ନିର୍ବାଚନ ପୂର୍ବରୁ ସମସ୍ତଙ୍କୁ ଟିକା ଦିଅ: ନିର୍ବାଚନ କମିଶନ୍  

ନୂଆଦିଲ୍ଲୀ: ଆସନ୍ତା ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ସବୁ ରାଜ୍ୟରେ କୋଭିଡ୍‌ ଟିକାକରଣକୁ ଜୋରଦାର କରିବା ପାଇଁ ଭାରତର ନିର୍ବାଚନ ଆୟୋଗ କେନ୍ଦ୍ରକୁ କହିଛନ୍ତି । ନିର୍ବାଚନ ପୂର୍ବରୁ  ଉକ୍ତ ରାଜ୍ୟରେ ସମସ୍ତଙ୍କୁ ଟିକାକରଣ ପାଇଁ  ଆୟୋଗ ଗୁରୁତ୍ୱାରୂପ କରିଛନ୍ତି। ଆସନ୍ତା ବର୍ଷ ପ୍ରାରମ୍ଭରେ ଗୋଆ, ମଣିପୁର, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ବିଧାନସଭାବ ନିର୍ବାଚନ ହେବ। କୋଭିଡ୍-୧୯ର ଓମିକ୍ରନ୍ ସଂକ୍ରମଣର ପ୍ରଭାବ ଜାରି ରହିଥିବାରୁ ଏସବୁ ରାଜ୍ୟରେ ନିର୍ବାଚନୀ ସଭା […]

odisha unlock

Tapas Behera
  • Published: Monday, 27 December 2021
  • , Updated: 27 December 2021, 07:20 PM IST

ନୂଆଦିଲ୍ଲୀ: ଆସନ୍ତା ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ସବୁ ରାଜ୍ୟରେ କୋଭିଡ୍‌ ଟିକାକରଣକୁ ଜୋରଦାର କରିବା ପାଇଁ ଭାରତର ନିର୍ବାଚନ ଆୟୋଗ କେନ୍ଦ୍ରକୁ କହିଛନ୍ତି । ନିର୍ବାଚନ ପୂର୍ବରୁ  ଉକ୍ତ ରାଜ୍ୟରେ ସମସ୍ତଙ୍କୁ ଟିକାକରଣ ପାଇଁ  ଆୟୋଗ ଗୁରୁତ୍ୱାରୂପ କରିଛନ୍ତି।

ଆସନ୍ତା ବର୍ଷ ପ୍ରାରମ୍ଭରେ ଗୋଆ, ମଣିପୁର, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ବିଧାନସଭାବ ନିର୍ବାଚନ ହେବ। କୋଭିଡ୍-୧୯ର ଓମିକ୍ରନ୍ ସଂକ୍ରମଣର ପ୍ରଭାବ ଜାରି ରହିଥିବାରୁ ଏସବୁ ରାଜ୍ୟରେ ନିର୍ବାଚନୀ ସଭା ଓ ରାଲିକୁ ନେଇ ଚିନ୍ତାପ୍ରକଟ କରାଯାଇଛି।  ତେବେ ସୋମବାର ଏକ ବୈଠକରେ ସମ୍ପୃକ୍ତ ରାଜ୍ୟରେ ଟିକା ପ୍ରଦାନ ହାରକୁ ନେଇ  କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦେଇଛନ୍ତି। ସେଥିପରେ କୁହାଯାଇଛି ଯେ, ଉତ୍ତରାଖଣ୍ଡରେ ୧୦୦ ପ୍ରତିଶତ କୋଭିଡ୍ର ପ୍ରଥମ ଡୋଜ୍‌ ଦିଆ ସରିଛି।

ଉତ୍ତରପ୍ରଦେଶରେ ୮୫ ପ୍ରତିଶତ, ମଣିପୁରଏବଂ ପଞ୍ଜାବରେ ପାଖାପାଖି ୮୦ ପ୍ରତିଶତ ଦିଆଯାଇଛି।  ଯେଉଁ ରାଜ୍ୟଗୁଡ଼ିକରେ ଟିକା କଭରେଜ ଅଳ୍ପ ରହିଛି ସେଠାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି।

ସୂଚନା ଅନୁଯାୟୀ, ନିର୍ବାଚନ ଦୃଷ୍ଟିରେ ରଖି ଏବେଠାରୁ ଜୋରଦାର ପ୍ରଚାର ଆରମ୍ଭ ହୋଇଗଲାଣି । ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍‌ଘାଟନ୍ ଓ ଶିଳାନ୍ୟାସ ପର୍ବରେ ହଜାର ହଜାର ଲୋକଙ୍କ ଜନସମାଗମ ହେଉଛି। ବିଶେଷ କରି ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାରାଥନ ଗସ୍ତ କରୁଥିବା ଚର୍ଚ୍ଚା ହେଉଛି। ତେଣୁ ଆଗକୁ ନିର୍ବାଚନ ଥିବାରୁ ସତର୍କତା ନେଇ ଚିନ୍ତାପ୍ରକଟ କରାଯାଇଛି।

Related story