କାଳବୈଶାଖିରେ ଫସିଗଲା ବିମାନ

ଦୁର୍ଗାପୁର: ଝଡ଼ ଭିତରେ ଫସିଗଲା ବିମାନ। ବିମାନ ଅବତରଣ ବେଳେ କାଳବୈଶାଖି ତାଣ୍ଡବରେ ଦୋହଲିଯାଇଥିଲା ବିମାନ। ହେଲେ ସୌଭାଗ୍ୟବସତଃ ଏହି ଦୁର୍ଘଟଣାରେ ଗୁରୁତର କ୍ଷତି ହୋଇ ନାହିଁ। ପଶ୍ଚିମବଙ୍ଗର ଦୁର୍ଗାପୁରରେ ରବିବାର ଏଡି ଘଟଣା ଘଟିଛି। ସ୍ପାଇସଜେଟ୍‌ର ବୋଇଙ୍ଗ ୭୩୭ ବିମାନ ମୁମ୍ବାଇରୁ ଦୁର୍ଗାପୁରର ଅଭିମୁଖେ ଯାତ୍ରା କରିଥିଲା। ତେବେ ଦୁର୍ଗାପୁରରେ ସ୍ପାଇସଜେଟ୍‌ ବିମାନଟି ଅବତଣ କରିବା ବେଳେ ହଠାତ୍‌ ପପନଝଡ଼ରେ ଫସିଯାଇଥିଲା। ବିମାନଟି ଆକାଶରେ ଦୋହଲିବାରୁ କ୍ୟାବିନରୁ ସାମଗ୍ରୀ ଖସିବାରେ ଲାଗିଥିଲା। ତେବେ ଏଥିରେ କେତେକ […]

zet

Tapas Behera
  • Published: Monday, 02 May 2022
  • , Updated: 02 May 2022, 08:03 AM IST

ଦୁର୍ଗାପୁର: ଝଡ଼ ଭିତରେ ଫସିଗଲା ବିମାନ। ବିମାନ ଅବତରଣ ବେଳେ କାଳବୈଶାଖି ତାଣ୍ଡବରେ ଦୋହଲିଯାଇଥିଲା ବିମାନ। ହେଲେ ସୌଭାଗ୍ୟବସତଃ ଏହି ଦୁର୍ଘଟଣାରେ ଗୁରୁତର କ୍ଷତି ହୋଇ ନାହିଁ। ପଶ୍ଚିମବଙ୍ଗର ଦୁର୍ଗାପୁରରେ ରବିବାର ଏଡି ଘଟଣା ଘଟିଛି। ସ୍ପାଇସଜେଟ୍‌ର ବୋଇଙ୍ଗ ୭୩୭ ବିମାନ ମୁମ୍ବାଇରୁ ଦୁର୍ଗାପୁରର ଅଭିମୁଖେ ଯାତ୍ରା କରିଥିଲା। ତେବେ ଦୁର୍ଗାପୁରରେ ସ୍ପାଇସଜେଟ୍‌ ବିମାନଟି ଅବତଣ କରିବା ବେଳେ ହଠାତ୍‌ ପପନଝଡ଼ରେ ଫସିଯାଇଥିଲା।

ବିମାନଟି ଆକାଶରେ ଦୋହଲିବାରୁ କ୍ୟାବିନରୁ ସାମଗ୍ରୀ ଖସିବାରେ ଲାଗିଥିଲା। ତେବେ ଏଥିରେ କେତେକ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ହେଲେ ବିମାନଟି ନିରାପଦ ସହ ଅବତରଣ କରିଥିଲା। ଓହ୍ଲେଇବା ପରେ ସଙ୍ଗେ ସଙ୍ଗେ ଯାତ୍ରୀମାନଙ୍କୁ ମେଡିକାଲ ସହୟତା ପ୍ରଦାନ କରାଯାଥିଲା।  ଏହି ଘଟଣା ପାଇଁ ସ୍ପାଇସ ଜେଟ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। ସମସ୍ତ ଆହତ ଯାତ୍ରୀଙ୍କୁ ମେଡିକାଲ ସହାୟତା ଯୋଗାଇ ଦିଆଯାଇଥିବା ବିମାନ କର୍ତ୍ତୃପକ୍ଷ କହିଛନ୍ତି।

Related story