ଇସ୍ତଫା ଦେଇଥିବା ସିଦ୍ଧୁଙ୍କ ମନ ବଦଳିଲା!

ନୂଆଦିଲ୍ଲୀ: ପଞ୍ଜାବରେ ସୃଷ୍ଟି ହୋଇଥିବା ରାଜନୀତିକ ହଟଚମଟରେ ନୂଆ ଟ୍ୱିଷ୍ଟ ଆସିଛି। ମଙ୍ଗଳବାର ପଞ୍ଜବ କଂଗ୍ରେସର ମୁଖିଆ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂହ ସିଦ୍ଧୁ ଏବେ ନିଜର ମନ ବଦାଳାଇଛନ୍ତି। ସେ ପୁଣିଥରେ କଂଗ୍ରେସର ପଞ୍ଜାବ କମାଣ ସମ୍ଭାଳିବେ କି ସେକଥା ଜଣାପଡ଼ିନି। କିନ୍ତୁ ସେ ପୂର୍ବଭଳି କଂଗ୍ରେସରେ ରହିବେ ଓ ଦଳ ସହ ମିଶି କାମ କରିବାକୁ ରାଜି ହୋଇଥିବା ଜଣାପଡ଼ିଛି। ଆଜି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ସହ ଦୀର୍ଘ ସମୟ ଧରି […]

Sidhu1

Sidhu1

Hemant Lenka
  • Published: Thursday, 30 September 2021
  • Updated: 30 September 2021, 06:26 PM IST

Sports

Latest News

ନୂଆଦିଲ୍ଲୀ: ପଞ୍ଜାବରେ ସୃଷ୍ଟି ହୋଇଥିବା ରାଜନୀତିକ ହଟଚମଟରେ ନୂଆ ଟ୍ୱିଷ୍ଟ ଆସିଛି। ମଙ୍ଗଳବାର ପଞ୍ଜବ କଂଗ୍ରେସର ମୁଖିଆ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂହ ସିଦ୍ଧୁ ଏବେ ନିଜର ମନ ବଦାଳାଇଛନ୍ତି। ସେ ପୁଣିଥରେ କଂଗ୍ରେସର ପଞ୍ଜାବ କମାଣ ସମ୍ଭାଳିବେ କି ସେକଥା ଜଣାପଡ଼ିନି। କିନ୍ତୁ ସେ ପୂର୍ବଭଳି କଂଗ୍ରେସରେ ରହିବେ ଓ ଦଳ ସହ ମିଶି କାମ କରିବାକୁ ରାଜି ହୋଇଥିବା ଜଣାପଡ଼ିଛି।

ଆଜି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ସିଦ୍ଧୁ ନିଜ ଆଭିମୁଖ୍ୟ ବଦଳାଇଛନ୍ତି। ସେ  ସବୁ ସମସ୍ୟା ବିଷୟରେ ମଧ୍ୟ ଚନ୍ନିଙ୍କୁ ଜଣାଇଛନ୍ତି। ଏହି ସମୟରେ ଚନ୍ନି ମଧ୍ୟ ସିଦ୍ଧୁ ଉଠାଇଥିବା ସବୁ ସମସ୍ୟା ସାମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରତିଶ୍ରୁତି ମିଳିବା ପରେ ସିଦ୍ଧୁ ନିଜ ମନ ବଦଳାଇ ପୁଣି ପୂର୍ବଭଳି କଂଗ୍ରେସରେ ରହି କାମ କରିବେ ବୋଲି କହିଛନ୍ତି। ଏ ସମ୍ପର୍କରେ ଉଭୟ ମିଳିତ ଭାବେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଚନ୍ନି ଓ ସିଦ୍ଧୁ ପରସ୍ପରକୁ ପଞ୍ଜାବର କଂଗ୍ରେସ ଇନଚାର୍ଜ ହରିଶ ଚୌଧୁରୀଙ୍କ ଉପସ୍ଥିତିରେ ପରସ୍ପରକୁ ଭେଟିଥିଲେ। ଏହି ସମୟରେ ଶାନ୍ତିପୂର୍ଣ୍ଣ ଭାବେ ସବୁ ସମସ୍ୟାର ସମାଧାନ ହେବ ବୋଲି ନିଷ୍ପତ୍ତି ହୋଇଛି। ସିଦ୍ଧୁ ଉଠାଇଥିବା ଦାବି ଗୁଡ଼ିକୁ ଚନ୍ନି ପୂରଣ କରିବେ ବୋଲି ରାଜି ହୋଇଥିବା ଜଣାପଡ଼ିଛି।

ସିଦ୍ଧୁ ତାଙ୍କ କହିଛନ୍ତି ଯେ ଆଇପିଏସ ସାହୋତାଙ୍କୁ କେବଳ ନାମକୁ ମାତ୍ର ଡିଜିପି ଭାବେ ରଖାଯାଉଛି। ସେହିପରି ତାଙ୍କୁ ଅତିରିକ୍ତ ବିଭାଗ ଦାୟିତ୍ୱ ଦେବାକୁ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି। ଡିଜିପି ନିଯୁକ୍ତିକୁ ନେଇ ସିଦ୍ଧୁ ପଞ୍ଜାବ ସରକାର ଉପରେ ଖପ୍ପା ହୋଇଥିଲେ।

ସେହିପରି ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ପାଇଥିବା ଏପିଏସ୍ ଦେଓଲଙ୍କ ବଦଳି କରିବାକୁ କିମ୍ବା ସାମାନ୍ତରଳ ପୋଷ୍ଟରେ ଆଉ ଜଣଙ୍କୁ ନିଯୁକ୍ତି ଦେବାକୁ ମଧ୍ୟ କଥାବାର୍ତ୍ତା ହୋଇଛି।

ବୈଠକ ସମୟରେ ଚନ୍ନି ନିଜ ତରଫରୁ ସିଦ୍ଧୁଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ସିଦ୍ଧୁ ମଧ୍ୟ ସକାରାତ୍ମକ ସଙ୍କେତ ଦେଇଛନ୍ତି। ଏଥିସହ ସିଦ୍ଧୁଙ୍କ ପରାମର୍ଶକ୍ରମେ ମନ୍ତ୍ରୀ ପଦ ଓ ରାଜ୍ୟର ସରକାରୀ ସ୍ତରରେ ହୋଇଥିବା ନିଯୁକ୍ତିରେ ମଧ୍ୟ ପରିବର୍ତ୍ତନ ହେବ ବୋଲି ଉଭୟ ରାଜି ହୋଇଛନ୍ତି।

ସିଦ୍ଧୁଙ୍କ ସହ ବୈଠକ କରିବା ପରେ ମୁଖ୍ୟମନ୍ତ୍ରୀ ଚନ୍ନି ଅକ୍ଟୋବର ୪ରେ କ୍ୟାବିନେଟ ବୈଠକ ଡାକିଛନ୍ତି। ଏହି ସମୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରାଯିବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story