୍କୁ ମଧ୍ୟ ନିଜ ସହ ନେଇ ନଥିଲେ। ଏହାର ସୁଯୋଗ ନେଇ ୬ ଜଶ ଶୁଟର ତାଙ୍କୁ ହତ୍ୟା କରିଥିଲେ।

ଅନ୍ୟପକ୍ଷରେ ଚଳିତ ସପ୍ତାହରେ ମାନସା ପୁଲିସ୍‌ ରାଜସ୍ଥାନର ଯୋଧପୁରରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହି ବ୍ୟକ୍ତି ଜଣଙ୍କ ମୁସେୱାଲାଙ୍କ ବାପାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଉଥିଲେ।

କାନାଡାରେ ରହୁଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରର ନିର୍ଦ୍ଦେଶରେ ମୁସେୱାଲାଙ୍କୁ ହତ୍ୟା କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି। ଏଥିରେ ଜେଲରେ ଥିବା ଲରେନ୍ସ ବିଷ୍ଣୋର ମଧ୍ୟ ଭୂମିକା ରହିଛି। ସେ ଜେଲ ଭିତରେ ରହି ମୁସେୱାଲାଙ୍କୁ ହତ୍ୟା କରିବାକୁ ବ୍ଲି-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ମାନସା ପୁଲିସ୍‌ ମୁସେୱାଲାଙ୍କ ନାଁରେ ଦାଖଲ କରିଥିବା ଚାର୍ଜଶିଟରେ ୩୦ ଜଣଙ୍କ ନାଁ ରହିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ଗିରଫ ହୋଇ ସାରିଲେଣି। ଅନ୍ୟମାନଙ୍କୁ ଧରିବାକୁ ପୁଲିସ୍‌ ଉଦ୍ୟମ ଜାରି ରଖିଛି।

Related story