୧୦ କୋଟି ଟଙ୍କା ନିଅ, ମାମଲା ରଫାଦଫା କର !

ହିସାର: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟମୟ ମୃତ୍ୟୁ ଘଟଣାରେ ନୂଆ ଟୁଇଷ୍ଟି।  ସୋନାଲିଙ୍କ ପରିବାର ଦୁଇଟି ଚିଠି ପାଇଥିବା କହିଛନ୍ତି। କେହି ଅଜଣା ବ୍ୟକ୍ତି ଏହି ଏହି ଚିଠି ପଠାଈଥିବା ଜଣାପଡ଼ିଛି। ଚିଠିରେ ସୋନାଲିଙ୍କ ମୃତ୍ୟୁ କେସ୍‌ର  ରଫାଦଫା  ପାଇଁ  ୧୦ କୋଟି ଟଙ୍କାର ଲାଞ୍ଚ ଯଚାଯାଇଛି।  ସୋନାଲି ଫୋଗାଟଙ୍କ ଭାଉଜ ଅମାନ ପୁନିଆ ଏ ବିଷରେ କହିଛନ୍ତି । ଉଭୟ ଚିଠିର ଅନୁସନ୍ଧାନ କରାଯିବା ଉଚିତ ବୋଲି ସେ କହିଛନ୍ତି  । ପ୍ରଥମ ଚିଠିରେ […]

sonali

sonali

Tapas Behera
  • Published: Sunday, 09 October 2022
  • Updated: 09 October 2022, 03:50 PM IST

Sports

Latest News

ହିସାର: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟମୟ ମୃତ୍ୟୁ ଘଟଣାରେ ନୂଆ ଟୁଇଷ୍ଟି।  ସୋନାଲିଙ୍କ ପରିବାର ଦୁଇଟି ଚିଠି ପାଇଥିବା କହିଛନ୍ତି। କେହି ଅଜଣା ବ୍ୟକ୍ତି ଏହି ଏହି ଚିଠି ପଠାଈଥିବା ଜଣାପଡ଼ିଛି। ଚିଠିରେ ସୋନାଲିଙ୍କ ମୃତ୍ୟୁ କେସ୍‌ର  ରଫାଦଫା  ପାଇଁ  ୧୦ କୋଟି ଟଙ୍କାର ଲାଞ୍ଚ ଯଚାଯାଇଛି।  ସୋନାଲି ଫୋଗାଟଙ୍କ ଭାଉଜ ଅମାନ ପୁନିଆ ଏ ବିଷରେ କହିଛନ୍ତି । ଉଭୟ ଚିଠିର ଅନୁସନ୍ଧାନ କରାଯିବା ଉଚିତ ବୋଲି ସେ କହିଛନ୍ତି  । ପ୍ରଥମ ଚିଠିରେ ମାମଲା ସମାଧାନ ପାଇଁ ୧୦ କୋଟି ଟଙ୍କାର ଅଫର ଦିଆଯାଇଛି। ଅନ୍ୟ ଚିଠିରେ ରାଜନୈତିକ  ଅଫର ରହିଛି।

ଅମାନ ପୁନିଆ କହିଛନ୍ତି ଯେ, ମାସେ ପୂର୍ବରୁ ଗୋଟିଏ ଚିଠି ଏବଂ ଏହାର ଆଉ କିଛି ଦିନ ପରେ ଆଉ ଗୋଟିଏ ଚିଠି ଆସିଥିଲା। ଦ୍ୱିତୀୟ ଚିଠିରେ ସୋନାଲିଙ୍କ ଭଉଣୀ ରୁକେଶ ଆଡାମପୁରରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ପାଇଁ ଟିକେଟ ଅଫର ରହିଛି। ଅମାନ ପୁନିଆ କହିଛିନ୍ତି ଯେ, ଆମର  ଆମ୍ ​​ଆଦମୀ ପାର୍ଟି (ଆପ)ସହ କୌଣସି ସମ୍ପର୍କ ନାହିଁ। ଆମେ ଆଗରୁ  ଭାରତୀୟ ଜନତା ପାର୍ଟିରେ ଅଛୁ। ଯେକୌଣସି ରାଜନୈତିକ ପଦକ୍ଷେପ ପାଇଁ ଆମେ ଲୋକଙ୍କ ସହ ଆଲୋଚନା କରି ନିଷ୍ପତି ନେବୁ ବୋଲି ସେ କହିଛନ୍ତି।   ପୂର୍ବରୁ  ସୋନାଲିଙ୍କ ହତ୍ୟା ପାଇଁ ବିଜେପି ନେତା କୁଲଦୀପ ବିଷ୍ଣୁଙ୍କୁ ଦାୟୀ କରିଥିଲେ ତାଙ୍କ ଭାଇ।

ରହସ୍ୟ ଘେରରେ ଥିବା ପୂର୍ବତନ ଟିକ୍‌ଟକ ଷ୍ଟାର ସୋନାଲି ଫୋଗାଟଙ୍କ ମୃତ୍ୟୁର ତଦନ୍ତ ସିବିଆଇ କରୁଛି। ଗତ ଅଗଷ୍ଟ ୨୨ ତାରିଖ ରାତିରେ ଗୋଆରେ ୪୩ ବର୍ଷ ବୟସ୍କ ଫୋଗାଟଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା।ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଓ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏହି ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ମାମଲାର ତଦନ୍ତ କରାଇବା ପାଇଁ ଅନୁରୋଧ କରିଥିଲେ। ପୂର୍ବରୁ ଗୋଆ ପୁଲିସ ଏହି ମାମଲାର ତଦନ୍ତ କରି ଅନେକ ଗୁରୁତ୍ବପୂର୍ଣ୍ଣ ସୂତ୍ର ପାଇଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos