ଆଇସିୟୁରେ ଭର୍ତ୍ତି ହେଲେ ମୁଲାୟମ ସିଂହ ଯାଦବ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରତର ହୋଇଛି।  ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଛି। ୮୨ ବର୍ଷୀୟ ଛତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଯାଦବ ଏହା ପୂର୍ବରୁ ବାରମ୍ବାର ନିଜର ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। କିନ୍ତୁ ଏବେ ତାଙ୍କ ଅବସ୍ଥାରେ ଅଧିକ ବିଗିଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଛି। ମେଡିକାଲ ରିପୋର୍ଟ ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ପରିସ୍ଥିତିରେ ପହଞ୍ଚିଛି।  ସେ ବର୍ତ୍ତମାନ […]

mulayam

mulayam

Tapas Behera
  • Published: Sunday, 02 October 2022
  • Updated: 02 October 2022, 06:30 PM IST

Sports

Latest News

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରତର ହୋଇଛି।  ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଛି। ୮୨ ବର୍ଷୀୟ ଛତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଯାଦବ ଏହା ପୂର୍ବରୁ ବାରମ୍ବାର ନିଜର ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। କିନ୍ତୁ ଏବେ ତାଙ୍କ ଅବସ୍ଥାରେ ଅଧିକ ବିଗିଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଛି। ମେଡିକାଲ ରିପୋର୍ଟ ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ପରିସ୍ଥିତିରେ ପହଞ୍ଚିଛି।  ସେ ବର୍ତ୍ତମାନ ଏକ ସ୍ୱତନ୍ତ୍ରୀ ଡାକ୍ତରୀ ଦଳ  ନିରୀକ୍ଷଣରେ ଅଛନ୍ତି। ଗତ ବର୍ଷ ମଧ୍ୟ ପେଟ ଯନ୍ତ୍ରଣା ହେତୁ ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଗତ ବର୍ଷ ପେଟ ଜନିତ ସମସ୍ୟା ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପେଟରେ ଯନ୍ତ୍ରଣା ହେବାରୁ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା | ଆଉ ପରୀକ୍ଷାରୁ ଜଣାପଡିଥିଲା ଯେ ଅନ୍ତନଳୀରେ ସମସ୍ୟା ଥିଲା । ଏହାପରେ ଅନ୍ତନଳୀକୁ ସଫା କରିବା ପାଇଁ କଲୋନୋସ୍କୋପି କରାଯାଇଥିଲା। ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବା ପରେ ଡାକ୍ତରମାନେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରିଥିଲେ। ମେଦାନ୍ତ ହସ୍ପିଟାଲର ଡାକ୍ତର କହିଥିଲେ ଯେ ମୂତ୍ରନଳୀରେ ସଂକ୍ରମଣ ଯୋଗୁଁ ଏହି ସମସ୍ୟା ଉପୁଜିଥିଲା |

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos