ଟଙ୍କା ଗଣି ଗଣି ହାଲିଆ ହୋଇଗଲେ ଅଫିସର, ମଗାଗଲା ମେସିନ

ଲକ୍ଷ୍ନୌ: ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଘରୁ ମିଳିଲା କୋଟିଏରୁ ଅଧିକ ନଗଦ ଟଙ୍କା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ୟୁପିର ସ୍ପେଶାଲ ମନିଟରିଂ ୟୁନିଟ୍ ଆଜି ବିହାର ମଗଧ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଘରେ ରେଡ୍ କରିଥିଲା। ଆଉ ଏହି ରେଡ୍ ବେଳେ ଯେଉଁସବୁ ତଥ୍ୟ ଜବତ ହୋଇଛି ତାକୁ ଦେଖି କୁବେର ବି ଆଖି ବୁଲାଇ ଦେବ । ସ୍ପେଶାଲ୍ ମନିଟରିଂ ୟୁନିଟ୍ କୁଳପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଘରେ ରେଡ୍ କରି କଡା ଆଭିମୁଖ୍ୟ ଗ୍ରହଣ କରିଛି। […]

vigillance-raid

vigillance-raid

Madhupriya Mistry
  • Published: Friday, 19 November 2021
  • Updated: 19 November 2021, 07:30 PM IST

Sports

Latest News

ଲକ୍ଷ୍ନୌ: ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଘରୁ ମିଳିଲା କୋଟିଏରୁ ଅଧିକ ନଗଦ ଟଙ୍କା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ୟୁପିର ସ୍ପେଶାଲ ମନିଟରିଂ ୟୁନିଟ୍ ଆଜି ବିହାର ମଗଧ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଘରେ ରେଡ୍ କରିଥିଲା। ଆଉ ଏହି ରେଡ୍ ବେଳେ ଯେଉଁସବୁ ତଥ୍ୟ ଜବତ ହୋଇଛି ତାକୁ ଦେଖି କୁବେର ବି ଆଖି ବୁଲାଇ ଦେବ ।

ସ୍ପେଶାଲ୍ ମନିଟରିଂ ୟୁନିଟ୍ କୁଳପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଘରେ ରେଡ୍ କରି କଡା ଆଭିମୁଖ୍ୟ ଗ୍ରହଣ କରିଛି। ରେଡ୍ ବେଳେ ପ୍ରାୟ ଏକ କୋଟି ଟଙ୍କାର ନଗଦ ଟଙ୍କା, ଅଳଙ୍କାର ଏବଂ ବହୁ ପ୍ଲଟ କାଗଜପତ୍ର ପାଇବା ପରେ ଏସଭିୟୁ ରାଜ୍ୟ ସରକାର ତଥା ଅନ୍ୟାନ୍ୟ ଆନୁସଙ୍ଗିକ ତଦନ୍ତକାରୀ ସଂସ୍ଥାକୁ ଏ ନେଇ ଅବଗତ କରାଇଛି।

ଭିଜିଲାନ୍ସ ଟିମ୍ ଯାଇ ଯେତେବେଳେ କୁଳପତିଙ୍କ ଘରର ଆଲମାରୀ ଖୋଲିଥିଲା, ସେତେବେଳେ ସେଥିରେ ନୋଟ୍ ବିଡା ଥାକ ହୋଇ ରହିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଆଉ ରେଡରେ ନିୟୋଜିତ ଅଫିସର ଟଂକା ଗଣିବା ଆରମ୍ଭ କରିଥିଲେ। ହେଲେ ଏତେ ଟଂକା ଗଣିବା ସମ୍ଭବ ନୁହେଁ ଭୁଲ ହେବାର ଆଶଙ୍କା କରି ମେସିନ୍ ମଗାଇଥିଲେ। ପରେ ଗଣତି ବେଳେ ମେସିନ୍ ସହଯୋଗ କରିଥିଲା ଏହି ଅଫିସରଙ୍କୁ। ଏଥିସହିତ ଘରୁ ଉଦ୍ଧାର ହୋଇଥିବା ଅଳଙ୍କାରର ଆକଳନ କରିବାକୁ ଜଣେ ବ୍ୟବସାୟୀଙ୍କୁ ଡକାଯାଇଥିଲା। ଅଳଙ୍କାରର ମୂଲ୍ୟ ପ୍ରାୟ 15 ଲକ୍ଷ ରହିଛି। ଏହା ବ୍ୟତୀତ ଅନେକ ଜମିର ଦଲିଲ ମିଳିଛି। ଘରେ ମିଳିଥିବା ଅଳଙ୍କାର, ଦଲିଲ ଏବଂ ଉପହାରର ମୂଲ୍ୟାଙ୍କନ କରିବା ପରେ ଅଧିକାରୀମାନେ ପୁଅ ଓ ବୋହୂକୁ ଫେରାଇ ଦେଇଥିଲେ। ଆଉ ସେହି ଦଲିଲର ନକଲ ସାଙ୍ଗରେ ନେଇଯାଇଥିଲେ ଭିଜିଲାନ୍ସ ଅଧିକାରୀ।

ବିହାର ପୋଲିସର ସ୍ପେଶାଲ ଭିଜିଲାନ୍ସ ୟୁନିଟର ଆଖି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଉପରେ ଥିଲା। ତିନିମାସ ପୂର୍ବେ ସେ ସରକାରୀ ଗାଡିରେ ଗୟା ଠାରୁ ଗୋରଖପୁରକୁ ଆସିଥିଲେ। ତାଙ୍କ ପାଖରେ ବିପୁଳ ପରିମାଣର ନଗଦ ଟଙ୍କା ଥିବା ସୂଚନା ପାଇବା ପରେ ଗୋରଖପୁର ପୋଲିସ ବିଶ୍ୱବିଦ୍ୟାଳୟ ଛକ ନିକଟରେ ଗାଡିଟିକୁ ଅଟକାଇ ଖୋଜାଖୋଜି କରିଥିଲା। କିନ୍ତୁ ମିଳି ନଥିଲା। ଗାଡିରେ ଥିବା କୁଳପତି ହଠାତ୍ ଯାଞ୍ଚ ହେଉଥିବା ନେଇ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଗାଡି ଯାଞ୍ଚ କରିବାର କାରଣ ମଧ୍ୟ ପୋଲିସ ଅଧିକାରୀଙ୍କୁ ପଚାରିଥିଲେ। ପରେ ଭୁଲ ବୁଝାମଣାରୁ ଗାଡିଟିକୁ ଅଟକାଯାଇଥିବା ତାଙ୍କୁ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story