ନୂଆଦିଲ୍ଲୀ: ଏଥର ନିର୍ବଚନ ମଇଦାନକୁ ଓହ୍ଲାଇବେ ରିଲ୍ରୁ ରିଅଲ୍ ହିରୋ ପାଲଟିଥିବା ସୋନୁ ସୁଦଙ୍କ ଭଉଣୀ। ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିବେ ଭଉଣୀ ମାଲବିକା ସୁଦ୍। ଏନେଇ ଆଜି ନିଜେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଅଭିନେତା ସୋନୁ।
ତେବେ ସେ କେଉଁ ଦଳ ତରଫରୁ ନିର୍ବଚାନ ଲଢ଼ିବେ ସେ ନେଇ ସସ୍ପେନ୍ସ ଜାରି ରହିଛି। ସୋନୁ ଏ ବିଷୟରେ କୌଣସି ସୂଚନା ଦେଇ ନାହାନ୍ତି। ରାଜଧାନୀ ଚଣ୍ଡିଗଡଠାରୁ ୧୭୦ କିଲୋମିଟର ଦୂର ମୋଗାରେ ସାମ୍ବାଦିକ ମମ୍ମିଳନୀ କରି ସୋନୁ ଏହି କଥା କହିଛନ୍ତି। ଏଥିସହ ସେ କିନ୍ତୁ କୌଣସି ରାଜନୈତିକ ଦଳରେ ସାମିଲ ହେବା କଥାକୁ ମନା କରିଦେଇଛନ୍ତି।
ସେ କହିଛନ୍ତି ରାଜନୀତିରେ ଯୋଗଦେବାରେ ମୋର କୌଣସି ଯୋଜନା ନାହିଁ। ତାଙ୍କ ପରିବାରର ଆଗ୍ରହ ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ସେ ଦାବି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ପଞ୍ଜାବର ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି। ଯେକୌଣସି ପ୍ଲାଟଫର୍ମ ତାଙ୍କୁ ସ୍ୱାଧୀନ ଭାବେ ଲୋକଙ୍କ ପାଇଁ କାମ କରିବାକୁ ଅନୁମତି ଦେବ ସେ ସେହି ପ୍ଲାଟଫର୍ମରେ ଯୋଗ ଦେବେ ବୋଲି ସୋନୁ କହିଛନ୍ତି।
ନିକଟରେ ସୋନୁ ସୁଦ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଭେଟିଥିଲେ। ତେବେ ସୋନୁଙ୍କ ଭଉଣୀ କଂଗ୍ରେତ ତରଫରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଆଶା କରାଯାଉଛି।
ସୂଚନା ମୁତାବକ, କରୋନା ମହାମାରୀ ଓ ଲକଡାଉନ୍ ବେଳେ ସୋନୁ ଲୋକଙ୍କ ପାଇଁ ସାଜିଥିଲେ ରିଆଲ୍ ହିରୋ। ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଥିଲେ। ପ୍ରବାସୀ ଶ୍ରମିକଙ୍କୁ ନିଜ ଖର୍ଚ୍ଚରେ ଘରକୁ ପହଞ୍ଚାଇବା ପାଇଁ ବ୍ୟସ୍ଥା କରିଥିଲେ। ସେହି ହସ୍ପିଟାଲରେ ବେଡ୍ ଯୋଗଡା କରିବା ଠାରୁ ଆରମ୍ଭ କରି ଅକ୍ସିଜେନ ଯାଏଁ ସବୁ କିଛି ସେ ତାଙ୍କ ଟିମ୍ ଯୋଗଡ କରିବା ପାଇଁ ଆଗେଇ ଆସିଥିଲେ। କୋଭିଡ ସମୟରେ କରିଥିବା କାମ ପାଇଁ ଅଭିନେତାଙ୍କୁ ଚାରିଆଡୁ ପ୍ରଶଂସା କରାଯାଇଥିଲା।