୫ ରାଜ୍ୟ ଏବେ ନିରାପଦ ଜୋନରେ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଛି। କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବାରେ ଏବେ କିଛି କିଛି ରାଜ୍ୟ ସଫଳ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏହା କହିଛନ୍ତି। ଭାରତ ଏବେ ୫ ରାଜ୍ୟ ନିରାପଦ ଜୋନରେ ରହିଥିବା କହିଛନ୍ତି ହର୍ଷବର୍ଦ୍ଧନ। ଆଗାମୀ ୭ ଦିନ ମଧ୍ୟରେ ୧୫ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ନିୟନ୍ତ୍ରଣକୁ ଆସିବ ବୋଲି ସେ କହିଛନ୍ତି। ଦେଶରେ ଏବେ ଦିଲ୍ଲୀରେ କରୋନା ସଂକ୍ରମଣ ୪.୫ […]

covid-case

covid-case

Subhransu Sekhar
  • Published: Wednesday, 26 May 2021
  • Updated: 26 May 2021, 07:21 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଛି। କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବାରେ ଏବେ କିଛି କିଛି ରାଜ୍ୟ ସଫଳ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏହା କହିଛନ୍ତି। ଭାରତ ଏବେ ୫ ରାଜ୍ୟ ନିରାପଦ ଜୋନରେ ରହିଥିବା କହିଛନ୍ତି ହର୍ଷବର୍ଦ୍ଧନ। ଆଗାମୀ ୭ ଦିନ ମଧ୍ୟରେ ୧୫ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ନିୟନ୍ତ୍ରଣକୁ ଆସିବ ବୋଲି ସେ କହିଛନ୍ତି।

ଦେଶରେ ଏବେ ଦିଲ୍ଲୀରେ କରୋନା ସଂକ୍ରମଣ ୪.୫ ପ୍ରତିଶତ, ଗୁଜରାଟ ୪.୬ ପ୍ରତିଶତ, ଝାଡ଼ଖଣ୍ଡରେ ୩.୮ ପ୍ରତିଶତ, ବିହାରରେ ୩.୭ ପ୍ରତିଶତ ଏବଂ ଉତ୍ତର ପ୍ରଦେଶରେ ୨.୨ ପ୍ରତିଶତ ସଂକ୍ରମଣ ହାର ରହିଛି। ସେହିପରି ଆଗାମୀ ଦିନରେ ପାଞ୍ଚ ରାଜ୍ୟ ଉତ୍ତରାଖଣ୍ଡ, ପଞ୍ଜାବ, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନାର ସ୍ଥିତିରେ ସୁଧାର ଆସିଯିବ ବୋଲି ସେ କହିଛନ୍ତି। ଏବେ ଏହି ସବୁ ରାଜ୍ୟରେ ସଂକ୍ରମଣ ହାର କ୍ରମଶଃ ୯.୬%,୭.୯%,୭.୩%, ୫.୭% ଏବଂ ୫.୩% ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଏବେ ୫ ପ୍ରତିଶତ କରୋନା ସଂକ୍ରମଣ ହାର କମିଛି। ଏହାର ଅର୍ଥ ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।

କୋଭିଡ ମହାମାରୀର ଦ୍ୱିତୀୟ ଲହର ବେଳେ ମାସେ ମଧ୍ୟରେ ଦୈନିକ କରୋନା ସଂକ୍ରମଣ ୧.୫୦ ଲକ୍ଷରୁ ଅଧିକ ହ୍ରାସ ପାଇଛି। କୋଭିଡ୍ ପଜିଟିଭିଟି ଅନୁପାତ ପ୍ରାୟ ୨୫ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ ପାଇଛି। ଅନ୍ୟପଟେ କରୋନା ଟେଷ୍ଟ ସଂଖ୍ୟା ୧୫ ଲକ୍ଷରୁ ୨୨ ଲକ୍ଷକୁ ବୃଦ୍ଧି ପାଇଛି। କୋଭିଡର ହଟସ୍ପଟ୍ ଥିବା ରାଜ୍ୟ ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ ଏବଂ ଉତ୍ତରପ୍ରଦେଶ ଭଳି ଅନେକ ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇଛି। ତେବେ ଦକ୍ଷିଣ ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ସଂକ୍ରମଣ ଚିନ୍ତାର କାରଣ ପାଲଟିଛନ୍ତି। ଏହି ଦୁଇଟି ସ୍ଥାନରେ ଅନେକ ରାଜ୍ୟରେ କେସ୍ ପଜିଟିଭିଟି ହାର ୨୦ ପ୍ରତିଶତରୁ ଅଧିକ ରହିଛି।

ଗତ ସପ୍ତାହକ ମଧ୍ୟରେ ଆନ୍ଧ୍ରପ୍ରଦେଶରେ କେସ୍ ପଜିଟିଭିଟି ହାର ମେ ୯ ରୁ ୨୦ ପ୍ରତିଶତରୁ ଅଧିକ ରହିଆସିଛି। କର୍ଣ୍ଣାଟକରେ ଏପ୍ରିଲ୍ ପରଠୁ କରୋନା ସଂକ୍ରମଣ ହାର ୨୦ ପ୍ରତିଶତରୁ ଅଧିକ ରହିଛି। ହେଲେ ମେ ପରେ କର୍ଣ୍ଣାଟକରେ ପଜିଟିଭିଟି ହାର ହ୍ରାସ ପାଇଛି। ହେଲେ କର୍ଣ୍ଣାଟକରେ ଏବେ ବି କରୋନା ସଂକ୍ରମଣ ବୃଦ୍ଧି ରହିଛି। ଯାହାକି ଚିନ୍ତାର କାରଣ ପାଲଟିଛି। କେରଳରେ ୨୦ ପ୍ରତିଶତ କେସ୍ ପଜିଟିଭିଟି ହାର ରହିଛି। ହେଲେ ଗତ ୧୦ ଦିନ ହେବ କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story