ବିଜେପି ନାଁରେ ୬ ହଜାର କୋଟିର ଦୁର୍ନୀତି ଅଭିଯୋଗ ଆଣିଲେ ସିସୋଦିଆ

ନୂଆଦିଲ୍ଲୀ: ଦୁର୍ନୀତି ବନାମ ଦୁର୍ନୀତି। ବିଜେପି ବନାମ ଆପ। ଦିଲ୍ଲୀ ସରକାର ବନାମ ଉପ ରାଜ୍ୟପାଳ ବିବାଦ ଏବେ ତୀବ୍ର ହେବାରେ ଲାଗିଛି। ଏସବୁ ଭିତରେ ଗୋଟିଏ ପୁରୁଣା ଦୁର୍ନୀତି ଅଭିଯୋଗ ଆଣି ବିଜେପି ଓ ଉପ ରାଜ୍ୟପାଳଙ୍କୁ ନୂଆ କରି ଟାର୍ଗେଟ କରିଛନ୍ତି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସେ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଚିଠି ଲେଖି ବିଜେପି ବିରୋଧରେ ୬ ହଜାର କୋଟିର ଦୁର୍ନୀତି ଅଭିଯୋଗ କରିଛନ୍ତି। ବିଜେପି ନେତୃତ୍ୱରେ ଚାଲିଥିବା […]

sisodia

  • Published: Wednesday, 05 October 2022
  • , Updated: 05 October 2022, 06:55 PM IST

ନୂଆଦିଲ୍ଲୀ: ଦୁର୍ନୀତି ବନାମ ଦୁର୍ନୀତି। ବିଜେପି ବନାମ ଆପ। ଦିଲ୍ଲୀ ସରକାର ବନାମ ଉପ ରାଜ୍ୟପାଳ ବିବାଦ ଏବେ ତୀବ୍ର ହେବାରେ ଲାଗିଛି। ଏସବୁ ଭିତରେ ଗୋଟିଏ ପୁରୁଣା ଦୁର୍ନୀତି ଅଭିଯୋଗ ଆଣି ବିଜେପି ଓ ଉପ ରାଜ୍ୟପାଳଙ୍କୁ ନୂଆ କରି ଟାର୍ଗେଟ କରିଛନ୍ତି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ।

ସେ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଚିଠି ଲେଖି ବିଜେପି ବିରୋଧରେ ୬ ହଜାର କୋଟିର ଦୁର୍ନୀତି ଅଭିଯୋଗ କରିଛନ୍ତି। ବିଜେପି ନେତୃତ୍ୱରେ ଚାଲିଥିବା ଦିଲ୍ଲୀ ନଗର ନିଗମ ଟୋଲ ଟିକସ ଆଦାୟ ନାଁରେ ୬ ହଜାର କୋଟି ଟଙ୍କାର ଦୁର୍ନୀତି କରିଛି। ଏହାର ତଦନ୍ତ ନିର୍ଦ୍ଦେଶ କାହିଁକି ଉପ ରାଜ୍ୟପାଳ ଦେଉ ନାହାନ୍ତି ବୋଲି ସିସୋଦିଆ ଚିଠି ଲେଖି ପ୍ରଶ୍ନ କରିଛନ୍ତି।

ଚିଠିରେ ସିସୋଦିଆ ପଚାରିଛନ୍ତି ଯେ “ଉପ ରାଜ୍ୟପାଳ ସାହେବ, ବିଜେପିର ଏମସିଡିରେ ହୋଇଥିବା ୬ ହଜାର କୋଟି ଟଙ୍କା ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଆପଣ କାହିଁକି ଦେଇ ନାହାନ୍ତି? ୨ମାସ ତଳେ ଏହି ୬୦୦୦ କୋଟି ଘୋଟାଲାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ମୁଁ ଚିଠି ଲେଖିଥିଲି। ହେଲେ ଆପଣ ବିଜେପି ଦ୍ୱାରା ହୋଇଥିବା ୬ହଜାର କୋଟି ଟଙ୍କାର ଦୁର୍ନୀତି ଉପରରେ କୌଣସି ଧ୍ୟାନ ଦେଇନାହାନ୍ତି।

ଆପଣ ମୋ ଘରେ ସିବିଆଇ ଦ୍ୱାରା ରେଡ କରାଇଲେ। ଆପଣଙ୍କୁ ମୋର ଯାଞ୍ଚ କରି କିଛି ମିଳିଲା ନାହିଁ। ଆପଣଙ୍କ ଧ୍ୟାନ କେବଳ ଦିଲ୍ଲୀ ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବା ଓ ପ୍ରତିଦିନ ମିଛ ଯାଞ୍ଚ କରିବା ଉପରେ ହିଁ ରହିଯାଇଛି। ଆମ ସରକାର ଦୃଢ଼ ଭାବେ ସଚ୍ଚୋଟ ଓ ଆମେ କୌଣସି ତଦନ୍ତକୁ ଭୟ କରୁନାହୁଁ। ତେଣୁ ବିଜେପିର ଏମସିଡି ଦ୍ୱାରା କରାଯାଇଥିବା ୬୦୦୦ କୋଟି କୋଟି ଟଙ୍କାର ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ।”

ଦିନକ ତଳେ ଦିଲ୍ଲୀରେ କ୍ଷମତାସୀନ ଆପ୍‌ ସରକାର ଲାଗୁ କରୁଥିବା ସବସିଡି ଯୁକ୍ତ ବିଜୁଳି ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରିବା ପାଇଁ ଉପ ରାଜ୍ୟପାଳ ସକ୍ସେନା ନିର୍ଦ୍ଦେଶ ଦେଇଥିଲେ।

Related story