ସ୍ପାଇସ୍‌ଜେଟ୍‌ କାର୍ଗୋ ବିମାନର ରାଡାର୍‌ ଫେଲ୍‌

ନୂଆଦିଲ୍ଲୀ: ସ୍ପାଇସଜେଟ୍‌ ବିମାନରେ ପୁଣି ତ୍ରୁଟି। ଚୀନ୍‌ ଯାଉଥିବା ସ୍ପାଇସ୍‌ଜେଟ୍‌ର କାର୍ଗୋ ବିମାନର ଫେଲ୍‌ ହେଲା ରାଡାର୍‌। ଚୀନର ଚୋଙ୍ଗକିଙ୍ଗ ସହରକୁ ଯାଉଥିବା ସ୍ପାଇସଜେଟର କାର୍ଗୋ ବିମାନର ପାଣିପାଗ ରାଡାର ସିଷ୍ଟମ ଫେଲ୍‌ ହେବା ଯୋଗୁଁ କୋଲକାତା ଫେରି ଆସିଛି। ସ୍ପାଇସଜେଟ୍ ମୁଖପାତ୍ରଙ୍କ ତରଫରୁ ଏହି ସୂଚନା ଦିଆଯାଇଛି। ସ୍ପାଇସଜେଟ କହିଛି ଯେ ଚୀନ୍‌ର ଚୋଙ୍ଗକିଙ୍ଗ ଅଭିମୁଖେ ଯାଉଥିବା ଏକ କାର୍ଗୋ ବିମାନ ମଙ୍ଗଳବାର ଅଧାବାଟରୁ କୋଲକାତା ଫେରି ଆସିଛି। କାରଣ ପାଇଲଟମାନେ ବିମାନ ଉଡ଼ାଣ ପରେ […]

spicejet-flight

Madhupriya Mistry
  • Published: Wednesday, 06 July 2022
  • , Updated: 06 July 2022, 01:30 PM IST

ନୂଆଦିଲ୍ଲୀ: ସ୍ପାଇସଜେଟ୍‌ ବିମାନରେ ପୁଣି ତ୍ରୁଟି। ଚୀନ୍‌ ଯାଉଥିବା ସ୍ପାଇସ୍‌ଜେଟ୍‌ର କାର୍ଗୋ ବିମାନର ଫେଲ୍‌ ହେଲା ରାଡାର୍‌। ଚୀନର ଚୋଙ୍ଗକିଙ୍ଗ ସହରକୁ ଯାଉଥିବା ସ୍ପାଇସଜେଟର କାର୍ଗୋ ବିମାନର ପାଣିପାଗ ରାଡାର ସିଷ୍ଟମ ଫେଲ୍‌ ହେବା ଯୋଗୁଁ କୋଲକାତା ଫେରି ଆସିଛି। ସ୍ପାଇସଜେଟ୍ ମୁଖପାତ୍ରଙ୍କ ତରଫରୁ ଏହି ସୂଚନା ଦିଆଯାଇଛି।

ସ୍ପାଇସଜେଟ କହିଛି ଯେ ଚୀନ୍‌ର ଚୋଙ୍ଗକିଙ୍ଗ ଅଭିମୁଖେ ଯାଉଥିବା ଏକ କାର୍ଗୋ ବିମାନ ମଙ୍ଗଳବାର ଅଧାବାଟରୁ କୋଲକାତା ଫେରି ଆସିଛି। କାରଣ ପାଇଲଟମାନେ ବିମାନ ଉଡ଼ାଣ ପରେ ବିମାନର ପାଣିପାଗ ରାଡାର କାମ କରୁନଥିବା ଅନୁଭବ କରିଥିଲେ।  ଗତ ୧୮ ଦିନ ମଧ୍ୟରେ ସ୍ପାଇସଜେଟ୍ ବିମାନରେ ଏଭଳି ଯାନ୍ତ୍ରିକ ତ୍ରୁଟି ଘଟିବା ଘଟଣା ଅଷ୍ଟମଥର ଘଟିଲାଣି।

ପିଟିଆଇ ସୂଚନା ମୁତାବକ, ଜୁଲାଇ ୫ ତାରିଖରେ ସ୍ପାଇସ୍‌ ଜେଟ୍‌ର ବୋଇଂ ୭୩୭ କାର୍ଗୋ ବିମାନ କୋଲକାତାରୁ ଚୀନ୍‌ ପାଇଁ ଉଡାଣ ଭରିଥିଲା। ଟେକ୍‌ ଅଫ୍‌ ପରେ ବିମାନର ରାଡାର କାମ କରିନଥିଲା। ଏହାପରେ ବିମାନର ପାଇଲଟମାନେ ଫେରିଯିବା ପାଇଁ ନିଷ୍ପତ୍ତି ନେଇ ପୁଣିଥରେ କାର୍ଗୋ ବିମାନଟିକୁ କୋଲକାତା ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରାଇଥିଲେ।

ଉଲ୍ଲେଖଯାଗ୍ୟ, ମଙ୍ଗଳବାର ଦିଲ୍ଲୀରୁ ଦୁବାଇ ଯାଉଥିବା ସ୍ପାଇସଜେଟ୍‌ର ଏକ ଯାତ୍ରୀବାହୀ ବିମାନରେ ଇନ୍ଧନ ସଙ୍କେତକରେ ତ୍ରୁଟି ଯୋଗୁ ପାକିସ୍ତାନର କରାଚିରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା। ପରେ କରାଚିର ଜିନ୍ନା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରେ ଫଶି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ମୁମ୍ବାଇରୁ ପୁଣି ଆଉ ଏକ ବିମାନ ପଠାଯାଇଥିଲା। ୧୧ ଘଣ୍ଟାର ଅପେକ୍ଷା ପରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଦୁବାଇ ଅଭିମୁଖେ ଆଉ ଏକ ବିମାନରେ ଯାତ୍ରା କରିଥିଲେ।

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ର ଅଧିକାରୀଙ୍କ ଅନୁଯାୟୀ ବିମାନ ଚଳାଚଳ ନିୟନ୍ତ୍ରକ ଏହି ୮ଟି ଘଟଣାର ଯାଞ୍ଚ କରୁଛନ୍ତି। ଅଧିକାରୀଙ୍କ କହିବାନୁସାରେ, ଦୁବାଇ ଅଭିମୁଖେ ଯାତ୍ରା କରୁଥିବା ବିମାନରେ ୧୩୮ ଜଣ ଯାତ୍ରୀ ଥିବାବେଳେ କାଣ୍ଡଲା-ମୁମ୍ବାଇ ବିମାନର ୭୮ସିଟ୍ ବିଶିଷ୍ଟ Q-400 ବିମାନରେ କେତେ ସଂଖ୍ୟକ ଯାତ୍ରୀ ଦୁବାଇ ଅଭିମୁଖେ ଯାତ୍ରା କରିଥିଲେ ତାହା ଜଣାପଡିନାହିଁ।

Related story